Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସଭାରତ,ଆମେରିକା ସେମିରେ

ଭୁବନେଶ୍ୱର, ୧୧।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ ସହ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ପୁଲ ‘ଏ’ ଶେଷ ଲିଗ୍‌ ମ୍ୟାଚରେ ଦଳ ୧୦-୦ ଗୋଲରେ ଉଜ୍‌ବେକିସ୍ତାନକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଆକାଶଦୀପ ସିଂ ହ୍ୟାଟ୍ରିକ ଗୋଲ ଦେଇଥିବାବେଳେ ବରୁଣ କୁମାର ଓ ମନଦୀପ ୨ଟି ଲେଖାଏ ଏବଂ ଅମିତ ରୋହିଦାସ, ନିଳକାନ୍ତ ଶର୍ମା ଓ ଗୁରସାହିବଜିତ ସିଂ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଯୋଜନା ଓ ସମନ୍ବୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଅତିଥିଭାବେ ଯୋଗଦେଇ ଆକାଶଦୀପଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ଭାରତ-ଉଜ୍‌ବେକିସ୍ତାନ ମ୍ୟାଚ ସହ ପ୍ରତିଯୋଗିତାର ପୁଲ୍‌ ପର୍ଯ୍ୟାୟ ଶେଷ ହୋଇଛି। ପୁଲ୍‌ ‘ଏ’ରୁ ଭାରତ ଓ ପୁଲ୍‌‘ବି’ରୁ ଆମେରିକା ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପୁଲ୍‌ ‘ଏ’ରୁ ରୁଷିଆ ଓ ପୋଲାଣ୍ଡ ଏବଂ ପୁଲ୍‌ ‘ବି’ରୁ ଜାପାନ ଓ ଦକ୍ଷିଣ ଆଫ୍ରିକା କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଦୁଇ ପୁଲ୍‌ର ନିମ୍ନ ର଼୍ୟାଙ୍କିିଙ୍ଗପ୍ରାପ୍ତ ଦଳ ଉଜ୍‌ବେକିସ୍ତାନ ଓ ମେକ୍ସିକୋ ୭-୮ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବେ। ୧୨ ତାରିଖରେ ପ୍ର୍ରଥମ କ୍ରସ୍‌ ଓଭର ମ୍ୟାଚରେ ରୁଷିଆ-ଦକ୍ଷିଣ ଆଫ୍ରିକା ଏବଂ ଦ୍ୱିତୀୟ କ୍ରସ୍‌ ଓଭରରେ ଜାପାନ-ପୋଲାଣ୍ଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ୧୪ ତାରିଖରେ ଭାରତ ପ୍ରଥମ ସେମିଫାଇନାଲରେ ଜାପାନ-ପୋଲାଣ୍ଡ ମ୍ୟାଚର ବିଜେତାକୁଭେଟିବ। ସେହିଦିନ ଆମେରିକା ଦ୍ୱିତୀୟ ସେମିଫାଇନାଲରେ ରୁଷିଆ-ଦକ୍ଷିଣ ଆଫ୍ରିକା କ୍ରସ୍‌ ଓଭର ମ୍ୟ୍ୟାଚର ବିଜେତା ସହିତ ମୁକାବିଲା କରିବ।
ବିଶ୍ୱ ର଼୍ୟାଙ୍କିଙ୍ଗର ୪୩ତମ ସ୍ଥାନରେ ଥିବା ଉଜ୍‌ବେକିସ୍ତାନ ବିପକ୍ଷରେ ସ୍ବାଭାବିକଭାବେ ଆରମ୍ଭରୁ ପ୍ରଭାବ ବିସ୍ତାର କରି ଖେଳିଥିଲା ୫ମ ର଼୍ୟାଙ୍କ୍‌ ଭାରତ। ମ୍ୟାଚର ପ୍ରଥମ ମିନିଟରେ ହିଁ ଭାରତୀୟ ଖେଳାଳିମାନେ ଉଜ୍‌ବେକିସ୍ତାନ ଡି ଏରିଆ ମଧ୍ୟକୁ ବଲ୍‌ ନେଇ ସୁଯୋଗ ସୃଷ୍ଟି କରିିଥିଲେ। ତେବେ କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିଲେ ହେଁ ତାହାକୁ ହରମନପ୍ରୀତ ସିଂ ମିସ୍‌ କରିଥିଲେ। ଦ୍ୱିତୀୟ ମିନିଟରେ ଆଉ ଏକ ପେନାଲ୍ଟି କର୍ନର ମିଳିଥିବାବେଳେ ବରୁଣ କୁମାରଙ୍କ ଶଟ୍‌କୁ ଉଜ୍‌ବେକିସ୍ତାନ ଖେଳାଳିମାନେ ରୋକିବାରେ ସକ୍ଷମ ହୋଇଥିଲେ। ୪ର୍ଥ ମିନିଟରେ ଗୋଟିଲ ପେନାଲ୍ଟି କର୍ନର ମିସ୍‌ ହୋଇଥିବାବେଳେ ଅନ୍ୟ ଏକ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ବରୁଣ କୁମାର ଗୋଲ ଖାତା ଖୋଲିଥିଲେ। ୯ମ ମିନି ଭାରତକୁ ମିଳିଥିବା ପେନାଲ୍ଟି କର୍ନର ମିସ୍‌ ହୋଇଥିବାବେଳେ ୧୧ତମ ମିନିଟର ପେନାଲ୍ଟି କର୍ନରକୁ ଗୋଲ କରି ଆକାଶଦୀପ ସିଂ ଭାରତର ଅଗ୍ରଣୀକୁ ୨-୦ରେ ପହଞ୍ଚାଇଥିଲେ। ୧୫ତମ ମିନିଟରେ ପେନାଲ୍ଟି କର୍ନରକୁ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଡ୍ରାଗ୍‌ ଫ୍ଲିକ୍‌ ଜରିଆରେ ଗୋଲରେ ପରିଣତ କରି ପ୍ରଥମ କ୍ବାର୍ଟର ଶେଷସୁଦ୍ଧା ଭାରତକୁ ୩-୦ ଗୋଲରେ ଅଗ୍ରଣୀ କରାଇଥିଲେ।
ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଉଜ୍‌ବେକିସ୍ତାନ ଖେଳାଳିମାନେ ବଲ୍‌କୁ ଭାରତ ହାଫ୍‌କୁ ଆଣିବାରେ ବିଫଳ ହୋଇଥିଲେ। ଭାରତର ଆକ୍ରମଣରେ ନାକେଦମ୍‌ ହୋଇଥିବା ଏହି ଦଳ ଗୋଲ ବର୍ଷାକୁ ରୋକିବାରେ ବ୍ୟସ୍ତ ରହିଥିଲେ। ଦ୍ୱିତୀୟ କ୍ବାର୍ଟରରେ ଭାରତ ୪ଟି ଗୋଲ ଦେଇଥିଲା। ୨୨ତମ ମିନିଟରେ ବରୁଣ କୁମାର ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୪ର୍ଥ ଗୋଲଟି ସ୍କୋର କରିଥିଲେ। ୨୬ତମ ମିନିଟରେ ଆକାଶଦୀପ ସିଂ ଦଳ ପକ୍ଷରୁ ୫ମ ଗୋଲ ଦେଇଥିବାବେଳେ ୨୭ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ନିଳକାନ୍ତ ଶର୍ମା ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ। ୨୮ତମ ମିନିଟରେ ଭାରତକୁ ମିଳିଥିବା ୧୦ମ ପେନାଲ୍ଟି କର୍ନର ମିସ୍‌ ହୋଇଥିବାବେଳେ ଏହାର ୨ ମିନିଟ ପରେ ଅର୍ଥାତ୍‌ ୩୦ତମ ମିନିଟରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନକୁ ୭-୦ରେ ପହଞ୍ଚାଇଥିଲେ। ପ୍ରଥମାର୍ଦ୍ଧରେ ଭାରତୀୟ ଗୋଲକିପର କ୍ରିଷ୍ଣନ ପାଠକଙ୍କ ନିକଟକୁ ଥରେ ହେଲେ ବଲ୍‌ ଯାଇ ନ ଥିଲା।
ତୃତୀୟ କ୍ବାର୍ଟରରେ ମଧ୍ୟ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରି ରହିଥିଲା। ତେବେ ପ୍ରଥମାର୍ଦ୍ଧ ତୁଳନାରେ ଉଜ୍‌ବେକିସ୍ତାନ ଏହି କ୍ବାର୍ଟରରେ ସତର୍କତାର ସହିତ ଖେଳିବାରୁ ଭାରତକୁ ଅଧିକ ପେନାଲ୍ଟି କର୍ନର ମିିଳି ନ ଥିଲା। ୪୦ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲେ ହେଁ ତାହାକୁ ହରମନପ୍ରୀତ ଗୋଲରେ ପରିଣତ କରିପାରି ନ ଥିଲେ। ତୃତୀୟ କ୍ବାର୍ଟର ଶେଷରେ ଅର୍ଥାତ୍‌ ୪୫ତମ ମିନିଟରେ ଅମିତ ଉଜ୍‌ବେକିସ୍ତାନ ଡି ଏରିଆ ଭିତରେ ଥିବା ସୁମିତଙ୍କୁ ପାସ୍‌ ଦେଇଥିଲେ। ସୁମିତ ଏହାକୁ ଗୁରସାହିବଜିତ ସିଂଙ୍କ ନିକଟକୁ ବଢ଼ାଇ ଦେଇଥିଲେ ଏବଂ ଏହି ୭୧ ନମ୍ବର ଜର୍ସି ପରିହିତ ଖେଳାଳି ତାହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ୪ର୍ଥ କ୍ବାର୍ଟରେ ଭାରତ ଅଗ୍ରଣୀ ବ୍ୟବଧାନକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲା ୫୩ତମ ମିନିଟରେ ମନଦୀପ ସିଂଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରିଥିଲେ ଆକାଶଦୀପ। ଏଥିସହ ସେ ମ୍ୟାଚରେ ହ୍ୟାଟ୍ରିକ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ୫୪ତମ ମିନିଟରେ ହରମନପ୍ରୀତ ପେନାଲ୍ଟି କର୍ନର ମିସ୍‌ କରିିଥିବାବେଳେ ୬୦ତମ ମିନିଟରେ ମନଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚ ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri