ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ପ୍ରତିବାଦରେ ବ୍ଲକ ଘେରାଉ

ବାଙ୍ଗିରିପୋଷି,୩୦ା୫(ଡି.ଏନ.ଏ.)- ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ବନ୍ଦ ପ୍ରତିବାଦରେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ବୁଢୀଖମାରୀ ପଞ୍ଚାୟତ ଅନ୍ତର୍ଗତ ଯୋକା (ଆତନାବେଡା) ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ସମସ୍ତ ଅଧିକାରୀଙ୍କୁ ତାଲାବନ୍ଦ କରି ଅଟକ ରଖିଥିଲେ। ଖବରପାଇ ପୋଲିସ ପହଞ୍ଚି ବ୍ଲକ କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲା। ବିଡିଓ ଏବଂ ସହକାରୀ ଯନ୍ତ୍ରୀ ଅଟକି ଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ। ସୂଚନା ଅନୁଯାୟୀ, ଗତ ୨୦୧୯ ଡିସେମ୍ବର ୧୯ ତାରିଖରେ ଚିଠି ନଂ.୨୫୩ ଜରିଆରେ ବୁଢୀଖମାରୀ ପଞ୍ଚାୟତ ଅନ୍ତର୍ଗତ ଯୋକା ଗ୍ରାମ ନିକଟବତ୍ତର୍ର୍ୀ ବାରୁବେଡ଼ା (ବରୁତଳା) ଖେଳପଡ଼ିଆର ଉନ୍ନତି କରଣ ବାବଦକୁ ମୋଟ ୫ଲକ୍ଷ ଟଙ୍କା ସ୍ଥାନୀୟ ଗ୍ରାମ ସଂଯୋଜକ ଗୋବିନ୍ଦ ମାର୍ଣ୍ଡିଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା ା ତେବେ କିଛି କାର୍ଯ୍ୟ ଆରମ୍ଭ ପରେ ବନ୍ଦ କରି ଦିଆଗଲା ା ଦୀର୍ଘ ଦିନ ବନ୍ଦ ପରେ ପୁଣିଥରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଜିଆରଏସ ଫଟୋ ଉଠାଇ ସାରି ପୁଣି ଥରେ କାମଟିକୁ ବନ୍ଦ କରି ଦିଆଯାଇଥିଲା ା ଫଳରେ ଏଥିରେ ଉତକ୍ଷୀପ୍ତ ହୋଇ ଶୁକ୍ରବାର ଶ୍ରମିକ କାର୍ଯ୍ୟ କରୁଥିବା ଶତାଧିକ ମହିଳା ଓ ପୁରୁଷ ବାଙ୍ଗିରିପୋଷି ବ୍ଲକ ପରିସରରେ ଏକଜୁଟ ହୋଇ ବିଡିଓଙ୍କ କୋଠରୀ ସମେତ ସମସ୍ତ କାର୍ଯ୍ୟାଳୟରେ ତାଲା ବନ୍ଦ କରି ଧାରଣାରେ ବସିଥିଲେ। ଖବରପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ, ଏଏସଆଇ ଅଶୋକ ଦାସ, ଏଏସଆଇ ଦେବଦାସ ସାହୁଙ୍କ ସହ ପୋଲିସ କର୍ମଚାରୀମାନେ ସେଠାରେ ପହଞ୍ଚି ପ୍ରଥମେ ବିଡିଓ ରାମଦାସ ଟୁଡୁ ଏବଂ ସହକାରୀ ଯନ୍ତ୍ରୀ ଯୋଗେଶ୍ୱର ବେହେରାଙ୍କୁ ତାଲା ଖୋଲି ଉଦ୍ଧାର କରିଥିଲେ ା କାମ କ’ଣ ପାଇଁ ବନ୍ଦ କରାଗଲା ବିଡିଓ ଜାଣି ନ ଥିବା ପ୍ରକାଶ କରିବା ସହ କାମ ପୁଣି ଥରେ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ା ତେବେ ଗ୍ରାମବାସୀ ଲିଖିତ ପ୍ରତିଶ୍ରୁତି ମାଗିବାରୁ ଉଭୟ ବିଡିଓ ଏବଂ ସହକାରୀ ଯନ୍ତ୍ରୀ ଉକ୍ତ କାର୍ଯ୍ୟ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ସହ ଶୁକ୍ରବାରର ମଜୁରୀ ମଧ୍ୟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଆଗାମୀ ଦିନରେ ଯଦି ପୁଣିଥରେ କାର୍ଯ୍ୟ ବନ୍ଦ ହୁଏ ତେବେ ପୁଣିଥରେ ବ୍ଲକ ଘେରାଉ କରାଯିବ ବୋଲି ଗ୍ରାମର ଗୋବିନ୍ଦ ମାର୍ଣ୍ଡି,ମିର୍ଜା ମୁର୍ମୁ,ଭୁବନ ସୋରେନ,ବାବୁଲୁ ମାର୍ଣ୍ଡି,ଲକ୍ଷ୍ମୀ ହାଁସଦାଃ,ସମ୍ବାରୀ ହାଁସଦାଃ,ସୁଖୀଆ ଟୁଡୁ, ଗୋବିନ୍ଦ ଟୁଡୁ,ଯୋଦ୍ଧା ହାଁସଦାଃ,ସାଗେନ ମୁର୍ମୁ, ଶସୀଲା ଟୁଡୁ, ସାକିଲା ବାସ୍କେ ପ୍ରମୁଖ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri