ଓ୍ବେଷ୍ଟଇଣ୍ଡିଜ୍‌ର ବିପଜ୍ଜନକ ଖେଳ ନେଇ ଫିଞ୍ଚ୍‌ ଚିନ୍ତିତ

ନଟିଂହାମ, ୬।୬ (ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ରେ ଗୁରୁବାର ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱବହନ କରୁଛି। ଓ୍ବେଷ୍ଟଇଣ୍ଡିଜ ଏବେ ବିପଜ୍ଜନକ ଦଳ ଭାବେ ଉଭା ହୋଇଛି। ତେଣୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍‌ ଓ୍ବେଷ୍ଟଇଣ୍ଡିଜର ବିପଜ୍ଜନକ ଖେଳ ନେଇ ଚିନ୍ତିତ ଅଛନ୍ତି। ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୭ ଉଇକେଟରେ ହରାଇ ଅଭିଯାନ ଆରମ୍ଭ କରିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ତା’ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ମାତ୍ର ୧୦୫ ରନରେ ଅଲ୍‌ଆଉଟ କରି ବିପର୍ଯ୍ୟୟ ଘଟାଇବା ସହ ବିଜୟରୁ ଅଭିଯାନ ଆରମ୍ଭ କରିଛି।
ଓ୍ବେଷ୍ଟଇଣ୍ଡିଜ ଅଭିଜ୍ଞ ଓପନର କ୍ରିସ୍‌ ଗେଲଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରତି ଅଷ୍ଟ୍ରେଲିଆ ସତର୍କ ରହିଛି। ଓ୍ବେଷ୍ଟଇଣ୍ଡିଜ ଏକ ବିପଜ୍ଜନକ ଦଳ ବୋଲି ଫିଞ୍ଚ୍‌ କହିଛନ୍ତି। ପ୍ରଥମେ ବୋଲିଂ ହେଉ କି ବ୍ୟାଟିଂ ହେଉ ବିଜୟରୁ ଅଭିଯାନ ଆରମ୍ଭ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଇନିଂସର ପ୍ରଥମ ୧୦ ଓଭର ବେଶ୍‌ ଗୁରୁତ୍ୱବହନ କରୁଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ବେଶ୍‌ ଉଚ୍ଚକୋଟୀର ବୋଲିଂ କରିଥାଏ। ଅନ୍ୟପଟେ ଯଦି ଆମେ ପ୍ରଥମେ ଭଲ ଆରମ୍ଭ କରୁ ତାହାଲେ ଆମେ ବଡ଼ ସ୍କୋର ହାସଲ କରିବୁ। ଧୌର୍ଯ୍ୟର ସହ ଖେଳିଲେ ଆମେ ଓ୍ବେଷ୍ଟଇଣ୍ଡିଜ ଉପରେ ପ୍ରଭାବ ବିସ୍ତାର କରିପାରିବୁ ବୋଲି ଫିଞ୍ଚ୍‌ କହିଛନ୍ତି। ଟ୍ରେଣ୍ଟବ୍ରିଜ୍‌ର ଏହି ଗ୍ରାଉଣ୍ଡରେ ଇଂଲଣ୍ଡ ଗତବର୍ଷ ଦିନିକିଆର ସର୍ବାଧିକ ସ୍କୋର ୬ ଉଇକେଟ ହରାଇ ୪୮୧ ରନ ସଂଗ୍ରହ କରିଥିଲା। ତେଣୁ ଏହି ମ୍ୟାଚ୍‌ ହାଇସ୍କୋରିଂ ହେବ ବୋଲି ସେ ଆଶା କରୁଛନ୍ତି। ଦକ୍ଷତା ଅନୁରୂପ ଖେଳିଲେ ଆମେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ପାରିବୁ ବୋଲି ଫିଞ୍ଚ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri