Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଦଳ ଚୟନ ଆଜି: ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଲେ ଧୋନୀ; ୨ମାସ କ୍ରିକେଟରୁ ଦୂରେଇ ରହିବେ

ନୂଆଦିଲ୍ଲୀ,୨୧।୭ (ପି.ଟି.)- ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ଓହରିଯାଇଛନ୍ତି ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ। ରବିବାର ଏହି ଗସ୍ତ ପାଇଁ ମୁମ୍ବାଇରେ ଚୟନକର୍ତ୍ତା ବୈଠକରେ ବସି ଦଳ ଚୟନ କରିବେ। ଏପରିସ୍ଥଳେ ଧୋନୀ ଗସ୍ତରୁ ଓହରିବା ବିଶେଷ ଭାବେ ମହତ୍ତ୍ୱ ରଖୁଛି। ବିଶ୍ୱକପ୍‌ରେ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେବା ପରେ ତାଙ୍କ ଅବସର ନେଇ ଚର୍ଚ୍ଚା ଚାଲିଥିବା ବେଳେ ଧୋନୀ ଏପରି ନିଷ୍ପତ୍ତି ନେଇଛନ୍ତି। ପାରାମିଲିଟାରୀ ରେଜିମେଣ୍ଟରେ ନିଯୁକ୍ତି ପାଇଥିବାର ଧୋନୀ ବିଭିନ୍ନ କାର୍ଯ୍ୟପାଇ ୨ ମାସ ସୈନିକଙ୍କ ସହ ସମୟ ବିତାଇବେ। ସେ ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଲିଖିତ ଭାବେ ଜଣାଇଛନ୍ତି। ଧୋନୀ ପାରଚ୍ୟୁଟ୍‌ ରେଜିମେଣ୍ଟ ଅଫ୍‌ ଦି ଟେରିଟୋରିଆଲ ଆର୍ମିରେ ସମ୍ମାନଜନକ ଲ୍ୟୁଟନାଣ୍ଟ କୋଲୋନେଲ ଭାବେ ନିଯୁକ୍ତି ପାଇଥିଲେ।
ବର୍ତ୍ତମାନ ଧୋନୀ କ୍ରିକେଟରୁ ଅବସର ନେଉନାହାନ୍ତି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି। ପାରାମିଲିଟାରୀ ରେଜିମେଣ୍ଟରେ କାର୍ଯ୍ୟ କରିବା ପାଇଁ ସେ ଦୁଇମାସ ପାଇଁ ବିଶ୍ରାମ ନେଉଛନ୍ତି। ଏ ସଂକ୍ରାନ୍ତରେ ଧୋନୀ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦଙ୍କୁ ଅବଗତ କରାଇଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି। ୩୮ବର୍ଷରେ ପଦାର୍ପଣ କରିଥିବା ଧୋନୀ ଏବେ ଅବସର ନେବେ ନାହିଁ ବୋଲି କହିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରୁ ଓହରିଯାଇଥିବାରୁ ଧୋନୀ ଘୋଷିତ ହେବାକୁ ଥିବା ଦଳରେ ସ୍ଥାନ ନ ପାଇବା ସ୍ବାଭାବିକ୍‌। ଏହି ଗସ୍ତରେ ଭାରତ ୩ଟି ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ଖେଳିବ।
ଭବିଷ୍ୟତକୁ ଦୃଷ୍ଟିରେ ରଖି ଦଳ ଚୟନ କରାଯିବ ବୋଲି ଆଶା କରାଯାଉଛି। ତେବେ ଧୋନୀଙ୍କ ସମ୍ପର୍କରେ ଅଧିନାୟକ କୋହଲିଙ୍କ ଅଭିମୁଖ୍ୟ ସ୍ପଷ୍ଟ ହେବା ପରେ ଯାଇ ଚୟନ କମିଟି ଯାହା ନିଷ୍ପତ୍ତି ନେବ। କେଉଁ ଖେଳାଳି ଅବସର ନେବେ ସେ ସମ୍ପର୍କରେ ଚୟନକମିଟିର କିଛି କହିବାର ଅଧିକାର ନାହିଁ। ତେବେ ଦଳ ଚୟନ କରିବାରେ କମିଟିର ସମ୍ପୂର୍ଣ୍ଣ ସ୍ବାଧୀନତା ରହିଛି ବୋର୍ଡ ଅଧିକାରୀ କହିଛନ୍ତି। ଧୋନୀ ଓହରିଯିବା ଫଳରେ ରିଷଭ ପନ୍ତ ପ୍ରଥମ ଉଇକେଟ କିପର ଭାବେ ଦଳରେ ସ୍ଥାନେ ପାଇବା ଆଶା କରାଯାଉଛି। ଟେଷ୍ଟ ପାଇଁ ଉଇକେଟ କିପିଂ ଦୌଡ଼ରେ ଅଭିଜ୍ଞ ରିଦ୍ଧିମାନ ଶାହ ଦୌଡ଼ରେ ରହିଛନ୍ତି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଫଳରେ ଏବେ ଟି୨୦ ଫର୍ମାଟ ଉପରେ ଫୋକସ୍‌ କରାଯିବ ବୋଲି ଆଶା କରାଯାଉଛି।
ବିଶ୍ୱକପ୍‌ ପୂର୍ବରୁ ଆଗକୁ ଭାରତ ଏକାଧିକ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ପୁଣି ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଉ ଗୋଟିଏ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସେସନ ଖେଳିବା ଆଶା କରାଯାଉଛି। ଏପରିସ୍ଥଳେ ଚୟନକର୍ତ୍ତାମାନେ କେତୋଟି ପ୍ରଶ୍ନର ସମ୍ମୁଖୀନ ହେବା ସ୍ବାଭାବିକ୍‌। ଧୋନୀ ଟି୨୦ ବିଶ୍ୱକପ୍‌ ଖେଳିବେ କି? ଯଦି ହଁ ତେବେ ଧୋନୀଙ୍କୁ କିପର- ବ୍ୟାଟ୍ସମ୍ୟାନ ଭାବେ ଅତିକମ୍‌ରେ ୧୫ରୁ ୧୮ଟି ଟି୨୦ ମ୍ୟାଚ୍‌ ଖେଳାଇବାର ଯଥାର୍ଥତା ରହିଛି।
ଚୟନ କମିଟିର କାର୍ଯ୍ୟକାଳ ଆସନ୍ତା ଅକ୍ଟୋବରରେ ଶେଷ ହେବାକୁ ଯାଉଛି। ଯଦି ଧୋନୀ ଅବସର ନ ନିଅନ୍ତି ତେବେ ବିସିସିଆଇ ନିର୍ବାଚନ ପରେ ନବନିଯୁକ୍ତ ବୋର୍ଡ ସଦସ୍ୟ ଧୋନୀଙ୍କୁ ନେଇ ସ୍ପଷ୍ଟ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି। ଫଳରେ ଆଗାମୀ କିଛମାସରେ ଏ ନେଇ କିଛି ନାଟକୀୟ ପରିସ୍ଥିତି ସୃଷ୍ଟି ହେବା ନିଶ୍ଚିତ ମନେହେଉଛି। ତେବେ ବର୍ତ୍ତମାନ ଚୟନ କମିଟି ଉପରେ ସମସ୍ତଙ୍କ ନଜର ରହିଛି। ଦଳରେ କାହାକୁ ସ୍ଥାନ ମିଳିବ ଓ ନ ମିଳିବ ସେ ନେଇ ସମସ୍ତଙ୍କର ଉତ୍କଣ୍ଠା ରହିଛି। ଉଲ୍ଲେଖଥାଉ କି, ପ୍ରଥମ ଚୟନ କମିଟି ବୈଠକ ଶୁକ୍ରବାର ବସିବାର ଥିଲା। ତେବେ କ୍ରିକେଟ ପ୍ରଶାସକ କମିଟି (ସିଓଏ) ବୋର୍ଡ ସମ୍ପାଦକଙ୍କ ବଦଳରେ ଚୟନ କମିଟି ମୁଖ୍ୟ ବୈଠକ ଡାକିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ଫଳରେ ଏହି ବୈଠକ ରବିବାରକୁ ଘୁଞ୍ଚାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri