Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଘୋଷିତଧାଓ୍ବନ, ଶାହଙ୍କ ପ୍ରତ୍ୟାବର୍ତ୍ତନ : ଚହର ନୂଆ ମୁହଁ, ୩ ଫର୍ମାଟରେ ନେତୃତ୍ୱ ବଜାୟ ରଖିଲେ କୋହଲି

ମୁମ୍ବାଇ,୨୧।୭(ପି.ଟି.)- ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ୩ଟି ଯାକ ଫର୍ମାଟ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦଙ୍କ ଅଧ୍ୟକ୍ଷତାରେ ରବିବାର ବୈଠକରେ ବସି ଚୟନ କମିଟି ଏହି ଦଳ ଘୋଷଣା କରିଛି। ସିନିୟର ଓପନର ଶିଖର ଧାଓ୍ବନ ଆଘାତ ସମସ୍ୟାରୁ ମୁକୁଳି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବଲ୍‌ ବାଜିବା କାରଣରୁ ବୁଢ଼ା ଆଙ୍ଗୁଠିରେ ସେ ଆଘାତ ପାଇଥିଲେ। ଫଳରେ ସେ ବିଶ୍ୱକପ୍‌ ଅଧାରୁ ଦଳରୁ ବାଦ୍‌ ପଡିଥିଲେ। ଯୁବ ଲେଗ୍‌ ସ୍ପିନର ରାହୁଲ ଚହର ଏକମାତ୍ର ନୂଆ ମୁହଁ ଭାବେ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ବିରାଟ କୋହଲି ପୂର୍ବପରି ୩ଟି ଫର୍ମାଟରେ ଦଳରେ ନେତୃତ୍ୱ ନେବେ। ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ପାରମିଲିଟାରୀ ରେଜିମେଣ୍ଟରେ କାର୍ଯ୍ୟ କାରିବା ପାଇଁ ଦୁଇ ମାସ କ୍ରିକେଟରୁ ଦୂରେଇ ରହିବେ ବୋଲି ଘୋଷଣା କରିଥିଲେ। ଫଳରେ ତାଙ୍କ ନାମକୁ ଚୟନକର୍ତ୍ତା ବିଚାରକୁ ନେଇ ନ ଥିଲେ।
ସେହିପରି ଅଭିଜ୍ଞ ଉଇଇକେଟକିପର ରିଦ୍ଧିମାନ ଶାହ ଟେଷ୍ଟ ଦଳକୁ ଫେରିଛନ୍ତି। ୨୦୧୮ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅବସରରେ ସେ ଆହତ ହୋଇଥିଲେ ଓ ତାଙ୍କ କାନ୍ଧରେ ଆସ୍ତ୍ରୋପଚାର କରାଯାଇଥିଲା। ଏବେ ସେ ସୁସ୍ଥ ହୋଇ ଦଳକୁ ପ୍ର଼୍ୟାବର୍ତ୍ତନ କରିଛନ୍ତି। ଶେଷଥର ପାଇଁ ଶାହ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳିଥିଲେ।
ରାଜସ୍ଥାନ ଲେଗ୍‌ ସ୍ପିନର ଚହର ଗତ ଆଇପିଏଲ୍‌ ଓ ଘରୋଇ ସେସନରେ ଆକର୍ଷଣୀୟ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଆସ୍ଥାଭାଜନ ହୋଇ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ସେ ଦୀପକ ଚହରଙ୍କ ସମ୍ପର୍କୀୟ ଭାଇ। ଦୀପକ ମଧ୍ୟ ଟି୨୦ ଦଳରେ ସ୍ଥାନ ପାଇଛନ୍ତି। ବିଶ୍ୱକପ୍‌ ଦଳରୁ କେବଳ ଦୀନେଶ କର୍ତ୍ତିକ ବାଦ୍‌ ପଡିଛନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯାଇଛି। କାର୍ଯ୍ୟଭାର କମାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ ବୁମ୍‌ରା ଟେଷ୍ଟ ଦଳରେ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ୱକପ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ୫ଟି ଶତକ ହାସଲ କରିଥିବା ରୋହିଶ ଶର୍ମାଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି।
ଅଗଷ୍ଟ ୩ ତାରିଖରୁ ଭାରତ ତା’ର ଓ୍ବେଷ୍ଟଇଣ୍ଡିଜ ଗସ୍ତ ଆରମ୍ଭ କରିବ। ଏହି ଗସ୍ତରେ ଭାରତ ପ୍ରଥମ ୩ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଗତ ବିଶ୍ୱକପ୍‌ ସେମିଫାଇାନଲରେ ନ୍ୟୁଜିଲାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇ ବିଦାୟ ନେବା ପରେ ଭାରତ ପ୍ରଥମ ସିରିଜ ଖେଳିବାକୁ ଯାଉଛି। ହେଡ୍‌ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ଏବେକାର କୋଚିଂ ଷ୍ଟାଫ୍‌ର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମେତ ଦକ୍ଷିଣ ଆଫ୍ରିକା ଘରୋଇ ସିରିଜ ପର୍ଯ୍ୟନ୍ତ କୋଚିଂ ଷ୍ଟାଫ୍‌ ଦାୟିତ୍ୱରେ ରହିବ।

ଟି୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲେକେଶ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟକିପର), କ୍ରୁନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଦୀପକ ଚହର ଓ ନବଦୀପ ସଇନି।
ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକଶେ ରାହୁଲ, ଶ୍ରେୟାସ ଆୟର, ମନୀଷ ପାଣ୍ଡେ, ରିଷଭ ପନ୍ତ (ଉଇକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ଓ ନବଦୀପ ସଇନି।
ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ (ଉପ- ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରୋହିତ ଶର୍ମା, ରିଷଭ ପନ୍ତ (ଉଇକେଟକିପର), ରିଦ୍ଧିମାନ ଶାହ (ଉଇକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ଯଶପ୍ରୀତ ବୁମରା ଓ ଉମେଶ ଯାଦବ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀ ରାତିରେ ଚାଲିଗଲା ବବଲୁଙ୍କ ଜୀବନ: ସକାଳୁ ସକାଳୁ ଜଣାପଡ଼ିଲା କାରଣ

ଲକ୍ଷ୍ନୌ,୨୫।୭: ଉତ୍ତର ପ୍ରଦେଶର ବଦାଉଁ ଜିଲାର ଉଘାଇତି ଥାନା ଅଞ୍ଚଳରେ ଅବସ୍ଥିତ ରିଓନାଇ ଗାଁରେ ବିବାହ ଉତ୍ସବର କିଛି ଘଣ୍ଟା ମଧ୍ୟରେ ଶୋକର ଛାୟା ଖେଲିଯାଇଛି। କନ୍ୟାକୁ…

ଯୁବପିଢ଼ିଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ RSS ମୁଖ୍ୟ: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଆମ୍ବେଦକର ଭବନରେ ବିଶ୍ୱମଙ୍ଗଳ୍ୟ ସଭା ଦ୍ୱାରା ଆୟୋଜିତ ‘ଯୁଗାନୁକୂଳ ମାତୃତ୍ୱ’ କାର୍ଯ୍ୟକ୍ରମରେ ଭାଷଣ ଦେଇ ସଂଘ ମୁଖ୍ୟ ମୋହନ ଭାଗବତ ଯୁବପିଢ଼ି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ…

କେସିଙ୍ଗା ଅଞ୍ଚଳରେ ବୃଦ୍ଧି ପାଉଛି ମଦ ବ୍ୟବସାୟ: ଯୁବପିଢି ନିଶାରେ ଆଶକ୍ତ

କେସିଙ୍ଗା,୨୫।୭:(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପରଲସିଙ୍ଗା, କାଣ୍ଡେଲ, ବୋରିଆ, ନୁନ ମାଠ, ତୁର୍ଳାଖମାନ, ତୁଣ୍ଡଳା, ବେଲଖଣ୍ଡି, ଗୋକୁଳେଶ୍ୱର, ଅଧମୁଣ୍ଡା, ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ଦେଶୀ,…

ରାମେଶ୍ୱର ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା, ସୁନାମଧନ୍ୟ ନୃତ୍ୟଶିଳ୍ପୀଙ୍କ ସମେତ ୨ ମୃତ

ଗୁଣପୁର,୨୫।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ଶେଫାଳୀ ପାହାଡ଼ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ…

CJP ହିଂସାକୁ ନେଇ ବଡ଼ ଖୁଲାସା, ଜନ୍ତର-ମନ୍ତରରେ ୨୫୦୦ରୁ ଅଧିକ…

ନୂଆଦିଲ୍ଲୀ,୨୫।୭: ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ଜାରି ରହିଛି । ଏହି ସମୟରେ Facial Recognition System ଦ୍ବାରା ହିଂସା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହା ପ୍ରଭାବରେ…

ନୂଆ ଡିଜିପିଙ୍କୁ ନେଇ ଅଙ୍କକଷା: ଚର୍ଚ୍ଚାରେ ୩, ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୨୫ା୭(ତ୍ରିନାଥ ମହାନ୍ତି):୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ ଅଗଷ୍ଟ ୧୬ରେ ଅବସର ଗ୍ରହଣ କରିବେ। ତାଙ୍କ କାର୍ଯ୍ୟକାଳ ସରି ଆସୁଥିବାବେଳେ ରାଜ୍ୟର କିଏ…

ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ କଣ କରିବ CJP? ଆଶୁତୋଷ ରାଙ୍କା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୭: କେନ୍ଦ୍ର ସରକାରଙ୍କ ସହିତ ଏକ ବୈଠକ ପରେ, କକ୍ରୋଚ୍ ଜନତା ପାର୍ଟି ସ୍ପଷ୍ଟ କରିଛି ଯେ ପ୍ରାଥମିକ ଦାବି ହେଉଛି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri