ଏବେ ସହରକୁ ବିପଦ ସାଳନ୍ଦୀ

ଭଦ୍ରକ ଅଫିସ, ୧।୭ – ସାଳନ୍ଦୀ ନଦୀକୁ ଭଦ୍ରକ ଜିଲାର ଜୀବନରେଖା ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ନଦୀର ଯାହା ଅବସ୍ଥା ବର୍ଷାଋତୁରେ କରାଳ ରୂପ ଧାରଣ କରି ବନ୍ୟାବିତ୍ପାତ ଘଟାଇବ ବୋଲି ଆଶଙ୍କା କରାଯାଉଛି। ଏହି ନଦୀ ଏବେ ଭଦ୍ରକ ସହର ଓ ଗାଁ ଗଣ୍ଡା ପ୍ରତି ବିପଦ ସାଜିଛି। ଜିଲା ପାଇଁ ବିଶେଷକରି ନଦୀର ଦଳ ଓ ଆଡ଼ିବନ୍ଧ ସମସ୍ୟା ସୃଷ୍ଟି କରିଛି। ସାଳନ୍ଦୀ ସଂସ୍କାର ଯୋଜନା ମାଧ୍ୟମରେ ୫ ବର୍ଷ ପୂର୍ବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ନଦୀ ଦଳରେ ପୋତି ହେବାକୁ ବସିଛି। ନଦୀରୁ ଦଳ ସଫା କରିବା ଆଳରେ ବର୍ଷାଋତୁ ପୂର୍ବରୁ ବିଭାଗ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି। ହେଲେ କୌଣସି ସୁଫଳ ମିଳିପାରୁ ନ ଥିବାରୁ ଭଦ୍ରକବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୧୯୯୯ର ପ୍ରଳୟଙ୍କରୀ ମହାବାତ୍ୟାର ପୁନରାବୃତ୍ତି ଏଥର ହୋଇପାରେ ବୋଲି ନଦୀକୂଳିଆ ଲୋକେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଉଲ୍ଲେଖନୀୟ ଯେ, ମହାବାତ୍ୟା ବେଳେ ସାଳନ୍ଦୀ ନଦୀକୁ ସହରର ଜଳ ନିଷ୍କାସିତ ହୋଇ ନ ପାରି ୭ ଦିନ ଧରି ସହରାଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଏଥିଲାଗି ଭଦ୍ରକବାସୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ସାଳନ୍ଦୀ ସଂସ୍କାର ଯୋଜନା କରାଯାଇଥିଲା। ନଦୀଗର୍ଭକୁ ଖନନ କରିବା ସହ ବନ୍ଧକୁ ସୁଦୃଢ କରିବା ଲକ୍ଷ୍ୟ ଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ। ଏହି ନଦୀ ଉପରେ ଜିଲାର ଚାଷବାସ ନିର୍ଭର କରୁଛି। ସହରର ମୁଖ୍ୟ ଜଳ ନିଷ୍କାସନ ନାଳ କୁହାଯାଉଥିବା ସାଳନ୍ଦୀ ନଦୀ ଏବେ ଦଳରେ ପରିପୂର୍ଣ୍ଣ। କୁଅଁାସ ଅର୍ଜୁନ ସେତୁ ନିକଟରେ ଦଳ ଆଚ୍ଛାଦିତ ହୋଇ ରହିଛି। ସାମାନ୍ୟ ବର୍ଷାପାଣି ଆସିଲେ ସେତୁର ପିଲର୍‌ ଭାଙ୍ଗିଯିବା ଆଶଙ୍କା ଦେଖାଦେଇଛି। ନଦୀରେ ବନ୍ୟା କଥା ଦୂରେ ଥାଉ ସାମାନ୍ୟ ବର୍ଷାଜଳରେ ଭାସିବ ଭଦ୍ରକ। ଦଳ କାରଣରୁ ଜଳନିଷ୍କାସିତ ହୋଇ ନ ପାରି କୂଳ ଲଙ୍ଘିବ। ଅନ୍ୟପକ୍ଷେ ନଦୀକୂଳିଆ ଭଦ୍ରକ, ତିହିଡ଼ି, ଚାନ୍ଦବାଲି ବ୍ଲକର ହଜାର ହଜାର ହେକ୍ଟର ଚାଷଜମିରେ ଚାଷ ନଷ୍ଟ ହେବାର ଆଶଙ୍କା କରାଯାଇଛି। ଜିଲାକୁ ବନ୍ୟାମୁକ୍ତ କରିବା ସକାଶେ ଆରମ୍ଭ ହୋଇଥିଲା ବୃହତ୍‌ ସାଳନ୍ଦୀ ସଂସ୍କାର ଯୋଜନା। ନଦୀଗର୍ଭ ଖନନ, ପାର୍ଶ୍ୱବନ୍ଧ ନିର୍ମାଣ ଏବଂ ସେତୁ ନିର୍ମାଣରେ ପ୍ରାୟ ଦେଢ଼ ଶହ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରି ନାହିଁ। ସେହିପରି ଗତବର୍ଷ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସାଳନ୍ଦୀ ଜଳସେଚନ ବିଭାଗ ପକ୍ଷରୁ ନଦୀର ଉପରମୁଣ୍ଡ ଗୋବିନ୍ଦପୁର ପୋଲଠାରୁ ନିମ୍ନଭାଗ ବିଲଣା-ବାରୋ ପର୍ଯ୍ୟନ୍ତ ପ୍ରାୟ ୨୩ ଟି ସେତୁ ସଂଲଗ୍ନ ଅଞ୍ଚଳରେ ଦଳ ସଫେଇ କରାଯାଇଥିଲା। ହେଲେ ଫଳ ଶୂନ। ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କୁ ପଚାରିବାରୁ କହିଛନ୍ତି, ସାଳନ୍ଦୀ ନଦୀରୁ ଦଳ ସଫେଇ କାମ ନେଇ ଖୁବ୍‌ଶୀଘ୍ର ଟେଣ୍ଡର ଡକାଯିବ। ଜୁଲାଇ ମାସ ସୁଦ୍ଧା ନଦୀରୁ ଦଳ କଢ଼ା କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ହଦଗଡ ଆନିକଟ ନିର୍ମାଣ ଯୋଗୁ ସାଳନ୍ଦୀ ନଦୀରେ ଆଗ ଭଳି ବନ୍ୟା ଆସୁନାହିଁ। ଫଳରେ ନଦୀ ଜଳ ନିଷ୍କାସିତ ହୋଇ ନ ପାରି ଜମି ରହୁଥିବାରୁ ସାଳନ୍ଦୀ ସବୁବେଳେ ଦଳଭର୍ତ୍ତି ହୋଇ ରହୁଛି। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଗ ଉଦ୍ୟମ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri