କଟକରେ କଡ଼ା କଟକଣା: ଗ୍ରୀନ କରିଡରରେ ଆସିଲେ ଗର୍ଭବତୀ

କଟକ ଅଫିସ୍‌, ୪ା୪- ସଟ୍ ଡାଉନରେ ଫସିଥିବା ଜଣେ ଗର୍ଭବତୀଙ୍କୁ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପୋଲିସ ପ୍ରସ୍ତୁତ କରିଥିଲା ଗ୍ରୀନ କରିଡର । ରାସ୍ତା ଉପରୁ ହଟିଗଲା ସମସ୍ତ ବ୍ୟାରିକେଡ୍ । ଗର୍ଭବତୀ ଜଣଙ୍କ କିପରି ତୁରନ୍ତ ମେଡ଼ିକାଲରେ ପହଚିଂବେ ସେଥି ନିମନ୍ତେ ପୋଲିସ ଯୁଦ୍ଧକାଳୀନ ପରସ୍ଥିତିରେ ସମସ୍ତ ବ୍ୟବସ୍ଥା କରିଥିଲା । ଶନିବାର ଅପରାହ୍ନରେ କଟକରେ ଏହି ଘଟଣା ଘଟିଥିବା ବେଳେ ଏଥିରେ ନେତୃତ୍ୱ ନେଇଥିବା ଏସିପି ସେଖ ସରିଫୁଦ୍ଦିନଙ୍କୁ ଡିସିପି ଅଖିଳେଶ୍ୱର ସିଂ ପ୍ରଶଂସା କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଗର୍ଭବତୀ ମହିଳା ଓ ତାଙ୍କ ସମ୍ପର୍କୀୟମାନେ ଏକ କାର ଯୋଗେ ସିଡ଼ିଏ ପାଶ୍ୱର୍ରୁ ବକ୍ସିବଜାରର ଏକ ନର୍ସିଂହୋମକୁ ଯାଉଥିଲେ । ଅପରାହ୍ନରେ ହଠାତ୍ ଗର୍ଭବତୀ ଜଣଙ୍କ ଅସହ୍ୟ ଯନ୍ତ୍ରଣା ପାଇଥିଲେ । ଫଳରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଅପେକ୍ଷା ନକରି କାର ଯୋଗେ ଏକ ଘରୋଇ ମେଡ଼ିକାଲକୁ ଆଣିବା ପାଇଁ ଯୋଜନା କରିଥିଲେ । ବାଲୁବଜାର ଛକ ଅତିକ୍ରମ କରିବା ପରେ କାର୍‌ଟିକୁ ପୋଲିସ ନୟାସଡ଼କ ନିକଟରେ ଅଟକାଇଥିଲା । ସେଠାରେ ଉପସ୍ଥିତ ଥିବା ଏସିପି ସରିଫୁଦ୍ଦିନ ଘଟଣା ସମ୍ପର୍କରେ ଜାଣିବା ପରେ ଡିସିିପିଙ୍କ ଅଖିଳେଶ୍ୱର ସିଂଙ୍କ ସହ ଆଲୋଚନା କରି ଏକ ଗ୍ରୀନ କରିଡର ବ୍ୟବସ୍ଥା କରିବାକୁ କହିଥିଲେ । ପରେ ବକ୍ସିବଜାର ପର୍ଯ୍ୟନ୍ତ ରାସ୍ତାରୁ ବ୍ୟାରିକେଡକୁ ହଟାଇ ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri