ଏସ୍‌ସିବି ମେଡିକାଲ: ନିରାଶ୍ରୟଙ୍କ ସଂଖ୍ୟା ବଢ଼ାଉଛି ଚିନ୍ତା

କଟକ ଅଫିସ,୭।୬: ସରକାରୀ ଚିକିତ୍ସାଳୟରେ ନିରାଶ୍ରୟ ଲୋକଙ୍କ ସଂଖ୍ୟା ଏବେ ଚିନ୍ତା ବଢ଼ାଇଛି। କଟକର ଏସ୍‌ସିବି, ଶିଶୁଭବନ ଓ ସିଟି ହସ୍ପିଟାଲରେ ଏହି ସ୍ଥିତି ଗମ୍ଭୀର। କେବଳ ଏସ୍‌ସିବିରେ ଏବେ ଏମାନଙ୍କ ସଂଖ୍ୟା ୨୦୦ ଟପିଲାଣି। ଅସ୍ଥିଶଲ୍ୟ ବିଭାଗରେ ୨୨ ଓ ସ୍ପାଇନାଲ ଇଞ୍ଜୁରି ବିଭାଗରେ ୧୫ରୁ ଅଧିକ ନିରାଶ୍ରୟ ଦେଢ଼ବର୍ଷରୁ ଅଧିକ ଦିନ ହେଲା ରହିଲେଣି। ସେହିପରି ସ୍ତ୍ରୀ ଓ ପ୍ରସୂତି, ଶିଶୁରୋଗ, ମାନସିକ ରୋଗ, ସ୍ନାୟୁ ଶଲ୍ୟ ବିଭାଗରେ ମଧ୍ୟ ଏମାନଙ୍କ ସଂଖ୍ୟା ଉଦ୍‌ବେଗଜନକ।

ଏସ୍‌ସିବିର କେତେଜଣ ଡାକ୍ତରଙ୍କ କହିବା ଅନୁଯାୟୀ, କୌଣସି ରୋଗୀ ସୁସ୍ଥ ହେବାରେ ବିଳମ୍ବ ହେଲେ କିମ୍ବା ଭଲ ହେବାର ଆଶା କ୍ଷୀଣ ହେଲେ ତାଙ୍କୁ ହସ୍ପିଟାଲରେ ଛାଡ଼ିଦେଇ ପରିବାର ଓ ସମ୍ପର୍କୀୟମାନେ ପଳାଉଛନ୍ତି। ସେମାନେ ଭାବୁଛନ୍ତି ଯେ ହସ୍ପିଟାଲରେ ରହିବା ଓ ଖାଇବା ମାଗଣାରେ ମିଳୁଛି। ତେଣୁ ଛାଡ଼ିଦେଇ ଗଲେ କିଛି ଅସୁବିଧା ହେବ ନାହିଁ। ରୋଗୀଣା ଲୋକ ଘର ପାଇଁ ବୋଝ ଭାବି ତାଙ୍କୁ ଉଭୟ ଥିଲାବାଲା ଓ ନ ଥିଲାବାଲା ଲୋକେ ଡାକ୍ତରଖାନାରେ ଛାଡ଼ି ପଳାଉଛନ୍ତି। ଏହିପରି ଏବେ ହସ୍ପିଟାଲରେ ସବୁ ବୟସ ଓ ସବୁ ଲିଙ୍ଗର ନିରାଶ୍ରୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ସରକାରୀ ନିୟମ ଅନୁସାରେ କୌଣସି ରୋଗୀକୁ ୪୫ ଦିନରୁ ଅଧିକ ସମୟ ହସ୍ପିଟାଲରେ ରଖାଯାଇ ପାରିବ ନାହିଁ।

କେତେକ ଡାକ୍ତର କହିଛନ୍ତି, ସେମାନେ ଓ୍ବାର୍ଡ ରାଉଣ୍ଡରେ ଯିବାବେଳେ ଯଦି କେଉଁ ରୋଗୀଙ୍କ ସମ୍ପର୍କୀୟଙ୍କ କିଛିଦିନ ଧରି ଦେଖା ନ ମିଳେ, ତେବେ ଚିନ୍ତା ବଢ଼ିଯାଏ। ରୋଗୀଙ୍କ ଦୁର୍ଦ୍ଦିନରେ ସେମାନଙ୍କୁ ନା ସେଠାରୁ ଘଉଡ଼ାଇ ହେଉଛି ନା ରଖି ହେଉଛି। ବାଧ୍ୟହୋଇ ସେମାନେ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ଏସ୍‌ସିବି ଅଧୀକ୍ଷକ କହିଛନ୍ତି, ହସ୍ପିଟାଲରେ ନିରାଶ୍ରୟ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢ଼ାଇଲାଣି। ଏନେଇ ଜିଲାପାଳ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଅବଗତ କରାଯାଇଛି। ଜିଲାପାଳ ଏନେଇ ଏକ ବୈଠକ ଡାକିବେ ଓ ତାହାର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?