ଏନ୍‌ଜେନ କର୍ମଚାରୀଙ୍କ ଆନ୍ଦୋଳନ

ବଇଣ୍ଡା, ୧୮ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ସମସ୍ତ ଏନ୍‌ଜେନ କର୍ମଚାରୀ ସୋମବାର କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଏନ୍‌ଜେନ କାର୍ଯ୍ୟାଳୟଠାରେ ଧାରଣା ଦେଇଥିଲେ। ଏଥିସହ ବଇଣ୍ଡା (ସବ୍‌ଡିଭିଜନ) ଏନ୍‌ଜେନ ଏସ୍‌ଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ ଦାବିପତ୍ରରେ ବାବା ଚମ୍ପେଶ୍ୱର ବିଦ୍ୟୁତ୍‌ ଠିକା କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି ଯେ, ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ୮୦ରୁ ଊର୍ଦ୍ଧ୍ୱ ଲାଇନମ୍ୟାନ, ହେଲପର, ମିଟର ରିଡର ଏନ୍‌ଜେନରେ ୮ ବର୍ଷ ହେଲା କାମ କରିଆସୁଛନ୍ତି। ହେଲେ ଏବେ ସେମାନଙ୍କୁ କାମରେ ନିୟୋଜିତ କରା ନ ଯାଇ ଆଉ ଏକ ଅସ୍ଥାୟୀ ଅଣ ଓଡ଼ିଆ ଠିକାସଂସ୍ଥାର କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯାଉଛି। ତେଣୁ ଦୀର୍ଘ ୮ ବର୍ଷ ହେବ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ଥଇଥାନ କରିବାକୁ ସଂଘ ସଭାପତି ସାରଥୀ ସାହୁ, ସମ୍ପାଦକ ସିକୁନ ନାୟକ, ତରୁଣ ପ୍ରଧାନ, ସୁବଳ ସାହୁ, ରାମକୃଷ୍ଣ ପ୍ରଧାନ, କେଦାର ସାହୁ ପ୍ରମୁଖ ଦାବି କରିଛନ୍ତି। ଏନ୍‌ଜେନ ଏସ୍‌ଡିଓ ବିଭୂ ପ୍ରସାଦ ସ୍ବାଇଁ କହିଛନ୍ତି, ସେସୁକୁ ଅନ୍ୟ ଏକ ସଂସ୍ଥା କିଣି ନେଇଥିବାବେଳେ ଉକ୍ତ କମ୍ପାନୀ ସହ ସେଭଳି କିଛି ଚୁକ୍ତିନାମା କରାଯାଇନାହିଁ। ଦାବିପତ୍ର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri