Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଜାପାନକୁ ୩ୟ ସ୍ଥାନ

ଭୁବନେଶ୍ୱର, ୧୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଜାପାନ ତୃତୀୟ ସ୍ଥାନ ହାସଲ କରିଛି। ଶେଷ ମୁହୂର୍ତ୍ତରେ କେନ୍‌ତା ତନକାଙ୍କ ଡବଲ ଗୋଲ ବଳରେ ଜାପାନ ଶନିବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଆମେରିକାକୁ ୪-୨ ଗୋଲରେ ପରାସ୍ତ କରିଛି। ଫଳରେ ୪ର୍ଥ ସ୍ଥାନରେ ରହି ଆମେରିକା ଅଭିଯାନ ଶେଷ କରିଛି। ପରାଜିତ ହୋଇଥିଲେ ହେଁ ଏକ ଡଜନେରୁ ଊର୍ଦ୍ଧ୍ୱ ଗୋଲ ସେଭ୍‌ କରିଥିବା ଆମେରିକା ଗୋଲକିପର ଡାନିଏଲ ୱିସଲିଙ୍ଗ୍‌ ମ୍ୟାନ୍‌ ଅପ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ପଦ୍ମଶ୍ରୀ ଦିଲୀପ ତିର୍କୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାାନ କରିଥିଲେ।
ପରାଜିତ ଦଳ ମଧ୍ୟରେ ଏହି ଫ୍ଲେସିଂ ମ୍ୟାଚ ଆରମ୍ଭରୁ ବେଶ୍‌ ରୋଚକ ହୋଇଥିଲା। ମ୍ୟାଚ ଆରମ୍ଭ ହେବାକ୍ଷଣି ଆକ୍ରମଣ ଆରମ୍ଭ କରିଥିଲା ଆମେରିକା। ଜାପାନ ମଧ୍ୟ ଏହାର ଦୃଢ଼ ଜବାବ ଦେଇଥିଲା। ମାତ୍ର ଗୋଲ ସ୍କୋରିଂ ଖାତା ପ୍ରଥମେ ଆମେରିକା ଆରମ୍ଭ କରିଥିଲା। ମ୍ୟାଚର ୧୦ମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଆକି କେପଲର। ମାତ୍ର ଦଳର ଖେଳାଳିମାନେ ଖୁସି ମନାଇବା ପୂର୍ବରୁ ୧୧ତମ ମିନିଟରେ ଜାପାନକୁ ଏକ ପେନାଲ୍ଟି କର୍ନର ମିଳି ଯାଇଥିଲା। କାଜୁମା ମୁରାତା ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚ ସମାନ ସ୍ତରକୁ ଚାଲି ଆସିଥିଲା। ଏହାକୁ ଛାଡ଼ିଦେଲେ ପ୍ରଥମ କ୍ବାର୍ଟରେ ଜାପାନ ୩ଟି ଏବଂ ଆମେରିକା ୨ଟି ପେନାଲ୍ଟି କର୍ନର ସୁଯୋଗ ପାଇଥିଲେ ହେଁ ତାହାର ସଦୁପଯୋଗ କରିପାରି ନ ଥିଲେ। ଦ୍ୱିତୀୟ କ୍ବାର୍ଟରରେ ଅଗ୍ରଣୀ ନେବାପାଇଁ ଆକ୍ରମଣକୁ ଜୋରଦାର କରିଥିଲା ଜାପାନ। ଉଭୟ ଦଳ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ମଧ୍ୟ ପାଇଥିଲେ। ମାତ୍ର ତାହା ବେକାର ଯାଇଥିଲା। ୨୨ତମ ମିନିଟରେ ଆମେରିକା ଗୋଲକିପର ଡାନିଏଲ ୱିସଲିଙ୍କ୍‌ଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଜାପାନକୁ ପେନାଲ୍ଟି ଷ୍ଟ୍ରୋକ୍‌ ଦିଆ ଯାଇଥିଲା। ମାତ୍ର ହିରୋତକା ଜେଣ୍ଡାନା ଏହାକୁ ଗୋଲପୋଷ୍ଟ ବାହାରକୁ ମାରି କୋଚ୍‌ ତାକାହିରୋ ୟାମାବୋରିଙ୍କୁ ନିରାଶ କରିଥିଲା। ତେବେ ଆମେରିକା ଖେଳାଳିଙ୍କ କ୍ରମାଗତ ଭୁଲ ଯୋଗୁ ୨୫ତମ ମିନିଟରେ ଜାପାନକୁ ଆଉ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏଥର ଭୁଲ କରି ନ ଥିଲେ ୟୋଶିକି କିରିଶିତା। ତାଙ୍କ ଗୋଲ ବଳରେ ଜାପାନ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୧ ଗୋଲରେ ଅଗ୍ରଣୀ ହୋଇ ଯାଇଥିଲା।
କ୍ବାର୍ଟରରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଜାପାନ ୩ଟି ପେନାଲ୍ଟି କର୍ନର ପାଇଥିଲା, ମାତ୍ର ସବୁ ମିସ୍‌ ହୋଇଥିଲା। ଅନ୍ତିମ କ୍ବାର୍ଟରରେ ଅପେକ୍ଷାକୃତ ପ୍ରଭାବୀ ପ୍ରଦର୍ଶନ କରିଥିଲା ଜାପାନ। ହେଲେ ଆମେରିକା ମଧ୍ୟ ଏହାର ଜବାବ ଦେଇଥିଲା। ଶେଷ ୨ ମିନିଟରେ ଅସଲ ଖେଳ ହୋଇଥିଲା। ମ୍ୟାଚ ଜାପାନ ସପକ୍ଷରେ ଶେଷ ହେବାକୁ ଯାଉଥିବାବେଳେ ଖେଳ ସରିବାକୁ ୧ ମିନିଟ ଥିବାବେଳେ ଆମେରିକାକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ୫୯ତମ ମିନିଟରେ ଆକି କେପଲର ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚରେ ରୋମାଞ୍ଚ ଭରି ଯାଇଥିଲା। ପ୍ରଥମଥରପାଇଁ ଶୁଟ୍‌ଆଉଟରେ ଖେଳ ମୀମାଂସା ହେବା ସମ୍ଭବନା ସୃଷ୍ଟି ହୋଇଥିଲା। ମାତ୍ର ଖେଳ ଏତିକିରେ ସରି ନ ଥିଲା। ୬୦ତମ ମିନିଟରେ୯ ନମ୍ବର ଜର୍ସି ପରିହିତ କେନ୍‌ତା ତନକା ଏକ ଫିଲ୍ଡ ଗୋଲ ଦେଇ ଜାପାନକୁ ଅଗ୍ରଣୀ କରାଇଥିଲେ। ମ୍ୟାଚ ସରିବାକୁ ୩୦ ସେକେଣ୍ଡ ଥିବାବେଳେ ତନକା ଆଉ ଏକ ଗୋଲ ଦେଇ ଜାପାନ ବିଜୟ ପକ୍କା କରିଥିଲେ। ଆମେରିକା ନିକଟରେ ପ୍ରତ୍ୟାବର୍ତ୍ତନ ପାଇଁ ଆଉ ସୁଯୋଗ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri