ଏଥର ରଜରେ..

ଚଳିତବର୍ଷ ରଜରେ ଦୁଇଟି ସିନେମା-‘ତୁ ମୋ ଲଭ୍‌ ଷ୍ଟୋରି-୨’ ଏବଂ ‘ଗୋଲମାଲ୍‌ ଲଭ୍‌’ ପରଦା ଉପରକୁ ଆସୁଛି। ଖାସ୍‌ କଥା ହେଲା ଏହି ଫିଲ୍ମଦ୍ୱୟ ଗୋଟିଏ ବ୍ୟାନର (ତରଙ୍ଗ ସିନେ ପ୍ରଡକ୍ସନ)ରେ ନିର୍ମିତ ହୋଇଛି। ତାପସ ସରଘରିଆଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ତୁ ମୋ ଲଭ୍‌ ଷ୍ଟୋରି’ରେ ସ୍ବରାଜ-ଭୂମିକା ଯୋଡିକୁ ରିପିଟ୍‌ କରାଯାଇଛି। ଲଭ୍‌,ଇମୋଶନକୁ ନେଇ ପ୍ରସ୍ତୁତ ଏହି ସିନେମାରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ପ୍ରେମ ଆନନ୍ଦ। ଏହି ଯୋଡି ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଏହି ବ୍ୟାନରରେ ତଥା ତାପସଙ୍କ ନିର୍ଦ୍ଦେଶନାରେ ପୂର୍ବରୁ ନିର୍ମିତ ହୋଇଥିଲା ଟିନ୍‌ ଏଜ ପ୍ରେମ କାହାଣୀକୁ ଆଧାର କରି ସିନେମା ‘ତୁ ମୋ ଲଭ୍‌ ଷ୍ଟୋରି’। ଏଥିରେ ପୂର୍ବରୁ ଶିଶୁ କଳାକାର ଭାବରେ ଅଭିନୟ କରିଥିବା ସ୍ବରାଜ ବାରିକ ଏବଂ ଭୂମିକା ଦାଶଙ୍କୁ ନାୟକ-ନାୟିକା ଭାବରେ ବ୍ରେକ୍‌ ମିଳିଥିଲା।
ଅନ୍ୟପକ୍ଷରେ ରଜ ମଇଦାନରେ ପୁଣି ଥରେ ଅବତୀର୍ଣ୍ଣ ହେଉଛନ୍ତି ଓଲିଉଡ୍‌ର ଫେଭରାଇଟ୍‌ ଯୋଡି ‘ଅଶୋକ ପତି ଏବଂ ବାବୁସାନ୍‌’। ଫିଲ୍ମଟି ହେଲା ‘ଗୋଲମାଲ ଲଭ୍‌’। କମେଡିର ଫୁଲ୍‌ ତଡକା ଏଥିରେ ଦର୍ଶକ ପାଇବେ ବୋଲି କହନ୍ତି ନିର୍ଦ୍ଦେଶକ। ଏହି ଫିଲ୍ମରେ ବାବୁସାନ୍‌ଙ୍କ ନାୟିକା ସାଜିଛନ୍ତି ତମନ୍ନା। ଏମାନଙ୍କ ବ୍ୟତୀତ ବିଜୟ ମହାନ୍ତି, ଇଲୁ ବାନାର୍ଜୀ, ଶ୍ରୀତମ ଦାସ, ଜୀବନ ପଣ୍ଡା ଏବଂ ନିକଟରେ ପରଲୋକଗତ ହାସ୍ୟ ଅଭିନେତା ସଲିଲ ମିତ୍ର ମଧ୍ୟ ଅଭିନୟ କରିଛନ୍ତି। ସ୍ବର ସଂଯୋଜକ ଅଭିଜିତ ମଜୁମଦାର ମଧ୍ୟ ନିଜ ଗୀତଗୁଡ଼ିକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି।
ଏହି ଫିଲ୍ମ ଦ୍ୱୟ ବ୍ୟତୀତ ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ଏବଂ ପପୁ ପମପମଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଚିରକୁଟ୍‌’ ରିଲିଜ ହେବାର ଯୋଜନା ରହିଛି। ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ନବାଗତ ଯୋଡି ‘ଅରୋଜିତ-ଅନନ୍ୟା’।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri