ଓଡ଼ିଶା ଫେରିଲେ ଆନ୍ଧ୍ରରେ ଫସିଥିବା ୪୫ ବିଇଡି ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ଓଡ଼ିଶାରୁ ବିଇଡି ପରୀକ୍ଷା ଦେବା ପାଇଁ ଆସି ଆନ୍ଧ୍ରପ୍ରଦେଶରେ ପ୍ରାୟ ୪୫ଜଣ ଓଡ଼ିଆ ଛାତ୍ରୀଛାତ୍ର ଫସିଥିଲେ। ଏହି ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିର୍ଦ୍ଦେଶକ୍ରମେ ସୁବିଧାରେ ଓଡ଼ିଶା ଫେରାଇ ଦିଆଯାଇଛି। ଆନ୍ଧ୍ରପ୍ରଦେଶର ପ୍ରକାଶସମ୍‌ ଜିଲା ମିର୍ଜାପୁରମ୍‌କୁ ବିଇଡି ପରୀକ୍ଷା ଦେବା ଲାଗି ଓଡ଼ିଶାରୁ ୧୫୦ଜଣ ଛାତ୍ରୀଛାତ୍ର ଆସିଥିଲେ। ସେମାନଙ୍କ ମଧ୍ୟରେ ଗତ ୧୯ତାରିଖରେ ୧୦୫ଜଣ ରାଜ୍ୟକୁ ଫେରି ଆସିଥିବାବେଳେ ୪୫ଜଣ ରହିଯାଇଥିଲେ। କରୋନା ସଂକ୍ରମଣ ଯୋଗୁ ସାରା ରାଜ୍ୟ ଲକ୍‌ ଡାଉନ ହେବାପରେ ଛାତ୍ରୀଛାତ୍ରମାନେ ସେଠାରେ ଫସିଯାଇଥିଲେ। ଏନେଇ ପିଲାମାନଙ୍କ ଅଭିଭାବକମାନେ ଆନ୍ଧ୍ର ରାଜ୍ୟପାଳଙ୍କୁ ଅନୁରୋଧ କରିବାପରେ ହରିଚନ୍ଦନ ତୁରନ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାର ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଏକ ବସ୍‌ କରି ପିଲାମାନଙ୍କୁ ଓଡ଼ିଶା ଫେରାଇ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌କୁ ଧକ୍କା ଦେଇ ଓଲଟିଲା ଟାୟାର ବୋଝେଇ ଟ୍ରକ୍‌, ଡ୍ରାଇଭରଙ୍କ ସମେତ…

ମୋହନା,୨୭ା୬(ମନ୍ମଥ ମିଶ୍ର): କାର୍‌କୁ ଧକ୍କା ଦେଇ ଓଲଟି ପଡ଼ିଛି ଟାୟାର ବୋଝେଇ ଟ୍ରକ୍‌। ଡ୍ରାଇଭରଙ୍କ ସମେତ ୫ ଆହତ ହୋଇଛନ୍ତି। ଗଜପତି ଜିଲା ଅଡ଼ବା ଥାନା ନାଳାଘାଟ…

ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ କାହିଁକି ନେଇଥିଲେ ସନ୍ନ୍ୟାସ? ହେଲା ବଡ଼ ଖୁଲାସା…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟର ‘ରନ ମେଶିନ’ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପ୍ରାୟ ବର୍ଷେରୁ ଅଧିକ ସମୟ ବିତିଗଲାଣି। ହେଲେ ଆଜି ବି ପ୍ରଶଂସକଙ୍କ…

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ, ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ଘରେ ଶୋଇଥିଲା ବେଳେ କେତେଜଣ…

ସିଙ୍ଗିପୁରରେ ବେଆଇନ ଦେଶୀ ମଦ ଭାଟି: ପୋଲିସର ଚଢ଼ାଉ

ଗଜପତି,୨୮।୬ (ଗିରିଧାରୀ ପରିଛା): ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଶନିବାର ଭୋର ସମୟରେ ସିଙ୍ଗିପୁର ଗ୍ରାମରେ ଚଢ଼ାଉ କରି ଏକ ବେଆଇନ ଦେଶୀ ମଦ ପ୍ରସ୍ତୁତି…

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ଦେଶରେ ହାଇ ଆଲର୍ଟ: ମାଡ଼ିଆସୁଛି ୨ଟି ଭୟଙ୍କର ବାତ୍ୟା; ୩ ଦେଶକୁ କରିବ ଛାରଖାର!

ନୂଆଦିଲ୍ଲୀ,୨୭।୬: ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।…

ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ…

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri