ଓଜନ ହ୍ରାସ ପାଇଁ ଖାଆନ୍ତୁ ରୁଟି

ଓଜନ ବୃଦ୍ଧି ହେଲେ ସଭିଏଁ ସାଧାରଣତଃ ବ୍ୟସ୍ତ ଓ ଚିନ୍ତିତ ହୋଇଯାଆନ୍ତି। ତେଣୁ ଓଜନ ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ଶରୀରରେ କାର୍ବୋହାଇଡ୍ରେଟ୍‌ର ମାତ୍ରା ଅଧିକ ହେଲେ ଶରୀରର ଓଜନ ବୃଦ୍ଧି ପାଇଥାଏ। ତେଣୁ ଲୋକେ କାର୍ବୋହାଇଡ୍ରେଟ୍‌ର ମାତ୍ରା କମ୍‌ ଥିବା ଖାଦ୍ୟ ଖାଇଥାଆନ୍ତି। ରୁଟିରେ କାବ୍ରୋହାଇଡ୍ରେଟ୍‌ର ପରିମାଣ କମ୍‌ ଥିବାରୁ ଅଧିକାଂଶ ଲୋକେ ଓଜନ ହ୍ରାସ ପାଇଁ ରୁଟି ଖାଇବାକୁ ଆରମ୍ଭ କରିଥାଆନ୍ତି। ମାତ୍ର ଦିନରେ କେତେ ପରିମାଣରେ ରୁଟି ଖାଇବା ଉଚିତ ଜାଣନ୍ତୁ …
* ରୁଟିରେ କାବ୍ରୋହାଇଡ୍ରେଟ୍‌ର ମାତ୍ରା କମ୍‌ ରହିଲେ ମଧ୍ୟ ଏଥିରେ ପ୍ରୋଟିନ ଓ ଫାଇବର ରହିଛି। ଏହି ଦୁଇଟି ପୋଷକ ତତ୍ତ୍ୱ ଶରୀର ପାଇଁ ଆବଶ୍ୟକ। ଗୋଟିଏ ରୁଟିରେ ୧୫ ଗ୍ରାମ କାର୍ବୋହାଇଡ୍ରେଟ୍‌, ୩ ଗ୍ରାମ ପ୍ରୋଟିନ ଓ ୦.୪ ଗ୍ରାମ ଫାଇବର ରହିଛି।
* ଯଦି ଆପଣ ଓଜନ ହ୍ରାସ ପାଇଁ ଡାଏଟିଂ କରୁଛନ୍ତି, ତେବେ ଦିନରେ କେତେ ପରିମାଣରେ କାର୍ବୋହାଇଡ୍ରେଟ୍‌ ଗ୍ରହଣ କରିବେ ତାହା ଜାଣିବା ଆବଶ୍ୟକ। ୨୫୦ ଗ୍ରାମ ପର୍ଯ୍ୟନ୍ତ କାର୍ବୋହାଇଡ୍ରେଟ୍‌ ଆପଣ ଗ୍ରହଣ କରିପାରିବେ। ତେଣୁ ଦୈନିକ ଆପଣ ୫ଟି ରୁଟି ଖାଇପାରିବେ। ବିଶେଷଜ୍ଞଙ୍କ ମତରେ ଓଜନ ହ୍ରାସ ପାଇଁ ଆପଣ ଯଥାସମ୍ଭବ ମଧ୍ୟାହ୍ନ ଭୋଜନ କିମ୍ବା ଅପରାହ୍ନ ୪ଟା ଭିତରେ ରୁଟି ଖାଇବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ଜୁଲାଇ ୨୦ରୁ ଚମକିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ରାଶି ପରିବର୍ତ୍ତନ ସହିତ ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ନକ୍ଷତ୍ରରେ ପରିବର୍ତ୍ତନ ଗ୍ରହ ପ୍ରଭାବରେ ସୂକ୍ଷ୍ମ କିନ୍ତୁ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା

କିଛି ବର୍ଷ ମଧ୍ୟରେ ମଦ ନିଶା ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଯାଇଛି। ମଦ ନିଶା ଯୋଗୁ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଖରାପ…

ରକ୍ତ ସଞ୍ଚାଳନକୁ ସକ୍ରିୟ କରେ ମହୁ, ଆହୁରି ଅନେକ ସମସ୍ୟା ଦୂର କରିବାରେ…

ମହୁରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଥଣ୍ଡା ସମସ୍ୟାରୁ ଉପଚାର ପାଇଁ ଏହା ବେଶ୍‌ ସହାୟକ ହୋଇଥାଏ। ତେବେ ଏଥିରେ ଏଭଳି ତତ୍ତ୍ୱ…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri