ଏମ୍‌କେସିଜି ପଥ୍ୟ ବିଭାଗ ପଙ୍ଗୁ

ବ୍ରହ୍ମପୁର ଅଫିସ,୨୩ା୧୨-ବ୍ରହ୍ମପୁର ମେଡିକାଲକୁ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ପ୍ରତିଦିନ ରୋଗୀ ଆସିଥାନ୍ତି। ଏମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ସହ ମାଗଣାରେ ଖାଦ୍ୟ ଓ ଔଷଧ ଯୋଗାଇ ଦେବା ନେଇ ସରକାର ଅନେକ ଯୋଜନା କରିଛନ୍ତି। ନିୟମ ରହିଛି, କେଉଁ ରୋଗୀଙ୍କୁ କିଭଳି ଖାଦ୍ୟ ଦିଆଯିବ, ସେନେଇ ଜଣେ ଡାଏଟିସିଆନ ପରାମର୍ଶ ଦେବା ଜରୁରୀ। ହେଲେ ଏମ୍‌କେସିଜି ମେଡ଼ିକାଲରେ ଗତ ୬ ବର୍ଷରୁ ଊର୍ଦ୍ଧ୍ୱ ହେଲା କେହି ଡ଼ାଏଟିସିଆନ ନାହାନ୍ତି। ଏଣୁ ଭେଷଜ ବିଭାଗ ଏବେ ପଙ୍ଗୁ ହୋଇଯାଇଥିବା ଦେଖିବାକୁ ମିଳିଛି। ଡ଼ାଏଟିସିଆନ ନ ଥିବାରୁ ପ୍ରତିଦିନ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ଯାଞ୍ଚ ହୋଇପାରୁନାହିଁ। ୨ ଜଣ ନର୍ସ ଏବେ ଏମ୍‌କେସିଜିରେ ଡ଼ାଏଟିସିଆନ ଦାୟିତ୍ୱ ତୁଲାଉଛନ୍ତି। ରୋଗୀମାନେ ପୁଷ୍ଟିକର ଖାଦ୍ୟ ପାଉଛନ୍ତି କି ନାହିଁ ସେନେଇ ପ୍ରଶ୍ନ ଉଠିଛି। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ରହିଛି ପଥ୍ୟ ବିଭାଗ। ବିନା ଡ଼ାଏଟିସିଆନରେ ବିଭାଗ ଏବେ ପଙ୍ଗୁ ପାଲଟିଯାଇଛି। ପ୍ରତିଦିନ ଶୁଖିଲା ଖାଦ୍ୟରେ ବ୍ରେଡ ଓ କ୍ଷୀର ଏବଂ ରନ୍ଧା ଖାଦ୍ୟରେ ଭାତ, ଡ଼ାଲି ଓ ତରକାରି ଦିଆଯାଉଛି। ସୋମବାର, ଗୁରୁବାର ଓ ଶନିବାର ନିରାମିଷ ଖାଦ୍ୟ ଦିଆଯାଉଛି। ମଙ୍ଗଳବାର, ବୁଧବାର, ଶୁକ୍ରବାର ଓ ରବିବାର ଆମିଷ ଦିଆଯାଉଛି ବୋଲି ବିଭାଗ ସୂତ୍ରରୁ ପ୍ରକାଶ। ଏହି ଖାଦ୍ୟ ଦେବା ପାଇଁ ଏକ ଘରୋଇ ସଂସ୍ଥାକୁ ଠିକା ଦିଆଯାଇଛି। ସମ୍ପୃକ୍ତ ସଂସ୍ଥା କିଭଳି ଖାଦ୍ୟ ପ୍ରସ୍ତୁତ କରୁଛି ତା’ର ମାନ ଯାଞ୍ଚ କରିବା ପାଇଁ ଡ଼ାଏଟିସିଆନ ନାହାନ୍ତି। ଏମ୍‌କେସିଜି ମେଡିକାଲ ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ଖାଦ୍ୟ ମାନ ଯାଞ୍ଚ ପାଇଁ ନିଷ୍ପତ୍ତି ହେବା ସହ ଡ଼ାଏଟିସିଆନ ପଦବୀ ପୂରଣ ପାଇଁ ମଧ୍ୟ ପୂର୍ବରୁ ଅନେକଥର ଆଲୋଚନା ହୋଇଥିଲା। ହେଲେ ଅଦ୍ୟାବଧି କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ। ଟିବି ଓ କ୍ୟାନସର ରୋଗୀଙ୍କ ପାଇଁ ଦୈନିକ ଖାଇବା ବାବଦରେ ୬୦ ଟଙ୍କା ମିଳୁଥିବା ବେଳେ ସାଧାରଣ ରୋଗୀଙ୍କ ପାଇଁ ୫୦ ଟଙ୍କା ମିଳୁଛି। ସମ୍ପ୍ରତ୍ତି ମହଙ୍ଗା ଯୁଗରେ ଏହି ସୀମିତ ଅନୁଦାନରେ ରୋଗୀଙ୍କୁ କେଉଁ ମାନର ଖାଦ୍ୟ ଦିଆଯାଉଛି ତାହା ଯାଞ୍ଚ କରିବା ନିହାତି ଆବଶ୍ୟକ। ସେପଟେ ଡ଼ାଏଟିସିଆନ ପଦବୀ ପୂରଣ କରିବା ପାଇଁ ମେଡିକାଲ ତରଫରୁ ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଉଛି। ଅନ୍ୟପଟେ ଖାଦ୍ୟ ତିଆରି ପାଇଁ ମେଡିକାଲରେ ସ୍ବତନ୍ତ୍ର ରୋଷେଇ ଶାଳ ନାହିଁ। ଟେଣ୍ଡର ନେଇଥିବା ଘରୋଇ ସଂସ୍ଥା ବାହାରୁ ଖାଦ୍ୟ ତିଆରି କରି ଆଣୁଛି। କିନ୍ତୁ କେଉଁ ରୋଗୀଙ୍କୁ କିଭଳି ଖାଦ୍ୟ ଦିଆଯିବ ଓ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିରେ କେଉଁ ମାନର ଖାଦ୍ୟ ଉପଯୋଗୀ ସେ ପରାମର୍ଶ ଦେବା ପାଇଁ ଡ଼ାଏଟିସିଆନ ନାହାନ୍ତି। ତେଣୁ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଡ଼ାଏଟିସିଆନ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟାଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ଏନେଇ ଏମ୍‌କେସିଜି ମେଡିକାଲ ହସ୍ପିଟାଲ ମ୍ୟାନେଜର ଅମିତାଭ ମହାନ୍ତି କୁହନ୍ତି, ସ୍ଥାୟୀ ଡ଼ାଏଟିସିଆନ ନିଯୁକ୍ତି ପାଇଁ ସରକାରଙ୍କୁ ଆମେ ଚିଠି ଲେଖି ଜଣାଇଛୁ। ଖୁବଶୀଘ୍ର ଡ଼ାଏଟିସିଆନ ନିଯୁକ୍ତି ହେବ ବୋଲି ଆଶା ରଖାଯାଇଛି।
((ଫଟୋ——୭


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri