Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ; ଆମେରିକାର ଗୋଲ୍‌ ବର୍ଷା: ମେକ୍ସିକୋ ୯-୦ରେ ପରାସ୍ତ

ଭୁବନେଶ୍ୱର,୯ା୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁରୁଷ ସିରିଜ ଫାଇନାଲ୍ସରେ ଶନିବାର ଆମେରିକା ଏକ ବୃହତ୍‌ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ପୁଲ୍‌ ବି’ରେ ଆମେରିକା ଓ ମେକ୍ସିକୋ ପରସ୍ପରକୁ ଭେଟିଥିଲେ। ତେବେ ଆମେରିକା ସମ୍ପୂର୍ଣ୍ଣରୂପ ଆଧିପତ୍ୟ ବିସ୍ତାର କରି ଖେଳିବା ସହ ୯- ୦ ଗୋଲ ବୃହତ୍‌ ବ୍ୟବଧାନରେ ବିଜୟ ହାସଲ କରିଥିଲା। ନିୟମିତ ବ୍ୟବଧାନରେ ଆମେରିକା ଗୋଟିଏ ପରେ ଗୋଟିଏ ଗୋଲ ସ୍କୋର କରିଥିଲା। ଅନ୍ୟପଟେ ମେକ୍ସିକୋ ଏକପ୍ରକାର ଆତ୍ମସମର୍ପଣ କରିଥିଲା ଓ ଗୋଟିଏ ହେଲେ ବି ଗୋଲ ସ୍କୋର କରିପାରି ନ ଥିଲା। ପେନାଲ୍ଟି କର୍ନର ଜରିଆରେ ଆମେରିକା ଖେଳାଳି ଦୁଇଟି ଗୋଲ ଦେଇଥିବା ବେଳେ ବାକି ୭ଟି ଫିଲ୍ଡ ଗୋଲ ହୋଇଥିଲା। ଏଥିସହିତ ଆମେରିକା ଟୁର୍ନାମେଣ୍ଟରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଥିବା ବେଳେ ମେକ୍ସିକୋ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଏହାପୂର୍ବରୁ ଗୁରୁବାର ଆମେରିକା ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୨-୦ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ଅନ୍ୟପଟେ ମେକ୍ସିକୋ ତା’ର ପ୍ରଥମ ମ୍ୟାଚ୍‌ରେ ଏସିଆନ ଗେମ୍ସ ଚାମ୍ପିୟନ ଜାପାନଠାରୁ ୩-୧ ଗୋଲରେ ପରାସ୍ତ ହୋଇଥିଲା।
ଏଫ୍‌ଆଇଏଚ୍‌ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଆମେରିକା ୨୫ତମ ସ୍ଥାନରେ ରହିଥିବା ବେଳେ ପଡୋଶୀ ମେକ୍ସିକୋ ୩୯ତମ ସ୍ଥାନରେ ରହିଛି। ଆମେରିକା ଅପେକ୍ଷାକୃତ ଶକ୍ତିଶାଳୀ ହୋଇଥିବା ବେଳେ ଆଶାନୁରୂପ ପ୍ରଦର୍ଶନ କରିଥିଲା। ଦଳ ତରଫରୁ ମାଇକେଲ୍‌ ଜୁନିୟର ବାରମିନିସ୍କି ତୃତୀୟ ଓ ୫୩ତମ ମିନିଟରେ ଦୁଇଟି ଗୋଲ ଦେଇଥିଲେ। ସେହିପରି ସିନ ସିକ୍‌ଚି ୩୭ ଓ ୫୨ତମ ମିନିଟରେ ଦୁଇଟି ଗୋଲ ସ୍କୋର କରିଥିଲେ। ସେହିପରି ଜୁଲିଆନ କ୍ରୁନେନବେଘ୍‌ସ ୧୪ତମ, ଟେଲର ସୁନଦୀନ ୩୦ତମ ମିନିଟରେ ଗୋଲ ଦେଇଥିଲେ। ନିୟମିତ ଅଧିନାୟକ ଆଜାଇ ଧାଡଓ୍ବାଲ ଇଞ୍ଜୁରି କାରଣରୁ ଏହି ମ୍ୟାଚ୍‌ ଖେଳି ନ ଥିଲେ। ଫଳରେ ସୁନଦୀନ ତାଙ୍କ ସ୍ଥାନରେ ଖେଳିବାର ସୁଯୋଗ ହାସଲ କରିଥିଲେ। ସେହିପରି ଅଲବେର୍ଟୋ ମୋଣ୍ଟିଲା ୩୯ତମ, କ୍ରିଷ୍ଟିଆନ୍‌ ଡି ଆଞ୍ଜେଲିସ ୪୨ ଓ ଓ୍ବିଲିୟମ ହୋଲ୍ସ ୬୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ମେକ୍ସିକୋକୁ ଆମେରିକା କୌଣସି ସୁଯୋଗ ଦେଇ ନ ଥିଲା। ମେକ୍ସିକୋ ମଧ୍ୟ ଗୋଲ ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଆମେରିକା ୨-୦ରେ ଅଗ୍ରଣୀ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ଗୋଟିଏ ଗୋଲ ଦେଇ ୩-୦ରେ ଅଗ୍ରଣୀ ହୋଇଥିଲା। ଏହାପରେ ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ ଆମେରିକା ୩ଟି ଲେଖାଏ ଗୋଲ ଦେଇ ବାଜି ମାରିଥିଲା। ଆମେରିକା ତା’ର ତୃତୀୟ ତଥା ପରବର୍ତ୍ତୀ ମ୍ୟାଚ୍‌ରେ ଜାପାନକୁ ୧୦ ତାରିଖରେ ଭେଟିବ। ସେହିପରି ମେକ୍ସିକୋ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସମ୍ପୂର୍ଣ୍ଣ ଏକପାଖିଆ ଏହି ମ୍ୟାଚ୍‌ରେ ରୋମାଞ୍ଚ ଦେଖିବାକୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

ଭାରତୀୟ କ୍ରିକେଟ ପାଇଁ ଐତିହାସିକ ଦିନ ହେବ ଅକ୍ଟୋବର ୩: ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୭।୯: ଭାରତୀୟ କ୍ରିକେଟ ପାଇଁ ଆସନ୍ତା ୩ ଅକ୍ଟୋବର ଏକ ଐତିହାସିକ ଦିନ ହୋଇପାରେ। ଯଦି ଟିମ ଇଣ୍ଡିଆ ୨୦୨୬ ଏସିଆନ ଗେମ୍ସରେ ପୁରୁଷ କ୍ରିକେଟରେ ଗୋଲ୍ଡ…

ଆପତ୍ତିଜନକ ଇଙ୍ଗିତ କରିବା ପାକିସ୍ତାନ ଅଧିନାୟିକାଙ୍କୁ ପଡ଼ିଲା ମହଙ୍ଗା

ଦୁବାଇ, ୭ା୯: ପାକିସ୍ତାନ ଅଧିନାୟିକା ଫାତିମା ସାନାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୧୦ ପ୍ରତିଶତ ଜରିମାନା କରାଯାଇଛି। ଶନିବାର ଚଳିତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ର…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri