Posted inଖେଳ

ଓ୍ବେଷ୍ଟଇଣ୍ଡିଜ-ଏ’କୁ ଭଲ ସ୍ଥିତି ଦେଲେ ହୋଡ୍‌ଗେ, ବ୍ରୁକ୍ସ

ପୋର୍ଟ ଅଫ୍‌ ସ୍ପେନ, ୧।୮ (ପି.ଟି.)- ଭ୍ରମଣକାରୀ ଭାରତ-ଏ ବିପକ୍ଷରେ ସ୍ଥାନୀୟ କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିବସ ଶେଷ ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ-ଏ ଦୃଢ଼ ଆରମ୍ଭ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ-ଏ ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୫ ଉଇକେଟ୍‌ ହରାଇ ୨୪୩ ରନ୍‌ ସଂଗ୍ରହ କରିଛି। ଦୁଇ ଓପନର୍‌ ଅଧିନାୟକ କ୍ରେଗ୍‌ ବ୍ରାଥଓ୍ବେଟ୍‌ (୩୬) ଓ ମୋଣ୍ଟସିନ ହୋଡଗେ (୬୫) ପ୍ରଥମ ଉଇକେଟ୍‌ ଯୋଡ଼ିରେ ୮୭ ରନ୍‌ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ। କିନ୍ତୁ ମୁମ୍ବାଇ ଦ୍ରୁତ ବୋଲର ସନ୍ଦୀପ ଓ୍ବାରିୟର ବ୍ରାଥ୍‌ଓ୍ବେଟ୍‌ଙ୍କୁ ଆଉଟ୍‌ କରି ଏହି ଯୋଡ଼ି ଭାଙ୍ଗିଥିଲେ। ଏହାପରେ ଶାମର ବ୍ରୁକ୍ସ (୫୩) ଓ ହୋଡ୍‌ଗେ ଯୋଡ଼ି ୨ୟ ଉଇକେଟ୍‌ରେ ୬୨ ରନ୍‌ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୪୯ ରନ୍‌ ହୋଇଥିବାବେଳେ ହୋଡ୍‌ଗେଙ୍କୁ କ୍ଲିନ୍‌ ବୋଲ୍ଡ କରି ମହମ୍ମଦ ସିରାଜ ଭାରତକୁ ୨ୟ ବ୍ରେକ୍‌ ଥ୍ରୁ ଦେଇଥିଲେ। ବ୍ରୁକ୍ସ ମଧ୍ୟ ଅର୍ଦ୍ଧଶତକ ହାସଲ କରି ଶିବମ ଦୁବେଙ୍କୁ ରିଟର୍ନ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଖେଳ ଶେଷ ବେଳକୁ ଉଇକେଟ୍‌କିପର ଶେନ୍‌ ଡାର୍‌ଓ୍ବିଚ ୨୪ ଓ ରେମନ ରିଫର୍‌ ୨୭ ରନ କରି ଅପରାଜିତ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁନୀଲ ଆମ୍ବ୍ରିସ ୧୨ ଓ ଜର୍ମାଇନ ବ୍ଲାକଉଡ୍‌ ୨୦ ରନ କରି ଆଉଟ୍‌ ହୋଇଥିଲେ। ଭ୍ରମଣକାରୀ ଭାରତ-ଏ ପକ୍ଷରୁ ସିରାଜ, ସନ୍ଦୀପ, ଦୁବେ, ମୟଙ୍କ ମାର୍କଣ୍ଡେ ଓ କ୍ରିଷ୍ଣାପ୍ପା ଗୌଥମ ପ୍ରତ୍ୟେକ ଗୋଟିଏ ଉଇକେଟ୍‌ ନେଇଥିଲେ। ପୂର୍ବରୁ ପ୍ରଥମ ମ୍ୟାଚ୍‌ ଜିତି ଭାରତ-ଏ ୩ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇରାନର ବଡ଼ ଅନୁରୋଧ ରଖିଲା ଫିଫା

ତେହରାନ, ୨୫ା୫: ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁଥିବା ଫିଫା ବିଶ୍ୱକପ୍‌ ଲାଗି ଇରାନ ପକ୍ଷରୁ ଦଳର ଟ୍ରେନିଂ କ୍ୟାମ୍ପ ଆମେରିକାରୁ ମେକ୍ସିକୋକୁ ସ୍ଥାନାନ୍ତର କରିବା ଲାଗି…

ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ବଡ଼ ଦାବି: ବଦଳିବେ ଏହି ୪ଦଳର ଅଧିନାୟକ

ନୂଆଦିଲ୍ଲୀ,୨୫।୫: ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ଏକ ବଡ଼ ଦାବି କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ’X’ରେ ଏକ ଭିଡିଓ ସେୟାର କରି IPLର…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

ଦିଲ୍ଲୀର ଆଇପିଏଲ୍‌ ଅଭିଯାନ ଶେଷ

କୋଲକାତା,୨୫ା୫: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ପରେ ବୋଲରଙ୍କ ମାପଚୁପ ବୋଲିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୪୦ ରନରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ପୂର୍ବରୁ ପ୍ଲେଅଫ୍‌…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

୧୫ ବର୍ଷ ପରେ IPLରେ ଏମିତି କାରନାମା କଲା RCB

ନୂଆଦିଲ୍ଲୀ,୨୩।୫: ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତିଥିଲା। ସେହି ସିଜିନରେ ମଧ୍ୟ ଦଳ ଟେବୁଲ-ଟପର ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri