Posted inଖେଳ

ଓସିଏ: ଚୟନକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

କଟକ ଅଫିସ,୨୭ା୫ : ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଚୟନକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ପୁନର୍ବାର ଆରମ୍ଭ ହୋଇଛି। କରୋନା କଟକଣା ନିମନ୍ତେ ଏହି ପ୍ରକ୍ରିୟାକୁ ସାମୟିକ ସ୍ଥଗିତ ରଖାଯାଇଥିଲା। ଇଚ୍ଛୁକ ବ୍ୟକ୍ତିବିଶେଷ ସେମାନଙ୍କ ବାୟୋଡାଟା ସହିତ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ଓସିଏ ପକ୍ଷରୁ ନିବେଦନ କରାଯାଇଛି। ତେବେ ଓସିଏ ପକ୍ଷରୁ ବିଭିନ୍ନ ବର୍ଗର ଚୟନକର୍ତ୍ତାଙ୍କ ନିମନ୍ତେ ଏକ ମାପଦଣ୍ଡ ଧାର୍ଯ୍ୟ କରାଯାଇଛି। ସିନିୟର ପୁରୁଷ ଚୟନକମିଟିରେ ସଦସ୍ୟ ହେବା ପାଇଁ ଗୋଟିଏ ଅନ୍ତର୍ଜାତୀୟ ଟେଷ୍ଟ କିମ୍ବା ୨୫ଟି ରଣଜୀ ମ୍ୟାଚ୍‌ ଅଥବା ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ଖେଳିଥିବା ଆବଶ୍ୟକ ବୋଲି ଦର୍ଶାଯାଇଛି। ଜୁନିୟର ବାଳକ ଚୟନ କମିଟିର ସଦସ୍ୟ ହେବା ନିମନ୍ତେ ୨୫ଟି ରଣଜୀ ମ୍ୟାଚ ଖେଳିଥିବା ଆବଶ୍ୟକ। ମହିଳା ଚୟନ କମିଟିର ସଦସ୍ୟ ହେବା ନିମନ୍ତେ ରାଜ୍ୟ ପକ୍ଷରୁ ସିନିୟର ଦଳରେ ପ୍ରତିନିଧିତ୍ୱ କରିଥିବା ଆବଶ୍ୟକ ବୋଲି କୁହାଯାଇଛି । ଉପରୋକ୍ତ ୩ଟି ଯାକ କମିଟିର ସଦସ୍ୟ ହେବା ପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରହିଛି। ଇଚ୍ଛୁକ ବ୍ୟକ୍ତି ୫ବର୍ଷ ପୂର୍ବରୁ ଖେଳରୁ ଅବସର ନେଇଥିବା ଆବଶ୍ୟକ ବୋଲି ଓସିଏ ପକ୍ଷରୁ ଦିଆଯାଇଥିବା ବିବୃତିିରେ ସୂଚନା ଦିଆଯାଇଛି। ଅଧିକ ବିବରଣୀ ଜାଣିବା ପାଇଁ ପ୍ରାର୍ଥୀମାନେ ସିଇଓ ସୁବ୍ରତ କୁମାର ବେହେରାଙ୍କ ସହ ଯୋଗାଯୋଗ କରି ପାରିବେ। ଆବେଦନର ଶେଷ ତାରିଖ ଜୁନ ୫କୁ ଧାର୍ଯ୍ୟ କରାଯାଇଛି। ସୂଚନା ଥାଉ କି, ଗତ ସମ୍ବିଧାନ ଓ ଅନୁବନ୍ଧନ କମିଟି ବୈଠକରେ ଚୟନକର୍ତ୍ତା ନିଯୁକ୍ତି ନେଇ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

କୋହଲିଙ୍କ ଗୋଟିଏ ‘ଲାଇକ’ ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ଏବେ…

ନୂଆଦିଲ୍ଲୀ,୩୦।୭:ସୋସିଆଲ ମିଡିଆ ଜଗତରେ ଗୋଟିଏ ‘ଲାଇକ’ କାହାର ଜୀବନ ବଦଳାଇପାରେ। ଏହାର ଏକ ପ୍ରମୁଖ ଉଦାହରଣ ହେଉଛନ୍ତି ଲିଜ। ଜଣେ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଜର୍ମାନ ମଡେଲ,…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଲେ ଏହି ମହାନ କ୍ରିକେଟର୍‌: ଭାବପ୍ରବଣ ହୋଇ ନେଲେ ବିଦାୟ

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ତଥା ଟେଷ୍ଟ ବିଶେଷଜ୍ଞ ଭାବରେ ବିବେଚିତ ଅଜିଙ୍କେ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରାହାଣେ ଗତ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri