‘ଓଡ଼ିଆଙ୍କ ମଧ୍ୟରେ ସ୍ବାଭିମାନ କ୍ଷୁଣ୍ଣ ଶୁଭ ସୂଚନା ନୁହେଁ’

ଭୁବନେଶ୍ୱର, ୨୩ା୨(ବ୍ୟୁରୋ): ମାତୃଭାଷା ଗୋଟିଏ ଜାତିର ପରିଚୟ। ଏହା ନିଜ ଭିତରେ ସ୍ବାଭିମାନ ସୃଷ୍ଟି କରିବା ସହ ସମାଜକୁ ସମୃଦ୍ଧ କରିଥାଏ। ତେଣୁ ମାତୃଭାଷାର ସୁରକ୍ଷା ଓ ବ୍ୟବହାର ପ୍ରତି ସମସ୍ତେ ସଚେତନ ହେବା ଉଚିତ। କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଆ ଭାଷା କ୍ରମଶଃ ଅସୁରକ୍ଷିତ ହେବା ସହ ଏହାର ବ୍ୟବହାର କମିକମି ଯାଉଛି। ଫଳରେ ଓଡ଼ିଆଙ୍କ ମଧ୍ୟରେ ସ୍ବାଭିମାନ କ୍ଷୁଣ୍ଣ ହୋଇଚାଲିଛି। ଏହା ଆଦୌ ଶୁଭ ସୂଚନା ନୁହେଁ। କିନ୍ତୁ ପୂର୍ବତନ ରାଜ୍ୟ ସଭା ସଦସ୍ୟ ସ୍ବର୍ଗତ ବୈଷ୍ଣବ ପରିଡ଼ା ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଯେଉଁ ଦୁର୍ବାର ଆନ୍ଦୋଳନ ଗଢ଼ିତୋଳିଥିଲେ ତାହା ଓଡ଼ିଆଙ୍କ ଜାତୀୟ ଚେତନା ବୃଦ୍ଧି କରିବା ସହ ଭାଷାର ସୁରକ୍ଷା ଓ ବ୍ୟବହାର ନେଇ ସଚେତନ କରାଇପାରିଥିଲା। ସ୍ବର୍ଗତ ପରିଡ଼ାଙ୍କ ତ୍ୟାଗପୂତ ଜୀବନ ଓ ଭାଷା ଆନ୍ଦୋଳନ ତାଙ୍କୁ ସବୁଦିନ ପାଇଁ ମନେରଖିଥିବ ବୋଲି ଶନିବାର ସୂଚନା ଭବନଠାରେ ଅନୁଷ୍ଠିତ ବୈଷ୍ଣବ ପରିଡ଼ାଙ୍କ ୭୯ତମ ଜୟନ୍ତୀ ସମାରୋହରେ ମତପ୍ରକାଶ ପାଇଛି। ସମାରୋହରେ ଅତିଥିମାନେ ସ୍ବର୍ଗତ ପରିଡ଼ାଙ୍କୁ ସ୍ମରଣ କରିବା ସହ ଜଣେ ବିଶିଷ୍ଟ ରାଜନେତା, ସୁସାହିତି୍ୟକ ଓ ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର ଭାବେ ବର୍ଣ୍ଣନା କରିଥିଲେ।
ବରିଷ୍ଠ ଖବରଦାତା ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସମାଜବାଦୀ ଚିନ୍ତକ ପ୍ରଫେସର ଆନନ୍ଦ କୁମାର, ସମ୍ମାନିତ ଅତିଥି ଭାବେ ପୂର୍ବତନ ଏମ୍‌ପି ଶିବାଜୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ବରିଷ୍ଠ ସାହିତି୍ୟକ ସାତକଡ଼ି ହୋତା ଓ ବିଶିଷ୍ଟ ଭାଷାବିତ୍‌ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲେ। ସେମାନେ ସ୍ବର୍ଗତ ପରିଡ଼ାଙ୍କର ସ୍ମୃତିଚାରଣ କରି କହିଲେ, ବିିଭିନ୍ନ ପ୍ରସଙ୍ଗକୁ ନେଇ ବୈଷ୍ଣବ ଚରଣ ପରିଡ଼ା ଜୀବନବ୍ୟାପୀ ଆନ୍ଦୋଳନ କରିଆସୁଥିଲେ। ଭାଷା ସୁରକ୍ଷା ଆନ୍ଦୋଳନ ତାଙ୍କର ଶେଷ ସର୍ବଶ୍ରେଷ୍ଠ ଆନ୍ଦୋଳନ ଥିଲା। ଏଥିସହ ତାଙ୍କର ସାହିତ୍ୟ ଜୀବନ ରାଜନୈତିକ ଜୀବନକୁ ସମୃଦ୍ଧ କରିଥିଲା, ଯାହା ତାଙ୍କୁ ଜଣେ ସ୍ବତନ୍ତ୍ର ରାଜନେତାର ସମ୍ମାନ ପ୍ରଦାନ କରିଥିଲା। ସାହିତି୍ୟକ ଡ. ବାସୁଦେବ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ. ମାନସ ବେହେରା ଅତିଥିଙ୍କୁ ଆମନ୍ତ୍ରଣ କରିଥିବାବେଳେ ମହେଶ୍ୱର ଦାସ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri