ଏସ୍‌ସିବି ପ୍ରସୂତି ରୋଗ ବିଭାଗ ହେବ ସେଣ୍ଟର ଅଫ ଏକ୍ସିଲେନ୍ସ

କଟକ ଅଫିସ, ୨୧। ୧: ଏସ୍‌ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଉତ୍କର୍ଷ ପ୍ରତିଷ୍ଠାନ ବା ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପାଇବ। ୨୧୦ ବେଡ୍‌ ବିଶିଷ୍ଟ ଏହି ବିଭାଗରେ ଏବେ ବିଇଏମ୍‌ଓସି, ଇଏମ୍‌ଓସି, ଦକ୍ଷତା, ନବଜାତ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଓ ଲାଇଫ ସେଭିଂ ଆନାସ୍ଥେସିଆ ସ୍କିଲ ତାଲିମ କାର୍ଯ୍ୟକ୍ରମ କରାଯାଉଛି। ଏଥିସହିତ ଉକ୍ତ ବିଭାଗରେ ଏକ ସ୍କିଲ ଲ୍ୟାବ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ଏହି ଲ୍ୟାବ୍‌ ଉଦ୍‌ଘାଟନ ହେବା କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ଡାକ୍ତର ଓ ମେଡିକାଲ କର୍ମଚାରୀମାନଙ୍କୁ ବର୍ତ୍ତମାନ ମାନିକୁଇନ (କଣ୍ଢେଇ) ସାହାଯ୍ୟରେ ତାଲିମ ଦିଆଯାଉଛି। କିଭଳି ପ୍ରସବ କରାଯିବ, ମା’ମାନଙ୍କୁ ସ୍ତନ୍ୟପାନ ତାଲିମ ସହିତ ବିଭିନ୍ନ ସ୍ତ୍ରୀ ରୋଗ ସମ୍ପର୍କିତ ତାଲିମ ଦିଆଯାଉଛି। ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ଏହି ଲ୍ୟାବ୍‌ ଉପଯୋଗୀ ହେବ ବୋଲି ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି କହିଛନ୍ତି। ମହାନ୍ତିଙ୍କ କହିବା ଅନୁଯାୟୀ, ପ୍ରତିଦିନ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ୫୫ରୁ ୬୦ ଜଣ ମହିଳା ପ୍ରସବ କରୁଛନ୍ତି। ଏହି ହାରରେ ମାସିକ ୧ହଜାରରୁ ଅଧିକ ମହିଳା ଏଠାରେ ପ୍ରସବ କରୁଥିବା ରେକର୍ଡ କହୁଛି। ପ୍ରସୂତି ବିଭାଗକୁ ଲାଗି କରି ୨୪ ବେଡ୍‌ ବିଶିଷ୍ଟ ଏସ୍‌ଏନ୍‌ସିୟୁ ରହିଛି। ଏବେ ଏସ୍‌ଏନ୍‌ସିୟୁ ବେଡ୍‌ ବୃଦ୍ଧି ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦୂରଦୂରାନ୍ତରୁ ଆସୁଥିବା ମହିଳାମାନଙ୍କର ସହଜ ପ୍ରସବ ଓ ପ୍ରସବକାଳୀନ ବ୍ୟବହାର ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଏବେ ପ୍ରସୂତି ରୋଗ ବିଭାଗ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରୁଥିବା ମହାନ୍ତି ସୂଚନା ଦେଇଛନ୍ତି। ତେବେ ଉକ୍ତ ବିଭାଗକୁ ସେଣ୍ଟର ଅଫ ଏକ୍ସଲେନ୍ସ କରିବା ପାଇଁ ଉଦ୍ୟମ ହେଉଥିବାବେଳେ ଅନେକ ସମୟରେ ଏଠାକୁ ପ୍ରସବ ନିମନ୍ତେ ଆସୁଥିବା ମହିଳାମାନଙ୍କୁ ଉପଯୁକ୍ତ ସେବା ମିଳୁ ନ ଥିବା ଅଭିଯୋଗ ହେଉଛି। ଏପରି କି ଠିକ୍‌ ସମୟରେ ସେବା ନ ମିଳିବାରୁ ମହିଳାମାନଙ୍କ ମୃତ୍ୟୁ ଘଟିଥିବା ନେଇ ମାନବାଧିକାର କମିଶନରେ ମାମଲା ରୁଜୁ ହୋଇଛି। ଏତେ ସବୁ ବ୍ୟବସ୍ଥା ପରେ ମଧ୍ୟ ଏଠାରେ ପ୍ରତି ମାସରେ ପ୍ରସବ ସମୟରେ ୬ରୁ ୭ ଜଣ ମହିଳାଙ୍କ ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ତେବେ ଏହି ମୃତ୍ୟୁ ହାରରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଚାଲିଥିବା ମହାନ୍ତି କହିଛନ୍ତି। ଅବସରପ୍ରାପ୍ତ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ପ୍ରଫେସର ଡା. ଶ୍ୟାମା କାନୁନ୍‌ଗୋଙ୍କ କହିବା ଅନୁଯାୟୀ, ବିଶ୍ୱବ୍ୟାପୀ ପ୍ରସବ ସମୟରେ ହାରାହାରି ୧୫ ପ୍ରତିଶତ ମହିଳାଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଥାଏ। କାରଣ ଗର୍ଭଧାରଣ ସମୟରେ କେତେକ ଜଟିଳତା ହିଁ ଏହାର କାରଣ ପାଲଟିଥାଏ। ସମ୍ପ୍ରତି ଏସ୍‌ସିବି ମେଡିକାଲରେ ଅନେକ ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯାହା ଉଭୟ ମାତୃ ଓ ଶିଶୁ ମୃତ୍ୟୁକୁ ରୋକିବାରେ ସକ୍ଷମ ହୋଇପାରିବ। ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ କହିବା ଅନୁଯାୟୀ, ଏସ୍‌ସିବି ମେଡିକାଲରେ ଚିକିତ୍ସାର ମାନ ବୃଦ୍ଧି ପାଇଁ ଅନେକ ଯୋଜନା ହାତକୁ ନିଆଯାଇଛି। ସେଥିମଧ୍ୟରୁ ପ୍ରସୂତି ରୋଗ ବିଭାଗରେ ବେସିକ୍‌ ଆଣ୍ଡ ଇମରଜେନ୍ସି ଅବଷ୍ଟେଟ୍ରିକ କେୟାର ଉପରେ ଅଧିକ ଧ୍ୟାନ ଦିଆଯାଉଛି। ସ୍କିଲ ଲ୍ୟାବ୍‌ ପ୍ରତିଷ୍ଠା ଦ୍ୱାରା ଅନେକ ଜଟିଳତାର ସମାଧାନ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri