ଓଜନ ହ୍ରାସ ପାଇଁ ଖାଆନ୍ତୁ ଭିଜା ଅଖରୋଟ

ଅଖରୋଟ୍‌ ଅନେକଙ୍କୁ ପସନ୍ଦ। ଏହାକୁ ଭିଟାମିନ୍‌ର ରାଜା ବୋଲି କୁହାଯାଏ। ପ୍ରୋଟିନ ସମେତ କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌, ଫସଫରସ୍‌ ଭଳି ପୋଷକ ତତ୍ତ୍ୱରେ ଭରପୂର୍‌ ଏହା। ଏହାକୁ ସଭିଏଁ ଶୁଖିଲା ଖାଇଥାନ୍ତି। କିନ୍ତୁ ଭିଜା ଅଖରୋଟ୍‌ର ମଧ୍ୟ ରହିଛି ଅନେକ ଉପକାରୀ ଗୁଣ।
ଓଜନ ହ୍ରାସ: ଭିଜା ଅଖରୋଟ୍‌ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ। ଅଖରୋଟ୍‌ କ୍ୟାଲସିୟମ୍‌, ପୋଟାସିୟମ୍‌, ଆଇରନ୍‌, କପର୍‌ ଏବଂ ଜିଙ୍କ୍‌ର ଉତ୍ତମ ସ୍ରୋତ। ଏହା ଶରୀରର ମେଟାବଲିଜିମ୍‌ ବୃଦ୍ଧିକରେ। ଏହାସହ ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ।

ସୁନିଦ୍ରା: ଅଖରୋଟ୍‌ରେ ମେଲାଟୋନିନ୍‌ ନାମକ ତତ୍ତ୍ୱ ରହିଥାଏ, ଯାହା ସୁନିଦ୍ରା ଆଣିବାରେ ସାହାଯ୍ୟ କରିଥାଏ। ଯଦି ଦୈନନ୍ଦିନ ଭିଜା ଅଖରୋଟ୍‌ ସେବନ କରନ୍ତି, ତେବେ ନିଦ୍ରାଜନିତ
ଯେକୌଣସି ସମସ୍ୟା ଥିଲେ, ସେଥିରୁ ତୁରନ୍ତ ଆରାମ ମିଳିବ।

ଅବସାଦ ଦୂର: ଅଖରୋଟ୍‌ ଓମେଗା-୩ ଫଟି ଏସିଡ୍‌ରେ ଭରପୂର୍‌ ଥିବା କାରଣରୁ ଦୈନନ୍ଦିନ ଏହାକୁ ଭିଜାଇ ସେବନ କଲେ ଅବସାଦ ହ୍ରାସ ହୋଇଥାଏ। ଏହା ମାନସିକ ଶାନ୍ତି ପ୍ରଦାନ
କରିବା ସହ ଶରୀରକୁ ଭିତରୁ ଫୂର୍ତ୍ତି ଅନୁଭବ କରାଇଥାଏ।

ମଧୁମେହ ନିୟନ୍ତ୍ରଣ: ଗବେଷଣା ଅନୁସାରେ ଭିଜା ଅଖରୋଟ୍‌ ସେବନ ଦ୍ୱାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଏହା ଟାଇପ୍‌-୨ ମଧୁମେହରେ ଗ୍ରସ୍ତ ଲୋକଙ୍କ ପାଇଁ ବେଶ୍‌ ଲାଭପ୍ରଦ।

କ୍ୟାନସର୍‌ କୋଷିକାକୁ ରୋକେ: ଆଣ୍ଟିଇକ୍ସିଡାଣ୍ଟ ଗୁଣରେ ଭରପୂର୍‌ ହୋଇଥିବା କାରଣରୁ ଭିଜା ଅଖରୋଟ୍‌ ଶରୀରରେ ବୃଦ୍ଧି ପାଉଥିବା କ୍ୟାନସର୍‌ କୋଷିକାକୁ ରୋକିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ହେବେ ପ୍ରଧାନମନ୍ତ୍ରୀ! ହେଲେ କିଏ ବାଛିଲା ତାଙ୍କୁ? ଜାଣନ୍ତୁ କଂଗ୍ରେସର ଏହି ଦାବି ସମ୍ପର୍କରେ

ନୂଆଦିଲ୍ଲୀ,୧।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମେଣ୍ଟର ପ୍ରାର୍ଥୀ ଘୋଷଣା କରାଯାଇଛି। ତାମିଲନାଡୁ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ (ସିଏଲପି)ର ନେତା…

ଭେନେଜୁଏଲା ତୈଳ

ଭନେଜୁଏଲାର ତତ୍କାଳୀନ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮ ମାସ ତଳେ ଆମେରିକା ସେନା ଉଠାଇ ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ…

ଗ୍ରେଟର ହାଇଦ୍ରାବାଦ୍‌ ଭଳି ଗ୍ରେଟର ଭୁବନେଶ୍ୱର ଆଶା ପୂରଣ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ପୌର ସଂସ୍ଥାକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ନାଗରିକମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୌର ପ୍ରଶାସନକୁୁ ନିର୍ଦ୍ଦେଶ…

‘କମିବ ତେଲ ଦର’, ଏମିତି ଘୋଷଣା କରି ଚମକାଇ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧।୯: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଜୋର ଦେଇ କହିଥିଲେ ଯେ ଭେନେଜୁଏଲା ସହିତ ତାଙ୍କର ତୈଳ ଚୁକ୍ତି ଯୋଗୁ ଗ୍ୟାସ ମୂଲ୍ୟରେ ଦ୍ରୁତ ହ୍ରାସ ଘଟିବ,…

ପାଣିପାଗ ବିଭାଗର ବଡ଼ ସୂଚନା, ଆଜି ୧୮ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧ା୯(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳ ଉପରେ ଥିବା ସ୍ପଷ୍ଟ ଭାବେ ଚିହ୍ନିତ ଲଘୁଚାପ କ୍ଷେତ୍ରଟି…

୩ରେ ରାଜ୍ୟ କ୍ୟାବିନେଟ୍, ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୧ା୯(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସେପ୍ଟେମ୍ବର ୩ରେ ରାଜ୍ୟ କ୍ୟାବିନେଟ୍‌ ଅନୁଷ୍ଠିତ ହେବ । ଲୋକସେବା ଭବନର ତୃତୀୟ ମହଲାରେ ସନ୍ଧ୍ୟା…

ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା, ବଢିଲା ଗ୍ୟାସ ଦର

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ଆରମ୍ଭରୁ ଏଲପିଜି ଗ୍ରାହକମାନେ ଏକ ବଡ଼ ଝଟକା ପାଇଛନ୍ତି। ସେପ୍ଟେମ୍ବର ୧ ରେ ଜାରି ହୋଇଥିବା ନୂତନ ଦର ଅନୁସାରେ, 19 କିଲୋଗ୍ରାମ ବାଣିଜ୍ୟିକ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡ଼ିବନି…

ଭୁବନେଶ୍ୱର,୧ା୯(ସୁନିତ୍‌ ମିଶ୍ର): ରାଜ୍ୟର ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର ମେଧାବୀ ଗରିବ ଛାତ୍ରୀଛାତ୍ରମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସରକାରୀ ମେଡିକାଲ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri