ଔଷଧ ୩ଘଣ୍ଟା, ପରୀକ୍ଷା ୪ଘଣ୍ଟା

ବ୍ରହ୍ମପୁର ଅଫିସ୍‌,୧୮ା୧୦- ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଉପରେ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶର ରୋଗୀମାନେ ନିର୍ଭର କରୁଛନ୍ତି। ବିଭିନ୍ନ ଯୋଜନାରେ ସରକାର ଏବେ ଅନେକ ସୁବିଧା ମାଗଣା କରି ଦେଇଥିବାରୁ ମେଡ଼ିକାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ହେଲେ ତଦନୁଯାୟୀ ଭିତ୍ତିଭୂମି ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ସୀମିତ ଭିତ୍ତିଭୂମି ଏବଂ ସମ୍ବଳରେ ଚାଲିଛି ବଡ଼ ମେଡ଼ିକାଲ। ପରିସ୍ଥିତି ଏମିତି, ରୋଗୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି । ନିରାମୟ ଔଷଧ ପାଇବାକୁ ୩ଘଣ୍ଟାରୁ ଅଧିକ ଏବଂ ଆଞ୍ଚଳିକ ନିଦାନ କେନ୍ଦ୍ର(ଆର୍‌ଡିସି)ରେ ରକ୍ତ ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ ୪ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। ଏହା ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି।
ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ପାଇଁ ୨୦୧୫ରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ନିରାମୟ ଯୋଜନା। ଏଥିରେ ବଡ଼ ମେଡ଼ିକାଲ୍‌ରେ ୮ କାଉଣ୍ଟର୍‌ ଖୋଲାଯାଇଛି। ପୁରୁଷଙ୍କ ପାଇଁ ୪ ଏବଂ ମହିଳାଙ୍କ ପାଇଁ ୪ କେନ୍ଦ୍ର ରହିଛି। ହେଲେ ରୋଗୀଙ୍କ ସଂଖ୍ୟା ଅଧିକ ଥିବା ଯୋଗୁ ଏହି ୮ କେନ୍ଦ୍ର ମଧ୍ୟ ନିଅଣ୍ଟ ପଡ଼ୁଛି । ଧାଡ଼ିରେ ଠିଆ ହୋଇଥିବା କେତେକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ କହିବାନୁଯାୟୀ, ସେମାନଙ୍କ ମଧ୍ୟରୁ ଅନେକ ୩ଘଣ୍ଟାରୁ ଅଧିକ ସମୟ ଠିଆ ହେଉଛନ୍ତି। ସେଥିରେ ପୁଣି ଅନେକ ଔଷଧ ମିଳୁନି । ଡାକ୍ତର ଯଦି ୧୦ ଔଷଧ ଲେଖିଥିବେ, ତେବେ ସେଥିରୁ ୬ ମିଳିବା କଷ୍ଟକର। ଔଷଧ ଚିଠା ଲେଖିବା ବେଳେ ଡାକ୍ତର କହୁଛନ୍ତି, ସବୁ ନିରାମୟ କେନ୍ଦ୍ରରେ ମିଳିବ। ହେଲେ ଅଧିକାଂଶ ମିଳୁନି। ଯେଉଁ ଔଷଧ ସବୁ ବାହାରୁ କିଣିବାକୁ ପଡ଼ୁଛି, ତାହାର ଦାମ୍‌ ଯଥେଷ୍ଟ ଅଧିକ ରହୁଛି । ଗରିବ ରୋଗୀଙ୍କ ପାଇଁ ଅଧିକ ଦାମ୍‌ରେ ଔଷଧ କିଣିବା ସମ୍ଭବ ହେଉନାହିଁ। ଅନ୍ୟପଟେ ଡାକ୍ତରମାନେ ଔଷଧ କମ୍ପୋଜିଶନ୍‌ ଲେଖିବା ବଦଳରେ କମ୍ପାନୀର ନାମ ଲେଖୁଛନ୍ତି। ବଡ଼ ବଡ଼ କମ୍ପାନୀ ଔଷଧ ନିରାମୟ କେନ୍ଦ୍ରରେ ମିଳୁନି। ଜେନେରିକ୍‌ ବଦଳରେ ବ୍ରାଣ୍ଡେଡ୍‌ ଔଷଧ ଲେଖାଯାଉଛିି। ଡାକ୍ତର ଏବଂ ଔଷଧ କମ୍ପାନୀଙ୍କ ମଧ୍ୟରେ ଭିତିରି ସଲାସୁତରାର ଶିକାର ହେଉଛନ୍ତି ଗରିବ ରୋଗୀ। ଏଣୁ ରାଜ୍ୟ ସରକାର ତୁରନ୍ତ ନିରାମୟ କେନ୍ଦ୍ରରେ କାଉଣ୍ଟର୍‌ ବଢ଼ାଇବାର ଆବଶ୍ୟକତା ରହିଛି। ସେହିଭଳି କେନ୍ଦ୍ରରେ ଅଧିକ ପ୍ରକାରର ଔଷଧ ଉପଲବ୍ଧ କରାଗଲେ, ରୋଗୀମାନେ ଔଷଧ କମ୍ପାନୀ ଓ ଡାକ୍ତରଙ୍କ ଶୋଷଣରୁ ମୁକ୍ତି ପାଇପାରିବେ ବୋଲି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି।
ସେହିଭଳି ରୋଗ ଚିହ୍ନିବା ପାଇଁ ରୋଗୀଙ୍କ ରକ୍ତ, ମଳ ଓ ମୂତ୍ର ଆଦି ପରୀକ୍ଷା କରିବା ଜରୁରୀ। ବଡ଼ ମେଡ଼ିକାଲ୍‌ରେ ଆର୍‌ଡିସି ଏବଂ କଲେଜରେ ପରୀକ୍ଷା ବ୍ୟବସ୍ଥା ରହିଛି । ହେଲେ କଲେଜ ଅପେକ୍ଷା ଆର୍‌ଡିସିରେ ଭିଡ଼ ଅଧିକ ରହୁଛି । ସମସ୍ତ ପ୍ରକାର ପରୀକ୍ଷା ସୁବିଧା ଥିବା ଯୋଗୁ ଏଠାରେ ରୋଗୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହୁଛି। ଅନେକ ସମୟରେ ରୋଗୀଙ୍କୁ ପ୍ରାୟ ୪ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଖରା, ବର୍ଷା ମାଡ଼ ଖାଇ ରୋଗୀ ଏବଂ ସମ୍ପର୍କୀୟମାନେ ପରୀକ୍ଷା ପାଇଁ ନମୂନା ଦେବାକୁ ଧାଡ଼ିରେ ଅପେକ୍ଷା କରୁଛନ୍ତି। ସେଥିରେ ପୁଣି ନମୂନା ସଂଗ୍ରହ ପାଇଁ ୨ କାଉଣ୍ଟର୍‌ ରହିଛି। ଜଣେ ରୋଗୀ ଗୋଟିଏ କାଉଣ୍ଟର୍‌ରେ ୪ଘଣ୍ଟା ଠିଆ ହୋଇ ରକ୍ତ ନମୂନା ଦେବା ପରେ ମୂତ୍ର ନମୁନା ଦେବାକୁ ଧାଡିରେ ଠିଆ ହେବାକୁ ପଡ଼ୁଛି। ଏକକ କାଉଣ୍ଟର୍‌ ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଥିଲେ ମଧ୍ୟ ତାହା ପୂରଣ ହୋଇପାରୁନି। ଦିନକୁ ପ୍ରାୟ ୪ଶହ ରୋଗୀ ଆସୁଛନ୍ତି। ପୂର୍ବାହ୍ନ ସାଢ଼େ ୯ରୁ ସାଢ଼େ ଗୋଟାଏ ଏବଂ ଅପରାହ୍ନ ୩ରୁ ୬ଟା ପର୍ଯ୍ୟନ୍ତ ନମୂନା ସଂଗ୍ରହ କରାଯାଉଛି। ୧୫ କର୍ମଚାରୀଙ୍କର ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ୧୦ଜଣ। ଫଳରେ ଆର୍‌ଡିସିରେ ପରୀକ୍ଷା ବ୍ୟବସ୍ଥାରେ ଗୁରୁତର ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।
ପ୍ରଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ କୁହନ୍ତି, ନୂଆ କୋଠାକୁ ସ୍ଥାନାନ୍ତର ପରେ ଆର୍‌ଡିସି ବ୍ୟବସ୍ଥିତ ହୋଇଯିବ । ସେଠାରେ ଅଧିକ ଜାଗା ଥିବା ଯୋଗୁ ଭିଡ଼ ହେବ ନାହିଁ। ସେହିଭଳି ନିରାମୟ କେନ୍ଦ୍ର ଲାଗି ଅଧିକ ପ୍ରକାର ଔଷଧ କିଣିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଭାଜପାରେ ମିଶିପାରନ୍ତି ଅନୁଭବ, ଆଜି ହେବ ସ୍ପଷ୍ଟ

ଭୁବନେଶ୍ୱର,୨୮ା୩: ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକ ସଭାକୁ ନିର୍ବାଚିତ ହୋଇଥିବା ଅଭିନେତା ଅନୁଭବ ମହାନ୍ତି ଗୁରୁବାର ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ରାଜନୈତିକ ମହଲରେ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri