କଂସାରୀ ସମାଜର ରାଜ୍ୟସ୍ତରୀୟ ଅଧିବେଶନ ପ୍ରସ୍ତୁତିସଂଘବଦ୍ଧ: ପ୍ରଚେଷ୍ଟା ଶିଳ୍ପ ତଥା କାରିଗର ଉନ୍ନତିରେ ସହାୟକ ହେବ

ଖଣ୍ଡପଡା,୨୧ା୫(ସ୍ବ.ପ୍ର.): ନିଖିଳ ଉକତ୍ଳ କଂସାରୀ ସମାଜର ୪୭ତମ ରାଜ୍ୟସ୍ତରୀୟ ବାର୍ଷିକ ଅଧିବେଶନ ଆସନ୍ତା ଜୁନ୍‌ ୮ ଓ ୯ତାରିଖ ଦୁଇଦିନ ଧରି କଣ୍ଟିଲୋଠାରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ରାଞ୍ଚଳ ଶାଖାର ୫ ଗୋଟି ଜିଲା ଯଥା ନୟାଗଡ଼, କଟକ, ବୌଦ୍ଧ, ଫୁଲବାଣୀ ଓ ଅନୁଗୋଳ ଜିଲାର କଂସାରୀ ଭାଇମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିବା ଅନୁଷ୍ଠାନର ସମ୍ପାଦକ ଶ୍ରୀପତି ମହାରଣା ସୂଚନା ଦେଇଛନ୍ତି। କଂସା ପିତ୍ତଳ ହସ୍ତଶିଳ୍ପକୁ ପୁନରୁଦ୍ଧାର କରିବା ସହିତ କଂସାରୀ ସମାଜକୁ ସୁଦୃଢ କରିବାକୁ ହେଲେ ଆମକୁ ସଙ୍ଗଠିତ ହେବାକୁ ପଡିବ। ରାଜ୍ୟର ସମସ୍ତ କଂସାରୀ ଭାଇମାନେ ଏକାଠି ହୋଇ ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ପଡିବ ା ନ ହେଲେ ଆମ ଦୁଃଖ କେହି ବୁଝିବେ ନାହିଁ ବୋଲି ରବିବାର ଭୁବନେଶ୍ୱର ସତ୍ୟନଗରଠାରେ ଅନୁଷ୍ଠିତ ସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଂସାରୀ ସଂଗଠନର ସଦସ୍ୟମାନେ ମତ ଦେଇଥିଲେ। ଭୁବନେଶ୍ୱର କଂସାରୀ ସମାଜ ଉନ୍ନୟନ ପରିଷଦର ବରିଷ୍ଠ ସଦସ୍ୟ ନବୀନ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଖିଳ ଉକତ୍ଳ କଂସାରୀ ସମାଜ କେନ୍ଦ୍ରାଞ୍ଚଳ ଶାଖା ସଭାପତି ଅଖିଳ କୁମାର ମହାରଣା ଯୋଗଦେଇ କାରିଗର ତଥା ସଂଗଠନ ବହୁ ସମସ୍ୟା ମଧ୍ୟରେ ଗତିକରୁଥିବା ପ୍ରକାଶ କରିଥିଲେ। ସମାବେଶରେ ନିଖିଳ ଉକତ୍ଳ କଂସାରୀ ସମାଜ କେନ୍ଦ୍ରାଞ୍ଚଳ ଶାଖାର ପୂର୍ବତନ ସଭାପତି ନକୁଳ ସାହୁ, ଦଣ୍ଡପାଣି ସାହୁ, ସମ୍ପାଦକ ଶ୍ରୀପତି ମହାରଣା, ପୂର୍ବତନ ସମ୍ପାଦକ ଅନାଦି ଚରଣ ସାହୁ, ଭୁବନେଶ୍ୱର କଂସାରୀ ସମାଜ ଉନ୍ନୟନ ପରିଷଦ ସମ୍ପାଦକ ସୁଦର୍ଶନ ସାହୁ, ବରିଷ୍ଠ ସଦସ୍ୟ ନୀଳକଣ୍ଠ ସାହୁ, ନରେନ୍ଦ୍ର କୁମାର ସାହୁ, ସଂଗଠନ ସଂପାଦକ ବାବାଜୀ ଚରଣ ସାହୁ, ଜଗତ୍‌ସିଂହପୁର ତିର୍ତ୍ତୋଲରୁ ମଙ୍ଗୁଳି ସାହୁ, ଯାଜପୁର କୁନ୍ଦପାଟଣାର କୈଳାସ ସାହୁ, ଆସିକାର କାଳୁ ଚରଣ ସାହୁ, ବରଗଡର ଅର୍ଜୁନ ସାହୁ ପ୍ରମୁଖ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଆମେମାନେ ଯଦି ସଂଘବଦ୍ଧ ଭାବରେ ଆମ ଦାବିକୁ ସରକାରଙ୍କ ପାଖରେ ଉପସ୍ଥାପନ କରି ଆବଶ୍ୟକ ସ୍ଥଳେ ଆନ୍ଦୋଳନ ପନ୍ଥା ନ ଆପଣେଇବା ତେବେ ଦାବି ହାସଲ କରିପାରିବା ନାହିଁ। ଏକାଠି ହୋଇ ସ୍ବର ଉତ୍ତୋଳନ କଲେ କଂସା ପିତଳ ହସ୍ତଶିଳ୍ପର ବିକାଶ ତଥା ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ା
ସୂଚନାଯୋଗ୍ୟ ସୌଖୀନ ବ୍ୟବସାୟୀଙ୍କ ପ୍ରତିଯୋଗିତା, କଞ୍ଚାମାଲ ଅଭାବ, ଉପତ୍ାଦିତ ସାମଗ୍ରୀର ମାନ୍ଦା ବଜାର ବ୍ୟବସ୍ଥା, ଜଙ୍ଗଲ ଅବକ୍ଷୟ, କାଠ କୋଇଲାର ଅଭାବ ସାଙ୍ଗକୁ କଂସାପିତ୍ତଳ କାରିଗରଙ୍କୁ ଶୋଷଣ ଓ ସରକାରୀ ପ୍ରୋତ୍ସାହନ ଅଭାବ କଂସାରୀ ସମାଜକୁ ପଙ୍ଗୁ କରିଦେଇଛି। ଫଳରେ ଏହି ହସ୍ତଶିଳ୍ପ ସମ୍ପୂର୍ଣ୍ଣ ବୁଡିଯିବା ଉପରେ। ଆସନ୍ତା ଜୁନ ମାସରେ କଣ୍ଟିଲୋଠାରେ ଆୟୋଜିତ ବାର୍ଷିକ ଅଧିବେଶନରେ ରାଜ୍ୟର ସମସ୍ତ ଅଞ୍ଚଳର କଂସାରୀ ଭାଇମାନେ ଯୋଗଦେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ପ୍ରସ୍ତୁତ କରାଯିବ ବୋଲି ସଭାରେ ସହମତି ପ୍ରକାଶ ପାଇଥିଲା। ପରିଶେଷରେ ନିରଞ୍ଜନ ମହାରଣା ଧନ୍ୟବାଦ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri