ଏମ୍‌କେସିଜି ପଥ୍ୟ ବିଭାଗ ପଙ୍ଗୁ

ବ୍ରହ୍ମପୁର ଅଫିସ,୨୩ା୧୨-ବ୍ରହ୍ମପୁର ମେଡିକାଲକୁ ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଖୋର୍ଦ୍ଧା ଓ ପୁରୀ ଜିଲାରୁ ପ୍ରତିଦିନ ରୋଗୀ ଆସିଥାନ୍ତି। ଏମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ସହ ମାଗଣାରେ ଖାଦ୍ୟ ଓ ଔଷଧ ଯୋଗାଇ ଦେବା ନେଇ ସରକାର ଅନେକ ଯୋଜନା କରିଛନ୍ତି। ନିୟମ ରହିଛି, କେଉଁ ରୋଗୀଙ୍କୁ କିଭଳି ଖାଦ୍ୟ ଦିଆଯିବ, ସେନେଇ ଜଣେ ଡାଏଟିସିଆନ ପରାମର୍ଶ ଦେବା ଜରୁରୀ। ହେଲେ ଏମ୍‌କେସିଜି ମେଡ଼ିକାଲରେ ଗତ ୬ ବର୍ଷରୁ ଊର୍ଦ୍ଧ୍ୱ ହେଲା କେହି ଡ଼ାଏଟିସିଆନ ନାହାନ୍ତି। ଏଣୁ ଭେଷଜ ବିଭାଗ ଏବେ ପଙ୍ଗୁ ହୋଇଯାଇଥିବା ଦେଖିବାକୁ ମିଳିଛି। ଡ଼ାଏଟିସିଆନ ନ ଥିବାରୁ ପ୍ରତିଦିନ ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ଯାଞ୍ଚ ହୋଇପାରୁନାହିଁ। ୨ ଜଣ ନର୍ସ ଏବେ ଏମ୍‌କେସିଜିରେ ଡ଼ାଏଟିସିଆନ ଦାୟିତ୍ୱ ତୁଲାଉଛନ୍ତି। ରୋଗୀମାନେ ପୁଷ୍ଟିକର ଖାଦ୍ୟ ପାଉଛନ୍ତି କି ନାହିଁ ସେନେଇ ପ୍ରଶ୍ନ ଉଠିଛି। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ରହିଛି ପଥ୍ୟ ବିଭାଗ। ବିନା ଡ଼ାଏଟିସିଆନରେ ବିଭାଗ ଏବେ ପଙ୍ଗୁ ପାଲଟିଯାଇଛି। ପ୍ରତିଦିନ ଶୁଖିଲା ଖାଦ୍ୟରେ ବ୍ରେଡ ଓ କ୍ଷୀର ଏବଂ ରନ୍ଧା ଖାଦ୍ୟରେ ଭାତ, ଡ଼ାଲି ଓ ତରକାରି ଦିଆଯାଉଛି। ସୋମବାର, ଗୁରୁବାର ଓ ଶନିବାର ନିରାମିଷ ଖାଦ୍ୟ ଦିଆଯାଉଛି। ମଙ୍ଗଳବାର, ବୁଧବାର, ଶୁକ୍ରବାର ଓ ରବିବାର ଆମିଷ ଦିଆଯାଉଛି ବୋଲି ବିଭାଗ ସୂତ୍ରରୁ ପ୍ରକାଶ। ଏହି ଖାଦ୍ୟ ଦେବା ପାଇଁ ଏକ ଘରୋଇ ସଂସ୍ଥାକୁ ଠିକା ଦିଆଯାଇଛି। ସମ୍ପୃକ୍ତ ସଂସ୍ଥା କିଭଳି ଖାଦ୍ୟ ପ୍ରସ୍ତୁତ କରୁଛି ତା’ର ମାନ ଯାଞ୍ଚ କରିବା ପାଇଁ ଡ଼ାଏଟିସିଆନ ନାହାନ୍ତି। ଏମ୍‌କେସିଜି ମେଡିକାଲ ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ଖାଦ୍ୟ ମାନ ଯାଞ୍ଚ ପାଇଁ ନିଷ୍ପତ୍ତି ହେବା ସହ ଡ଼ାଏଟିସିଆନ ପଦବୀ ପୂରଣ ପାଇଁ ମଧ୍ୟ ପୂର୍ବରୁ ଅନେକଥର ଆଲୋଚନା ହୋଇଥିଲା। ହେଲେ ଅଦ୍ୟାବଧି କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନାହିଁ। ଟିବି ଓ କ୍ୟାନସର ରୋଗୀଙ୍କ ପାଇଁ ଦୈନିକ ଖାଇବା ବାବଦରେ ୬୦ ଟଙ୍କା ମିଳୁଥିବା ବେଳେ ସାଧାରଣ ରୋଗୀଙ୍କ ପାଇଁ ୫୦ ଟଙ୍କା ମିଳୁଛି। ସମ୍ପ୍ରତ୍ତି ମହଙ୍ଗା ଯୁଗରେ ଏହି ସୀମିତ ଅନୁଦାନରେ ରୋଗୀଙ୍କୁ କେଉଁ ମାନର ଖାଦ୍ୟ ଦିଆଯାଉଛି ତାହା ଯାଞ୍ଚ କରିବା ନିହାତି ଆବଶ୍ୟକ। ସେପଟେ ଡ଼ାଏଟିସିଆନ ପଦବୀ ପୂରଣ କରିବା ପାଇଁ ମେଡିକାଲ ତରଫରୁ ସରକାରଙ୍କୁ ବାରମ୍ବାର ଚିଠି ଲେଖାଯାଉଛି। ଅନ୍ୟପଟେ ଖାଦ୍ୟ ତିଆରି ପାଇଁ ମେଡିକାଲରେ ସ୍ବତନ୍ତ୍ର ରୋଷେଇ ଶାଳ ନାହିଁ। ଟେଣ୍ଡର ନେଇଥିବା ଘରୋଇ ସଂସ୍ଥା ବାହାରୁ ଖାଦ୍ୟ ତିଆରି କରି ଆଣୁଛି। କିନ୍ତୁ କେଉଁ ରୋଗୀଙ୍କୁ କିଭଳି ଖାଦ୍ୟ ଦିଆଯିବ ଓ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିରେ କେଉଁ ମାନର ଖାଦ୍ୟ ଉପଯୋଗୀ ସେ ପରାମର୍ଶ ଦେବା ପାଇଁ ଡ଼ାଏଟିସିଆନ ନାହାନ୍ତି। ତେଣୁ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ଡ଼ାଏଟିସିଆନ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟାଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ଏନେଇ ଏମ୍‌କେସିଜି ମେଡିକାଲ ହସ୍ପିଟାଲ ମ୍ୟାନେଜର ଅମିତାଭ ମହାନ୍ତି କୁହନ୍ତି, ସ୍ଥାୟୀ ଡ଼ାଏଟିସିଆନ ନିଯୁକ୍ତି ପାଇଁ ସରକାରଙ୍କୁ ଆମେ ଚିଠି ଲେଖି ଜଣାଇଛୁ। ଖୁବଶୀଘ୍ର ଡ଼ାଏଟିସିଆନ ନିଯୁକ୍ତି ହେବ ବୋଲି ଆଶା ରଖାଯାଇଛି।
((ଫଟୋ——୭


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri