Posted inଖେଳ

ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ: ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୧୯।୯(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଅନୁଷ୍ଠିତ ହେବ। ଏହାର ମହିଳା ବିଭାଗରେ ଭାରତ ଓ ଆମେରିକା ଏବଂ ପୁରୁଷରେ ଭାରତ ଓ ରୁଷିଆ ମଧ୍ୟରେ ମୁକାବିଲା ହେବ। ଏହି ୨ ମ୍ୟାଚରେ ଭଲ ପ୍ରଦର୍ଶନ କରି ଭାରତୀୟ ମହିଳା ଓ ପୁରୁଷ ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ରହିଛି। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ ଓ ହକି ଇଣ୍ଡିଆ ପକ୍ଷରୁ ବୁଧବାରଠାରୁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଟିକେଟ https://in.ticketgenie.in/Tickets/FIH-Hockey-Olympic-Qualifiers-Odisha ରେ ଉପଲବ୍ଧ। ଅଲିମ୍ପିକ୍‌ କ୍ୱାଲିଫାୟର୍ସ ପାଇଁ ସାଉଥ୍‌ ଓ ନର୍ଥ ଷ୍ଟାଣ୍ଡର ମୂଲ୍ୟ ୨୦୦ଟଙ୍କା ଲେଖାଏ ଏବଂ ଇଷ୍ଟ ଷ୍ଟାଣ୍ଡର ମୂଲ୍ୟ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଓ୍ବେଷ୍ଟଷ୍ଟାଣ୍ଡ ଗ୍ୟାଲେରୀର ମୂଲ୍ୟ ବର୍ତ୍ତମାନ ଉପଲବ୍ଧ ନାହିଁ ବୋଲି ଦର୍ଶା ଯାଉଛି।
ଭାରତୀୟ ପୁରୁଷ ଦଳ ସମ୍ପ୍ରତି ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫ମ ସ୍ଥାନରେ ଥିବାବେଳେ ରୁଷିଆ ୨୨ତମ ସ୍ଥାନରେ ରହିଛି। ସେହିପରି ଭାରତୀୟ ମହିଳା ଦଳ ୯ମ ସ୍ଥାନରେ ଥିବାସ୍ଥଳେ ପ୍ରତିଦ୍ୱନ୍ଦ୍ୱୀ ଆମେରିକା ୧୩ତମ ସ୍ଥାନରେ ଅଛି। ୨ଟି ମ୍ୟାଚର ଗୋଲ ସ୍କୋର ଭିତ୍ତିରେ ବିଜେତା ନିର୍ଣ୍ଣିତ ହେବ ଏବଂ ସେହି ଦଳ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ। ଦୁଇ ଦିନଯାକ ମ୍ୟାଚ ସମାନ ସମୟରେ ଅନୁଷ୍ଠିତ ହେବ। ମହିଳା ବିଭାଗ ମ୍ୟାଚ ସନ୍ଧ୍ୟା ୬ଟା ଏବଂ ପୁରୁଷ ବିଭାଗ ମ୍ୟାଚ ରାତି ୮ଟାରେ ଅନୁଷ୍ଠିତ ହେବ। ଅନ୍‌ଲାଇନ୍‌ ଟିକେଟ ରିଡମ୍ପଶନ ତାରିଖ ପରେ ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି।
ଅନ୍‌ଲାଇନ୍‌ ଟିକେଟ ଶୁଭାରମ୍ଭ ଅବସରରେ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ କହିଲେ ଯେ, ”ଏଫଆଇଏଚ୍‌ ହକି ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଆମ ସିନିୟର ମହିଳା ଓ ପୁରୁଷ ଦଳପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ। ତେଣୁ ଦେଶର କ୍ରୀଡ଼ାପ୍ରେମୀମାନେ ଅନ୍‌ଲାଇନ୍‌ ଟିକେଟ କ୍ରୟ କରି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ରହିବା ସହ ଆମ ଦଳକୁ ଉତ୍ସାହିତ କରିବେ ବୋଲି ମୁଁ ଆଶା କରୁଛି। ଭାରତୀୟ ଦଳକୁ ସ୍ଥାନୀୟ ଦର୍ଶକଙ୍କ ସମର୍ଥନ ଯେ ମିଳିବ ଏଥିରେ ଦ୍ୱିମତ ନାହିଁ। ମାତ୍ର ଅନ୍‌ଲାଇନ୍‌ରେ ଟିକେଟ କ୍ରୟ କରି ଦେଶର ବିଭିନ୍ନ ଭାଗରେ ଥିବା କ୍ରୀଡ଼ାପ୍ରେମୀମାନେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ସମୟରେ କଳିଙ୍ଗ ଷ୍ଟାଡିୟମରେ ଉପଲବ୍ଧ ହେବାନେଇ ଆଶା ରହିଛି“।

ଟିକେଟ ମୂଲ୍ୟ
ନର୍ଥ ଷ୍ଟାଣ୍ଡ: ୨୦୦ ଟଙ୍କା
ସାଉଥ ଷ୍ଟାଣ୍ଡ: ୨୦୦ ଟଙ୍କା
ଇଷ୍ଟ ଷ୍ଟାଣ୍ଡ: ୩୦୦ ଟଙ୍କା

କାର୍ଯ୍ୟସୂଚୀ
ନଭେମ୍ବର ୧(ମହିଳା ବିଭାଗ) ଭାରତ ବନାମ ଆମେରିକା, ସମୟ: ସନ୍ଧ୍ୟା ୬ଟା
ନଭେମ୍ବର ୧(ପୁରୁଷ ବିଭାଗ) ଭାରତ ବନାମ ରୁଷିଆ, ସମୟ: ରାତି ୮ଟା
ନଭେମ୍ବର ୨(ମହିଳା ବିଭାଗ) ଭାରତ ବନାମ ଆମେରିକା, ସମୟ: ସନ୍ଧ୍ୟା ୬ଟା
ନଭେମ୍ବର ୨(ପୁରୁଷ ବିଭାଗ) ଭାରତ ବନାମ ରୁଷିଆ, ସମୟ: ରାତି ୮ଟା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri