Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଜାପାନକୁ ୩ୟ ସ୍ଥାନ

ଭୁବନେଶ୍ୱର, ୧୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଜାପାନ ତୃତୀୟ ସ୍ଥାନ ହାସଲ କରିଛି। ଶେଷ ମୁହୂର୍ତ୍ତରେ କେନ୍‌ତା ତନକାଙ୍କ ଡବଲ ଗୋଲ ବଳରେ ଜାପାନ ଶନିବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଆମେରିକାକୁ ୪-୨ ଗୋଲରେ ପରାସ୍ତ କରିଛି। ଫଳରେ ୪ର୍ଥ ସ୍ଥାନରେ ରହି ଆମେରିକା ଅଭିଯାନ ଶେଷ କରିଛି। ପରାଜିତ ହୋଇଥିଲେ ହେଁ ଏକ ଡଜନେରୁ ଊର୍ଦ୍ଧ୍ୱ ଗୋଲ ସେଭ୍‌ କରିଥିବା ଆମେରିକା ଗୋଲକିପର ଡାନିଏଲ ୱିସଲିଙ୍ଗ୍‌ ମ୍ୟାନ୍‌ ଅପ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ପଦ୍ମଶ୍ରୀ ଦିଲୀପ ତିର୍କୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାାନ କରିଥିଲେ।
ପରାଜିତ ଦଳ ମଧ୍ୟରେ ଏହି ଫ୍ଲେସିଂ ମ୍ୟାଚ ଆରମ୍ଭରୁ ବେଶ୍‌ ରୋଚକ ହୋଇଥିଲା। ମ୍ୟାଚ ଆରମ୍ଭ ହେବାକ୍ଷଣି ଆକ୍ରମଣ ଆରମ୍ଭ କରିଥିଲା ଆମେରିକା। ଜାପାନ ମଧ୍ୟ ଏହାର ଦୃଢ଼ ଜବାବ ଦେଇଥିଲା। ମାତ୍ର ଗୋଲ ସ୍କୋରିଂ ଖାତା ପ୍ରଥମେ ଆମେରିକା ଆରମ୍ଭ କରିଥିଲା। ମ୍ୟାଚର ୧୦ମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଆକି କେପଲର। ମାତ୍ର ଦଳର ଖେଳାଳିମାନେ ଖୁସି ମନାଇବା ପୂର୍ବରୁ ୧୧ତମ ମିନିଟରେ ଜାପାନକୁ ଏକ ପେନାଲ୍ଟି କର୍ନର ମିଳି ଯାଇଥିଲା। କାଜୁମା ମୁରାତା ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚ ସମାନ ସ୍ତରକୁ ଚାଲି ଆସିଥିଲା। ଏହାକୁ ଛାଡ଼ିଦେଲେ ପ୍ରଥମ କ୍ବାର୍ଟରେ ଜାପାନ ୩ଟି ଏବଂ ଆମେରିକା ୨ଟି ପେନାଲ୍ଟି କର୍ନର ସୁଯୋଗ ପାଇଥିଲେ ହେଁ ତାହାର ସଦୁପଯୋଗ କରିପାରି ନ ଥିଲେ। ଦ୍ୱିତୀୟ କ୍ବାର୍ଟରରେ ଅଗ୍ରଣୀ ନେବାପାଇଁ ଆକ୍ରମଣକୁ ଜୋରଦାର କରିଥିଲା ଜାପାନ। ଉଭୟ ଦଳ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ମଧ୍ୟ ପାଇଥିଲେ। ମାତ୍ର ତାହା ବେକାର ଯାଇଥିଲା। ୨୨ତମ ମିନିଟରେ ଆମେରିକା ଗୋଲକିପର ଡାନିଏଲ ୱିସଲିଙ୍କ୍‌ଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଜାପାନକୁ ପେନାଲ୍ଟି ଷ୍ଟ୍ରୋକ୍‌ ଦିଆ ଯାଇଥିଲା। ମାତ୍ର ହିରୋତକା ଜେଣ୍ଡାନା ଏହାକୁ ଗୋଲପୋଷ୍ଟ ବାହାରକୁ ମାରି କୋଚ୍‌ ତାକାହିରୋ ୟାମାବୋରିଙ୍କୁ ନିରାଶ କରିଥିଲା। ତେବେ ଆମେରିକା ଖେଳାଳିଙ୍କ କ୍ରମାଗତ ଭୁଲ ଯୋଗୁ ୨୫ତମ ମିନିଟରେ ଜାପାନକୁ ଆଉ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏଥର ଭୁଲ କରି ନ ଥିଲେ ୟୋଶିକି କିରିଶିତା। ତାଙ୍କ ଗୋଲ ବଳରେ ଜାପାନ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୧ ଗୋଲରେ ଅଗ୍ରଣୀ ହୋଇ ଯାଇଥିଲା।
କ୍ବାର୍ଟରରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଜାପାନ ୩ଟି ପେନାଲ୍ଟି କର୍ନର ପାଇଥିଲା, ମାତ୍ର ସବୁ ମିସ୍‌ ହୋଇଥିଲା। ଅନ୍ତିମ କ୍ବାର୍ଟରରେ ଅପେକ୍ଷାକୃତ ପ୍ରଭାବୀ ପ୍ରଦର୍ଶନ କରିଥିଲା ଜାପାନ। ହେଲେ ଆମେରିକା ମଧ୍ୟ ଏହାର ଜବାବ ଦେଇଥିଲା। ଶେଷ ୨ ମିନିଟରେ ଅସଲ ଖେଳ ହୋଇଥିଲା। ମ୍ୟାଚ ଜାପାନ ସପକ୍ଷରେ ଶେଷ ହେବାକୁ ଯାଉଥିବାବେଳେ ଖେଳ ସରିବାକୁ ୧ ମିନିଟ ଥିବାବେଳେ ଆମେରିକାକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ୫୯ତମ ମିନିଟରେ ଆକି କେପଲର ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚରେ ରୋମାଞ୍ଚ ଭରି ଯାଇଥିଲା। ପ୍ରଥମଥରପାଇଁ ଶୁଟ୍‌ଆଉଟରେ ଖେଳ ମୀମାଂସା ହେବା ସମ୍ଭବନା ସୃଷ୍ଟି ହୋଇଥିଲା। ମାତ୍ର ଖେଳ ଏତିକିରେ ସରି ନ ଥିଲା। ୬୦ତମ ମିନିଟରେ୯ ନମ୍ବର ଜର୍ସି ପରିହିତ କେନ୍‌ତା ତନକା ଏକ ଫିଲ୍ଡ ଗୋଲ ଦେଇ ଜାପାନକୁ ଅଗ୍ରଣୀ କରାଇଥିଲେ। ମ୍ୟାଚ ସରିବାକୁ ୩୦ ସେକେଣ୍ଡ ଥିବାବେଳେ ତନକା ଆଉ ଏକ ଗୋଲ ଦେଇ ଜାପାନ ବିଜୟ ପକ୍କା କରିଥିଲେ। ଆମେରିକା ନିକଟରେ ପ୍ରତ୍ୟାବର୍ତ୍ତନ ପାଇଁ ଆଉ ସୁଯୋଗ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ ଜିତିବା ପରେ ଶୁବମନଙ୍କ ପାଇଁ କୋହଲି କଲେ ଏମିତି କିଛି, ଜିତିନେଲେ ସମସ୍ତଙ୍କ ମନ; ଭାଇରାଲ ଭିଡିଓ ଦେଖିଲେ…

ବର୍ମିଂହାମ,୧୫।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଚମତ୍କାର ବିଜୟ ପରେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ…

ଇଂଲଣ୍ଡରୁ ପରାସ୍ତ କରିବା ପରେ ବଡ଼ କଥା କହିଲେ ଶୁବମନ ଗିଲ୍‌

ବର୍ମିଂହାମ,୧୫।୭: ପ୍ରଥମ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୬ ଉଇକେଟରେ ବିଜୟ ହାସଲ କରିଛି। ଭାରତୀୟ ଅଧିନାୟକ ଶୁବମନ ଗିଲ ମଧ୍ୟକ୍ରମ ବ୍ୟାଟସମ୍ୟାନମାନଙ୍କୁ ପ୍ରଶଂସା କରି କହିଛନ୍ତି, ଚାପ…

ଶେଷରେ ବିଜୟ ସ୍ବାଦ ଚାଖିଲା ଭାରତ: ଇଂଲଣ୍ଡକୁ କଲା ଧରାଶାୟୀ

ବର୍ମିଂହାମ୍‌,୧୫ା୭: ଚଳିତ ଇଂଲଣ୍ଡ ଟୁର୍‌ରେ ଲଗାତର ୪ ପରାଜୟ ପରେ ମଙ୍ଗଳବାର ଭାରତୀୟ ଦଳ ତା’ର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ…

ଫିଫା ବିଶ୍ୱକପ୍‌: ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ସ୍ପେନ୍‌

ଆର୍ଲିଂଟନ,୧୫ା୭:୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନ ୧୬ ବର୍ଷର ବ୍ୟବଧାନ ପରେ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଚଳିତ ଫିଫା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ସ୍ପେନ ୨-୦ ଗୋଲରେ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri