ଓଡ଼ିଶା କାହିଁକି ଭିକ୍ଷାଥାଳ ଧରି ଠିଆହେବ

ଶ୍ରୀକାନ୍ତ ଜେନା
ଓଡ଼ିଶାକୁ ‘ସ୍ବତନ୍ତ୍ର ଶ୍ରେଣୀ ରାଜ୍ୟ’ ଭାବେ ଗ୍ରହଣ କରିବାକୁ ଓଡ଼ିଶା ବିଧାନସଭା ଦୁଇ ଥର ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି, ଯାହାକୁ ପୁଣିଥରେ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ତେବେ କାହିଁକି ଓଡ଼ିଶା ବିଧାନସଭା ଏହି ଦାବିକୁ ବାରମ୍ବାର କେନ୍ଦ୍ର ନିକଟରେ ଉଠାଉଛି ?
ଏହାର କାରଣ ଓଡ଼ିଶା ଗରିବୀରେ ଦେଶରେ ଏକ ନମ୍ବର (ରଘୁରାମ ରାଜନ କମିଟି ରିପୋର୍ଟ)। ଓଡ଼ିଶା ଲୋକଙ୍କର ମୁଣ୍ଡପିଛା ଆୟ ଦେଶରେ ସର୍ବନିମ୍ନ। ଏହି ରାଜ୍ୟରୁ ସବୁଠୁ ବେଶି ଯୁବତୀଯୁବକ ଓ ଅନ୍ୟ ଶ୍ରମଜୀବୀ ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି କର୍ମସଂସ୍ଥାନ ପାଇଁ। କୃଷି ଉତ୍ପାଦନରେ ଓଡ଼ିଶା ସବୁଠୁ ନିମ୍ନରେ। ବେକାରି ସମସ୍ୟା ଭୟଙ୍କର। ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ପହଞ୍ଚିଛି ଦୟନୀୟ ଅବସ୍ଥା। ରେଳ-ସଡ଼କ-ବନ୍ଦର-ଶିଳ୍ପ-କୃଷିର ବିକାଶ ଅନ୍ୟ ରାଜ୍ୟ ତୁଳନାରେ ବହୁତ ପଛରେ। ଅନ୍ୟପଟେ ଲୋକସଂଖ୍ୟାର ୨୩ ପ୍ରତିଶତ ଆଦିବାସୀ ଓ ୧୭ ପ୍ରତିଶତ ଦଳିତ ସମ୍ପ୍ରଦାୟର। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ। ଅନ୍ୟାନ୍ୟ ପଛୁଆ ବର୍ଗ ସମୁଦାୟ ଲୋକସଂଖ୍ୟାର ୫୪ ପ୍ରତିଶତ । ସମୁଦାୟ ୯୪ ପ୍ରତିଶତ ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି।
ଓଡିଶା କିନ୍ତୁ ପ୍ରାକୃତି ସମ୍ପଦରେ ଭରପୂର। ଦେଶର ୩୨ ଭାଗ କୋଇଲା ଓଡିଶାରେ। ସେହିପରି ଲୁହାପଥର ୩୫ ଭାଗ, କ୍ରୋମାଇଟ ୯୯ ଭାଗ, ବକ୍ସାଇଟ୍‌ ୫୦ ଭାଗ, ମାଙ୍ଗାନିଜ ୩୫ ଭାଗ ଓ ନିକେଲ ୯୧ ଭାଗ ବି ଓଡ଼ିଶାରେ ଅଛି। ଜଙ୍ଗଲ ସମ୍ପଦ ଦେଶର ୧୬ ଭାଗ। ସମୁଦ୍ର ବେଳାଭୂମି ୪୩୨ କି.ମି.। ନଦୀ ଓ ଜଳସମ୍ପଦରେ ମଧ୍ୟ ଓଡ଼ିଶା ଭରପୂର। ରାଜ୍ୟରେ ଅଛି ୧୦ଟି କୃଷି ଜଳବାୟୁ ଅଞ୍ଚଳ (Agro Climatic Zone), ଯାହା ଦେଶର ଅନ୍ୟ କୌଣସି ରାଜ୍ୟରେ ନାହିଁ।
ଓଡିଶା ବମ୍ବେ-ଦିଲ୍ଲୀର ବଡ଼ ବଡ଼ ଶିଳ୍ପପତିଙ୍କର ଖଣିଜ ସମ୍ପଦ ଦୋହନର କେନ୍ଦ୍ରବିନ୍ଦୁ ହୋଇଛି। ଆମେ ଯେଉଁମାନେ ରାଜନେତା ଆଜି ସେମାନଙ୍କର କେବଳ ‘ଚୌକିଦାର’ ସାଜିଛୁ। ସମ୍ପତ୍ତି ଆମର, ମାଲିକ କିନ୍ତୁ ସେମାନେ। ଓଡିଶାର ୯୦ ଭାଗ ବ୍ୟବସାୟ ଓଡ଼ିଶା ବାହାର ଲୋକଙ୍କ ହାତରେ। ଆମେ କେବଳ ତାଙ୍କର ଠିକା ଶ୍ରମିକ ବା ଛୋଟ ଠିକା କଣ୍ଟ୍ରାକ୍ଟର।
ଓଡ଼ିଶାର ଗୌରବମୟ ଇତିହାସ ରହିଛି। ସାତ ସମୁଦ୍ର ପାର ହୋଇ ଅନ୍ୟ ଦେଶ ସହ ନୌବାଣିଜ୍ୟରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ, ଯେଉଁ ପରମ୍ପରାକୁ ଏବେ ଓଡିଶାବାସୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ‘ବାଲିଯାତ୍ରା’ ପର୍ବ ଭାବେ ପାଳନ କରି ଡଙ୍ଗା ଭସାଣ କରିଥାନ୍ତି।
ବ୍ରିଟିଶ ସାମ୍ରାଜ୍ୟ ସର୍ବଶେଷରେ ଓଡ଼ିଶାକୁ ନିୟନ୍ତ୍ରଣକୁ ନେଇଥିଲା। କିନ୍ତୁ ଓଡ଼ିଶାର ବୀର ପାଇକମାନେ ଓଡ଼ିଶାକୁ ପ୍ରଥମେ ମୁକ୍ତ କରିଥିଲେ ବ୍ରିଟିଶ ସାମ୍ରାଜ୍ୟ କବଳରୁ। ବରୁଣେଇ ଦୁର୍ଗ ତା’ର ମୂକସାକ୍ଷୀ। ସମ୍ରାଟ ଅଶୋକଙ୍କୁ କଳିଙ୍ଗ ଯୁଦ୍ଧ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକ’ରେ ପରିଣତ କରାଇଥିଲା। ଧଉଳି ତା’ର ମୂକସାକ୍ଷୀ ଭାବେ ଛିଡା ହୋଇଛି। ଶାନ୍ତି ଓ ସୌହାର୍ଦ୍ଦ୍ୟର ପୁଣ୍ୟଭୂମି ଓଡ଼ିଶା। ଓଡ଼ିଶାରେ ହିନ୍ଦୁ ପରିବାରରେ ପିଲାଟିଏ ଜନ୍ମ ହେଲେ ଏକୋଇଶିଆ ପାଳନ ବେଳେ ‘ସତ୍ୟ-ପୀର’ ପାଲା ହୁଏ। ଦେଶରେ ଏହା ଏକ ନିଆରା ପରମ୍ପରା। ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟଧର୍ମ ସମନ୍ବୟର କେନ୍ଦ୍ରସ୍ଥଳୀ ଓଡିଶା। ଉତ୍କଳ ଗୌରବ ମଧୁବାବୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ବି ଓଡ଼ିଶାବାସୀଙ୍କର ସେ ପ୍ରାତଃସ୍ମରଣୀୟ। ଓଡିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅଧିକାର ପାଇଁ ନ୍ୟାୟାଳୟର ଲଢେଇରେ ସେ ସର୍ବାଗ୍ରେ ଥିଲେ।
ରତ୍ନଗର୍ଭା ଓଡ଼ିଶାର ଲୁଣ୍ଠନ କେବେ ବନ୍ଦହେବ ଓ ଓଡ଼ିଶା ଗରିବୀରୁ କେବେ ମୁକ୍ତ ହେବ? ମହାତ୍ମା ଗାନ୍ଧୀ ଶହେ ବର୍ଷ ତଳେ ୧୯୨୧ ମସିହାରେ ଓଡ଼ିଶାରୁ ଫେରି ବମ୍ବେଠାରେ ଉଦ୍‌ବେଗ ପ୍ରକାଶ କରି କହିଥିଲେ-‘ଗରିବୀ କ’ଣ ଦେଖିବାକୁ ହେଲେ ଓଡ଼ିଶାକୁ ଯାଅ’। ଆଜି ବି ସେହି ଅବସ୍ଥା। ଆମେ ଦେଶର ସବୁଠୁ ଗରିବ ରାଜ୍ୟ କାହିଁକି? କାହିଁକି ଆମ ପ୍ରତି ଅବିଚାର? ସମ୍ରାଟ ଖାରବେଳଙ୍କର ଏହି ପବିତ୍ର ଭୂମି କାହିଁକି କାହା ନିକଟରେ ଭିକ୍ଷା ଥାଳ ଧରି ଠିଆ ହେବ? ଓଡ଼ିଶାର ଅନ୍ୟତମ ବରପୁତ୍ର ବିଜୁ ପଟ୍ଟନାୟକ ୧୯୬୯-୭୦ ମସିହାରେ କଂଗ୍ରେସରୁ ବାହାରିଆସି ‘ଉତ୍କଳ କଂଗ୍ରେସ’ ଗଠନ କରି ଦିଲ୍ଲୀର ଅବିଚାର ବିରୋଧରେ ସ୍ବର ଉତ୍ତୋଳନ କରି ବାଲିଚନ୍ଦ୍ରପୁରଠାରେ ଉତ୍କଳ କଂଗ୍ରେସର ପ୍ରଥମ ରାଜ୍ୟ ସମ୍ମିଳନୀରେ ଏହି ପ୍ରଶ୍ନ ଉଠାଇଥିଲେ। ଜଣେ ଛାତ୍ର ଭାବେ ସେହି ସମ୍ମିଳନୀରେ ଭାଗନେବାର ସୁଯୋଗ ମତେ ମିଳିଥିଲା। ଗୋଟିଏ ସ୍ଲୋଗାନ ତାଙ୍କର ଥିଲା- ”ଦିଲ୍ଲୀର ଅବିଚାର ନିକଟରେ ମୁଣ୍ଡ ନୁଆଁଇବୁ ନାହିଁ“। ଆଜି ତା’ର ପ୍ରାସଙ୍ଗିକତା ଅଛି କି ନାହିଁ? କାହିଁକି ଆଜି ଦିଲ୍ଲୀ ନିକଟରେ ଆତ୍ମସମର୍ପଣ କରିବା? କ’ଣ ୪ କୋଟି ଓଡ଼ିଆଙ୍କ ‘ବିଧାନସଭା ପ୍ରସ୍ତାବ’ର କୌଣସି ମୂଲ୍ୟ ନାହିଁ?
ଓଡ଼ିଶାର ଯୁବକ ଓ ଛାତ୍ରମାନେ ଏ ରାଜ୍ୟର ଭବିଷ୍ୟତ ନିଜ ହାତକୁ ନିଅନ୍ତୁ ଓ ନିଜର ଭାଗ୍ୟ ନିଜେ ଗଢିବାକୁ ସଂକଳ୍ପବଦ୍ଧ ହୁଅନ୍ତୁ।
ଜି-୧, ଗଙ୍ଗନଗର, ୟୁନିଟ-୬, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri