କନ୍ଧମାଳ-ଗଞ୍ଜାମ ସୀମା ସିଲ୍‌ : ୩୬ ଜଣ ଯାତ୍ରୀ ନେଇ ଆସୁଥିବା ଗାଡ଼ି ଜବତ, ଚାଳକ, ହେଲ୍‌ପର ଗିରଫ

ଦାରିଙ୍ଗବାଡ଼ି,୧।୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ପ୍ରଶାସନ ପକ୍ଷରୁ ଲକ୍‌ଡାଉନକୁ କଡ଼ାକଡ଼ି ପାଳନ କରାଯାଇଛି। ମଙ୍ଗଳବାର ଠାରୁ କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥର ଡବେରୀଠାରେ ସୀମାକୁ ସିଲ୍‌ କରିଦିଆଯାଇଛି। ସେଠାରେ ଦାରିଙ୍ଗବାଡି ପୋଲିସ ପକ୍ଷରୁ କଡା ପ୍ରହରା ଦିଆଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମିନି ଟ୍ରାଭଲର୍ସ (ନଂ.ଓଡି୦୨ଏମ୍‌-୧୪୭୫)ରେ ୩୬ ଜଣ ଯାତ୍ରୀ ଆସୁଥିବାବେଳେ ପୋଲିସ ଗାଡିକୁ ଅଟକାଇଥିଲା। ଯାଞ୍ଚପରେ ନଂ. ୪୪/୨୦ରେ ମାମଲା ରୁଜୁକରି ଚାଳକ ଗଞ୍ଜାମ ଜିଲା ତାରସିଂ ଗ୍ରାମର ମହେନ୍ଦ୍ର ବେହେରା ଏବଂ ହେଲ୍‌ପର ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା କୁମଣ୍ଡ ଗ୍ରାମର ପିଣ୍ଟୁ ଦାସଙ୍କୁ ଗିରଫ କରାଯାଇଥିବା ଆଇଆଇସି କୌଶିକ ମାଝୀ କହିଛନ୍ତି।
ପ୍ରକାଶ ଯେ, ଭୁବନେଶ୍ୱର ସାଲିଆସାହିରେ ଦାରିଙ୍ଗବାଡ଼ି ଥାନା ଦାସିଂବାଡି ଏବଂ ଡଙ୍ଗାମାଲା ଅଞ୍ଚଳର ୩୪ ଜଣ କାମ କରୁଥିଲେ। ଲକ୍‌ଡାଉନ ଯୋଗୁ ସେମାନେ ଚାଳକ ଓ ହେଲପରଙ୍କୁ ମିଶାଇ ମୋଟ ୩୬ ଜଣ ଏହି ଗାଡିରେ ଦାରିଙ୍ଗବାଡ଼ି ଫେରୁଥିଲେ। ତେବେ ଭୁବନେଶ୍ୱରରୁ ବାହରିଥିବା ଏହି ଟ୍ରାଭଲର୍ସର ପାସ ରହିଥିବାବେଳେ ଏହାର ଫାଇଦା ନେଇ ଚାଳକ ଅଧିକା ଯାତ୍ରୀ ନେଇ ଦାରିଙ୍ଗବାଡ଼ିରେ ପହଞ୍ଚତ୍ଥିଲେ। ଯାତ୍ରୀ ମାନଙ୍କୁ ଡବେରୀ ଠାରେ ଏକ ବିଦ୍ୟାଳୟରେ ରଖି ରାତିରେ ଖାଇବାକୁ ଦେଇ ରଖାଯିବା ସହ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri