ଓମ୍‌ଫେଡ: ଦୁଗ୍ଧକୁ ପାଣି

ଭୁବନେଶ୍ୱର,୯।୬(ବ୍ୟୁରୋ): ଓଡ଼ିଶାର ଗୌରବ ବୋଲାଉଥିବା ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ(ଓମ୍‌ଫେଡ୍‌)ର ଜନ୍ମ ୧୯୮୦ରେ ହୋଇଥିଲା। ଦୀର୍ଘ ୪ଦଶନ୍ଧି ପରେ ଏହି ସମବାୟ ସଂସ୍ଥାର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଥିବାର ଖବର ମିଳିଛି। ଜଣାପଡ଼ିଛି ଯେ, ଏହି ସମିତିର ସମ୍ପୂର୍ଣ୍ଣ ଭିତ୍ତିଭୂମି ଯଥା ଜମି, ଚିଲିଂ ପ୍ଲାଣ୍ଟ, ପାଶ୍ଚରାଇଜେଶନ, ପ୍ୟାକିଂ ଏବଂ ଅନ୍ୟାନ୍ୟ ସବୁ ଯନ୍ତ୍ରପାତି ଓ ଘର ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ବିପୁଳ ଅର୍ଥ ବିନିଯୋଗ ହୋଇଛି। ଅପରପଟେ ଏହାର ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ରାଜ୍ୟ ସରକାର ମଧ୍ୟ ଅର୍ଥ ବିନିଯୋଗ କରୁଛନ୍ତି। ଏହିସବୁ ସୁବିଧା ପାଉଥିବା ଓମ୍‌ଫେଡ୍‌ର ମୂଳ ଲକ୍ଷ୍ୟ ମୁନାଫା ନ ଥିଲା। ଉଚିତ ଦରରେ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରିକରି ଏକ ସୁସ୍ଥ ବ୍ୟବସାୟିକ ସଂସ୍ଥାଭାବେ ଗଢି ଉଠିବା ଏହି ସମବାୟ ମହାସଂଘର ଉଦ୍ଦ୍ୟେଶ ଥିଲା। ଓମ୍‌ଫେଡ୍‌ରେ ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ଚାଷୀ ତାଲିକାଭୁକ୍ତ ଥିବା ସତ୍ତ୍ୱେ ଏବେକାର କୋଭିଡ୍‌-୧୯ ଲକ୍‌ଡାଉନ ସମୟରେ ଚାଷୀଙ୍କୁ ସମ୍ପୂର୍ଣ୍ଣଭାବେ ଅଣଦେଖା କରାଯାଇଛି। ପୂର୍ବରୁ ୭ଲକ୍ଷରୁ ଊର୍ଦ୍ଧ୍ୱ ଲିଟର ଦୈନିକ ଦୁଗ୍ଧ ସଂଗ୍ରହ କରୁଥିବା ଓମ୍‌ଫେଡ୍‌ ଏହି ଲକ୍‌ଡାଉନ ସମୟରେ ମାତ୍ର ୨ରୁ ୩ଲକ୍ଷ ଲିଟର ସଂଗ୍ରହକୁ ହ୍ରାସ କରିଦେଇଛି। ଏଥିରୁ ପରିଚାଳନାଗତ ତ୍ରୁଟି ଏବଂ ଅପାରଗତାର ସ୍ପଷ୍ଟ ଉଦାହରଣ ଦେଖିବାକୁ ମିଳୁଛି। କେବଳ ଏହି ସମୟର ଅପାରଗତା ନୁହେଁ ୨୦୧୩-୧୪ରୁ ୨୦୧୭-୧୮ ମସିହାର ଅଡିଟ ରିପୋର୍ଟକୁ ଅନୁଧ୍ୟାନ କଲେ ଓମ୍‌ଫେଡ୍‌ରେ ଘଟିଥିବା ବିରାଟକାୟ ଦୁର୍ନୀତି ଆଡ଼କୁ ଦୃଷ୍ଟି ଆକର୍ଷଣ ହେଉଛି।
ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ୍ରମେ ୨୦୧୩-୧୪ରୁ ୨୦୧୭-୧୮ ମସିହା ମଧ୍ୟରେ ହୋଇଥିବା ବିଭିନ୍ନ ଆର୍ଥିକ ପରିଚାଳନା ସମ୍ପର୍କିତ ଏହି ସ୍ବତନ୍ତ୍ର ଅଡିଟ ରିପୋର୍ଟରେ ଦର୍ଶାଯାଇଛି, କେନ୍ଦ୍ରର ବିଭିନ୍ନ ଯୋଜନା ମାଧ୍ୟମରେ ଓମ୍‌ଫେଡ୍‌କୁ ବିପୁଳ ଅର୍ଥ ଦିଆଯାଇଛି। ହେଲେ ଏହି ଅର୍ଥ ଖର୍ଚ୍ଚ ନ କରି ଭୁଲ୍‌ ରିପୋର୍ଟ ଦେଖାଇ କାମ ହୋଇଛି ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଛି। କେନ୍ଦ୍ରର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିଓ୍ବାଇ)ରେ ୨୦୧୩-୧୪ରୁ ୨୦୧୭-୧୮ ମଧ୍ୟରେ ମୋଟ ଓମ୍‌ଫେଡ ୨୬ଟି ପ୍ରକଳ୍ପ ଲାଗି ୧୩୯କୋଟି ୫୬ଲକ୍ଷ ୯ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ମୋଟ ୧୧୧କୋଟି ୬୭ଲକ୍ଷ ୪୮ହଜାର ଟଙ୍କା କେନ୍ଦ୍ରରୁ ଆସିଛି। ହେଲେ ଏହି ଅର୍ଥରେ ମୋଟ ୧୩ଟି ପ୍ରକଳ୍ପ କାର୍ଯ୍ୟ କରାଯାଇଥିବା ବେଳେ ସବୁ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବା ଜଣାପଡ଼ିଛି। ପ୍ରାୟ ସବୁ ସ୍ଥାନରେ ଆର୍‌କେଭିଓ୍ବାଇ ପାଣ୍ଠି ଖର୍ଚ୍ଚ ନ କରି କାମ ହୋଇଥିବାର ଭୁଲ୍‌ ରିପୋର୍ଟ ଦେଖାଯାଇଛି। ତେବେ ଏହା ଭିନ୍ନ ଏକ ବାର୍ତ୍ତା ଦେଉଛି। ଅନ୍ୟପଟେ ୧୩୯କୋଟିରେ ୨୬ ପ୍ରକଳ୍ପ ହେବା କଥା କିନ୍ତୁ ସେଥିରୁ ୧୧୧କୋଟି ଖର୍ଚ୍ଚ କରି ସମ୍ପୂର୍ଣ୍ଣ ଭାବେ ୧୩ଟି ପ୍ରକଳ୍ପ କିପରି ହୋଇପାରିଲା ନାହିଁ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିବା ଭଳି ବିଷୟ। ରିପୋର୍ଟର ଏକ ଭାଗରେ ଉଲ୍ଲେଖ କରାଯାଇଛି, ବିଭିନ୍ନ ଯୋଜନା ମାଧ୍ୟମରେ ଓମ୍‌ଫେଡ୍‌କୁ ଆସିଥିବା ଅର୍ଥରୁ ୩୦ କୋଟି ୬୫ଲକ୍ଷ ଟଙ୍କା କେତେଜଣ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ। ଏକ ଟେବୁଲ ଜରିଆରେ ଟଙ୍କା ଆଦାୟ କରାଯିବାକୁ ଥିବା ଅଧିକାରୀମାନଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ଏତଦ୍‌ବ୍ୟତୀତ ୨୦୭ କୋଟିରୁ ଅଧିକ ଟଙ୍କା ବିଭିନ୍ନ ବିବାଦରେ ରହିଛି ବୋଲି ଉକ୍ତ ସ୍ବତନ୍ତ୍ର ରିପୋର୍ଟରେ ଦର୍ଶାଯାଇଛି। ଏସବୁ କିପ୍ରକାର ବିବାଦ ଏବଂ ଏତେ ପରିମାଣ ଅର୍ଥ ପାଇଁ କାହିଁକି ବିବାଦ ଉଠୁଛି ତାହା କୌଣସି ଜାଗାରେ ସ୍ପଷ୍ଟ ହୋଇନାହିଁ। ଅପରପକ୍ଷେ ଆହୁରି ଦୁଇଜଣ ଅଧିକାରୀଙ୍କୁ ବିଭିନ୍ନ ଦୁର୍ନୀତି ପାଇଁ ଅଡିଟର ଦାୟୀ କରିଛନ୍ତି। ସେହିପରି ଯେତେସବୁ ଯୋଜନାରେ ଅର୍ଥ ଆସିଛି, ସେସବର କାର୍ଯ୍ୟ ଠିକ୍‌ଭାବେ ବିନିଯୋଗ ହୋଇନାହିଁ ବୋଲି ଜଣାପଡିଛି। ଅନେକ ପ୍ରକଳ୍ପ କାର୍ଯ୍ୟର ୟୁସି(ୟୁଟିଲାଇଜେଶନ ସାର୍ଟିଫିକେଟ) ମଧ୍ୟ ଦାଖଲ କରାଯାଇନାହିଁ। ଅଭିଯୋଗ ଆସିଥିବା କୌଣସି ବ୍ୟକ୍ତିମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଅନ୍ୟପଟେ ଜଣେ କନିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଓମ୍‌ଫେଡ୍‌ର ମୂଳ ଦୁର୍ବଳତା ତାହାର ପ୍ରଶାସନିକ ମୁଖ୍ୟଙ୍କଠାରେ ସୀମିତ ରହିଯାଉଛି। ଯେହେତୁ କୌଣସି ବ୍ୟକ୍ତି ଏହି ବିରାଟକାୟ ମହାସଂଘ ପାଇଁ ଦାୟୀ ରହୁନାହାନ୍ତି ସେହେତୁ ଏହାର କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଅର୍ଥ ଦୁରୁପଯୋଗ ହେଉଛି। ଏବେ ମଧ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ଆର୍‌. ରଘୁପ୍ରସାଦଙ୍କୁ ଓମ୍‌ଫେଡ୍‌ର ମୁଖ୍ୟଭାବେ ରଖାଯାଇଥିବାରୁ ତାଙ୍କ ସମ୍ପୂର୍ଣ୍ଣ ଦୃଷ୍ଟି ଓଡ଼ିଶାର ଦୁଗ୍ଧ କ୍ଷେତ୍ରର ଉନ୍ନତି ନିମନ୍ତେ ରହୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ମମତା ବାନାର୍ଜୀଙ୍କୁ ବଡ଼ ଝଟକା; ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ପ୍ରତିକ୍ରିୟା

କୋଲକାତା,୧୧।୬: ବିଧାନସଭାରେ ବିରୋଧୀ ଦଳ ନେତା (LoP) ପଦବୀକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ବିବାଦ ଦେଖାଦେଇଛି। କଲିକତା ହାଇକୋର୍ଟ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ…

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଇରାନ ଉପରେ ଆମେରିକାର ଆକ୍ରମଣ ଯୋଗୁ ଖରାପ ହେଉଛି ମଧ୍ୟପ୍ରାଚ୍ୟ ପରିସ୍ଥିତି; ଜୁନ ୧୬ରେ ଫ୍ରାନ୍ସରେ ଏକାଠି ହେବେ G-7 ରାଷ୍ଟ୍ର

ପ୍ୟାରିସ,୧୧।୬: ଜୁନ ୧୬ରେ G7 ଶିଖର ସମ୍ମିଳନୀ ସମୟରେ ମଧ୍ୟପ୍ରାଚ୍ୟ ପରିସ୍ଥିତି ସମ୍ପର୍କରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ଏହି ବିଶେଷ ଅଧିବେଶନକୁ UAE,…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଆମ ଆଦମୀ ପାର୍ଟି, ବଲାଙ୍ଗୀର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ପୁଣି ବାଜି ମାରିଲା ଭାଜପା! ରାଜ୍ୟ ସଭା ନିର୍ବାଚନରେ ୯ ଭାଜପା ପ୍ରାର୍ଥୀ ଜିତିଲେ

ନୂଆଦିଲ୍ଲୀ,୧୧।୬: ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏକ ବଡ଼ ଖବର ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା…

ଭଞ୍ଜନଗରରେ ରଜ ମହୋତ୍ସବ ପାଳିତ, ଋତୁସ୍ରାବକୁ ନେଇ ସଚେତନ କରାଇଲେ ସିଡିପିଓ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବନ ବିହାର ପରିସରରେ ଗୁରୁବାର ରଜ ମହୋତ୍ସବ ପାଳିତ ହୋଇଯାଇଛି । ଆଇନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଋତୁସ୍ରାବ…

ସ୍ଲିପର ବସ୍ ମାଲିକଙ୍କୁ ବଡ଼ ଝଟ୍‌କା! ବେଆଇନ ଡ୍ରାଇଭର ପାର୍ଟିସନ ଡୋର୍ ଉପରେ ଚାଲିଲା ‘ସ୍ପେଶାଲ ଡ୍ରାଇଭ୍’, ୭ ଦିନରେ ୩୮୯ଟି ଗାଡ଼ିକୁ ଚାଲାଣ

କଟକ,୧୧।୬(କାର୍ତ୍ତିକ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ…

ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା; ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସ୍ଥାନ; ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଜୁନିଅର କ୍ରିକେଟ କମିଟି ଗୁରୁବାର (ଜୁନ ୧୧) ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ODI ଏବଂ ମଲ୍ଟି ଡେ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri