ଓଡ଼ିଶାରେ ହେବ ଏନ୍‌ଜିଏମ୍‌ଏ ଗ୍ୟାଲେରି

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଖୋଲିବ ନ୍ୟାଶନାଲ ଗ୍ୟାଲେରି ଅଫ୍‌ ମଡର୍ନ ଆର୍ଟ (ଏନ୍‌ଜିଏମ୍‌ଏ)। ଏହାଦ୍ୱାରା ଓଡ଼ିଶାରେ କଳା କ୍ଷେତ୍ରରେ ଅଧିକ ଗବେଷଣା କରାଯିବା ସହ ଉତ୍କଳୀୟ କଳାର ପ୍ରଚାରପ୍ରସାର ହୋଇପାରିବ ବୋଲି ଏନ୍‌ଜିଏମ୍‌ଏ ଡିଜି ଅଦ୍ୱୈତ ଗଡ଼ନାୟକ ସୂଚନା ଦେଇଛନ୍ତି। ଆର୍ଟିଷ୍ଟ ଫେଡେରେଶନ ଅଫ୍‌ ଓଡ଼ିଶା ଫର୍‌ ଡିଜାଷ୍ଟର ଫିଲାନ୍‌ଥ୍ରୋପି ପକ୍ଷରୁ ଭାରତୀୟ କଳା ଉପରେ କୋଭିଡ୍‌-୧୯ର ପ୍ରଭାବ’କୁ ନେଇ ଆୟୋଜିତ ଭର୍ଚୁଆଲ କନ୍‌ଫରେନ୍ସରେ ଯୋଗଦେଇ ଗଡ଼ନାୟକ ଏହା କହିଛନ୍ତି। ସେ କହିଲେ, ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବାବେଳେ ସ୍ଥାନ ଚୟନ ହୋଇସାରିଛି। କରୋନା ପରବର୍ତ୍ତୀ ସମୟରେ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଓଡ଼ିଶା ଉତ୍କୃଷ୍ଟ କଳାର ରାଜ୍ୟ ହୋଇଥିଲେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଯେଉଁ ପରିଚୟ ଓ ହକ୍‌ ପାଇବା କଥା ତାହା ପାଇପାରିନି। ଓଡ଼ିଶା ନିଜର ହକ୍‌ ସାବ୍ୟସ୍ତ କରିବା ଲାଗି ବର୍ତ୍ତମାନ ପ୍ରକୃଷ୍ଠ ସମୟ। ଏ ସମୟରେ ଆମେ ଜାତୀୟସ୍ତରରେ ନେତୃତ୍ୱ ନେଇପାରିବା। ଭର୍ଚୁଆଲ ପ୍ଲାଟଫର୍ମରେ ଆମ କଳାକୁ ବିଶ୍ୱଦରବାରରେ ଉପସ୍ଥାପନ କରିପାରିବା ବୋଲି ଗଡ଼ନାୟକ କହିଛନ୍ତି।
ପୁରୀ ଜିଲା ରଘୁରାଜପୁର ଐତିହ୍ୟଗ୍ରାମର ପଟ୍ଟଚିତ୍ର ଶିଳ୍ପୀମାନେ କୋଭିଡ୍‌-୧୯ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି। ଅଧିକାଂଶ ଶିଳ୍ପୀଙ୍କୁ କଞ୍ଚାମାଲ୍‌ ଓ ଗ୍ରାହକ ମଧ୍ୟ ମିଳୁନାହାନ୍ତି। ଏଭଳିସ୍ଥଳେ ରାଜ୍ୟରେ ଚିତ୍ରକର ଓ ସ୍ଥାପତ୍ୟକାରଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ ସରକାର ପ୍ରୟାସ କରିବାକୁ ଏହି ଓ୍ବେବିନାରରେ ଦାବି ହୋଇଛି। ଭର୍ଚୁଆଲ ମାର୍କେଟ ମାଧ୍ୟମରେ କିଭଳି ଆମ କଳାକୁ ବଞ୍ଚାଇ ରଖିହେବ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଓଡ଼ିଶା ଲଳିତକଳା ଏକାଡେମୀ ଏ ଦିଗରେ ବିଶେଷ ଧ୍ୟାନ ଦେବାସହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ପ୍ରକାଶନୀ କାର୍ଯ୍ୟକୁ ପୁଣିଥରେ ଆରମ୍ଭ କରିବାକୁ ଉପସ୍ଥିତ ଶିଳ୍ପୀମାନେ କହିଛନ୍ତି। ଶିଳ୍ପମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଗ୍ରାମୀଣ, ଆଭ୍ୟନ୍ତରୀଣ ଓ ମାଓବାଦୀ ଅଞ୍ଚଳରେ ରହୁଥିବା ଶିଳ୍ପୀମାନେ କିଭଳି ଡିଜିଟାଲ ପ୍ଲାଟଫର୍ମରେ ଯୋଗଦେଇପାରିବେ ସେନେଇ ଆଲୋଚନା କରିଥିଲେ। ରାଜ୍ୟର ୪,୦୦୦ ଶିଳ୍ପୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଖୁବ୍‌ଶୀଘ୍ର ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଓଡ଼ିଶା ଲଳିତକଳା ଏକାଡେମୀ ସଚିବ ଗଜେନ୍ଦ୍ର ସାହୁ କହିଥିଲେ। ପୁରୀ ଏମ୍‌ପି ପିନାକୀ ମିଶ୍ର, ପଞ୍ଚମୀ ଉକିଲ୍‌, ଆର୍ଟିଷ୍ଟ ଫେଡେରେଶନ ଅଫ୍‌ ଓଡ଼ିଶା ଫର୍‌ ଡିଜାଷ୍ଟର ଫିଲାନ୍‌ଥ୍ରୋପିର ସମ୍ପାଦକ କ୍ଷିତୀଶ ଦାଶ ପ୍ରମୁଖ ଭାଗନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

CJPକୁ କଡ଼ା କଟାକ୍ଷ କଲେ କଙ୍ଗନା, ଏମାନଙ୍କୁ ଜନ୍ମ କିଏ ଦେଇଛି…

ନୂଆଦିଲ୍ଲୀ, ୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ସୋମବାର ଲୋକ ସଭାରେ ହଟ୍ଟଗୋଳ କରିଥିଲେ ।…

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri