Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଭାରତ-ଜାପାନ ସେମିଫାଇନାଲ

ଭୁବନେଶ୍ୱର, ୧୩।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ସେମିଫାଇନାଲରେ ଏସୀୟ ଚାମ୍ପିୟନ ଜାପାନକୁ ଭେଟିବ। ବୁଧବାର ଅନୁଷ୍ଠିତ ପ୍ରଥମ କ୍ରସ୍‌ ଓଭର ମ୍ୟାଚ୍‌ ପରେ ଏହା ସ୍ପଷ୍ଟ ହୋଇଛି। ଏହି ମ୍ୟାଚରେ ଜାପାନ ୬-୨ ଗୋଲରେ ପୋଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଆଗାମୀ ୧୪ରେ ସେମିଫାଇନାଲ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ପୋଲାଣ୍ଡ ସେହିଦିନ ୫ମ ସ୍ଥାନ ପାଇଁ ପ୍ଲେସିଂ ମ୍ୟାଚ ଖେଳିବ। ପୂର୍ବରୁ ଭାରତ ଗ୍ରୁପ ପର୍ଯ୍ୟାୟରେ ସମସ୍ତ ୩ଟି ଯାକ ମ୍ୟାଚ ଜିତି ୯ ପଏଣ୍ଟ ସହ ପୁଲ୍‌‘ଏ’ରୁ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିଥିଲା।
ଜାପାନ ବିପକ୍ଷରେ ପୋଲାଣ୍ଡ ଭଲ ଆରମ୍ଭ କରିଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଦଳ ୭ମ ମିନିଟରେ ଏକ ଗୋଲ ଦେଇ ପ୍ରତିପକ୍ଷ ଜାପାନ ଉପରେ ଚାପ ପ୍ରୟୋଗ କରିଥିଲା। ମିକୋଲାଜ୍‌ ଗୁମ୍‌ନି ଏହି ଫିଲ୍ଡ ଗୋଲଟି ଦେଇଥିଲେ। ପ୍ରଥମ କ୍ବାର୍ଟରରେ ଅଗ୍ରଣୀ ରହିବାପରେ ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ମଧ୍ୟ ପୋଲାଣ୍ଡର ପ୍ରଭାବୀ ପ୍ରଦର୍ଶନ ଜାରି ରହିଥିଲା। ମାତ୍ର ଗୋଲ ପରିଶୋଧ ଚକ୍କରରେ ଥିବା ଜାପାନ ସୁଯୋଗ ଅପେକ୍ଷାରେ ଥିଲା। ୨୦ତମ ମିନିଟରେ ମିିଳିଥିବା ପେନାଲ୍ଟି କର୍ନରକୁ ଜାପାନର ଶୋତା ୟାମାଦା ଗୋଲରେ ପରିଣତ କରିବାରୁ ମ୍ୟାଚ ୧-୧ ସମାନ ସ୍ତରକୁ ଚାଲି ଆସିଥିଲା। ୨ ମିନିଟ ଅନ୍ତରରେ ଜାପାନ ଲଗାତର ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ହିରୋତକା ଜେଣ୍ଡାନା ଏହାକୁ ଗୋଲରେ ପରିଣତ କରିବାରୁ ଜାପାନ ୨-୧ରେ ଅଗ୍ରଣୀ ନେଇ ଯାଇଥିଲା। ମାତ୍ର ୨୬ତମ ମିନିଟରେ ପୋଲାଣ୍ଡର ମାଟେଉଜ୍‌ ହୁଲବୋଜ ଫିଲ୍ଡ ଗୋଲ ସ୍କୋର କରିିବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ମ୍ୟାଚ ୨-୨ ସ୍ଥିତିକୁ ଚାଲିଆସିଥିଲା।
କିନ୍ତୁ ଭିନ୍ନ ଖେଳ ଦେଖାଇଥିଲା ଜାପାନ। ତୃତୀୟ କ୍ବାର୍ଟର ଆରମ୍ଭରେ ଅର୍ଥାତ୍‌ ୩୪ତମ ମିନିଟରେ ପେନାଲ୍ଟି କର୍ନରରୁ କେନ୍‌ତା ତନକା ଏବଂ ୩୬ତମ ମିନିଟରେ କୋଜି ୟାମାସାକି ଗୋଲ ଦେବାରୁ ଜାପାନ ୪-୨ରେ ଅଗ୍ରଣୀ ଲାଭ କରିଥିଲା। ଏହି ୨ ଗୋଲ ବରଣ ପରେ ଚାପକୁ ଚାଲି ଆସିଥିଲା ପୋଲାଣ୍ଡ। ଫଳରେ ଖେଳର ଅବଶିଷ୍ଟ ସମୟରେ ଦଳ ସ୍ବାଭାବିକ ପ୍ରଦର୍ଶନ କରିପାରି ନ ଥିଲା। ଏହାର ସୁଯୋଗ ନେଇ ୪ର୍ଥ କ୍ବାର୍ଟରରେ ଅର୍ଥାତ୍‌ ମ୍ୟାଚର ୪୭ତମ ମିନିଟରେ କେନ୍‌ଜି କିତାଜାତୋ ଏକ ଫିଲ୍ଡ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ପୋଲାଣ୍ଡର ଦୁର୍ଦ୍ଦଶା ଏତିକିରେ ସରି ନ ଥିଲା। ମ୍ୟାଚ ସରିବାର ଅଳ୍ପକିଛି କ୍ଷଣ ପୂର୍ବରୁ ୬୦ତମ ମିନିଟରେ କୋଜି ବ୍ୟକ୍ତିଗତ ଏବଂ ଦଳ ପକ୍ଷରୁୁ ୬ଷ୍ଠ ଗୋଲଟି ସ୍କୋର କରିଥିଲେ। ମ୍ୟାଚ ଆରମ୍ଭରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ କ୍ରିକେଟର ଦେବାଶିଷ ମହାନ୍ତି ଅତିଥିଭାବେ ଯୋଗଦେଇ ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଆକର୍ଷଣୀୟ ପ୍ରଦର୍ଶନ ପାଇଁ ଜାପାନର କାଜୁମା ମୁରାତା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri