ଓଟ୍ସ ଟିକି

ଆବଶ୍ୟକ ସାମଗ୍ରୀ: ଓଟ୍ସ ଏକ କପ୍‌, ପନିର ଅଧା କପ ଓ ଅଧାକପ କୋରା ହୋଇଥିବା ଗାଜର, ସିଝା ଚକଟା ଆଳୁ ଏକ କପ, ଧନିଆ ପତ୍ର ଦୁଇଚାମଚ, ଲଙ୍କା ପାଉଡର ଏକ ଚାମଚ, ଲେମ୍ବୁରସ ଏକ ଚାମଚ, ଅଦାପେଷ୍ଟ ଦେଢ଼ ଚାମଚ, କଞ୍ଚାଲଙ୍କା ପେଷ୍ଟ ଦେଢ଼ ଚାମଚ, ଗରମ ମସଲା ପାଉଡର ଏକ ଚାମଚ, ଆମଚୁର ପାଉଡର ଏକ ଚାମଚ, ଲୁଣ ସ୍ବାଦଅନୁସାରେ, କ୍ଷୀର ଅଳ୍ପ ପରିମାଣର, ତେଲ ଦେଢ଼ ଚାମଚ।
ପ୍ରସ୍ତୁତି ପ୍ରଣାଳୀ : ଏକ ପାତ୍ରରେ ଓଟ୍ସ ରଖନ୍ତୁ,ପୁଣି ସେଥିରେ ପନିର,ଗାଜର, ସିଝାଆଳୁ,ଧନିଆ ପତ୍ର, ଲେମ୍ବୁରସ, ଅଦା ଓ କଞ୍ଚାଲଙ୍କା ପେଷ୍ଟ, ନାଲି ଲଙ୍କାପାଉଡର,ଗରମ ମସଲା ପାଉଡର, ଆମଚୁର ପାଉଡର ଓ ଲୁଣ ଭଲଭାବେ ମିଶାନ୍ତୁ। ଏହାପରେ ସେଥିରେ ପାଣି ମିଶାଇ ଭଲଭାବେ ମିଶାନ୍ତୁ। ପରେ ହାତରେ ଏହି ମିଶ୍ରଣକୁ ନେଇ ଟିକି ଆକାର କରି ପ୍ଲେଟରେ ରଖନ୍ତୁ। ଏବେ ଟିକିକୁ ହାତରେ ନେଇ କ୍ଷୀରରେ ବୁଡାନ୍ତୁ ପୁଣି କ୍ଷୀରରୁ କାଢ଼ି ଓଟ୍ସରେ ଗଡାନ୍ତୁ। ଏବେ ଗ୍ୟାସ ଚୁଲା ଅନ୍‌ କରି ତାଓ୍ବା ଗରମ କରନ୍ତୁ। ତାଓ୍ବା ଗରମ ହେଲା ପରେ ପୁଣି ଓଟ୍ସ ଟିକି ଉପରେ ବ୍ରଶ ସାହାଯ୍ୟରେ ତେଲ ଲଗାନ୍ତୁ। ଏବେ ଏହାକୁ ଗରମ ତାଓ୍ବା ଉପରେ ରଖନ୍ତୁ। ଯେତେବେଳେ ଟିକି ଗୋଲଡେନ୍‌ ବ୍ରାଉନ୍‌ କଲର ହୋଇଗଲା ବୋଲି ଦେଖିବେ ତେବେ ଏହାକୁ ଓଲଟାଇ ଅଲଗା ସାଇଡ୍‌କୁ ମଧ୍ୟ ସେକି ଦିଅନ୍ତୁ। ପୁଣି ଏହାକୁ ପ୍ଲେଟରେ କାଢ଼ି ଧନିଆ ଓ ପୁଦିନା ଚଟଣି ସହ ସର୍ଭ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri