ଏଥର ରଜରେ..

ଚଳିତବର୍ଷ ରଜରେ ଦୁଇଟି ସିନେମା-‘ତୁ ମୋ ଲଭ୍‌ ଷ୍ଟୋରି-୨’ ଏବଂ ‘ଗୋଲମାଲ୍‌ ଲଭ୍‌’ ପରଦା ଉପରକୁ ଆସୁଛି। ଖାସ୍‌ କଥା ହେଲା ଏହି ଫିଲ୍ମଦ୍ୱୟ ଗୋଟିଏ ବ୍ୟାନର (ତରଙ୍ଗ ସିନେ ପ୍ରଡକ୍ସନ)ରେ ନିର୍ମିତ ହୋଇଛି। ତାପସ ସରଘରିଆଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ତୁ ମୋ ଲଭ୍‌ ଷ୍ଟୋରି’ରେ ସ୍ବରାଜ-ଭୂମିକା ଯୋଡିକୁ ରିପିଟ୍‌ କରାଯାଇଛି। ଲଭ୍‌,ଇମୋଶନକୁ ନେଇ ପ୍ରସ୍ତୁତ ଏହି ସିନେମାରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ପ୍ରେମ ଆନନ୍ଦ। ଏହି ଯୋଡି ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ ଏହି ବ୍ୟାନରରେ ତଥା ତାପସଙ୍କ ନିର୍ଦ୍ଦେଶନାରେ ପୂର୍ବରୁ ନିର୍ମିତ ହୋଇଥିଲା ଟିନ୍‌ ଏଜ ପ୍ରେମ କାହାଣୀକୁ ଆଧାର କରି ସିନେମା ‘ତୁ ମୋ ଲଭ୍‌ ଷ୍ଟୋରି’। ଏଥିରେ ପୂର୍ବରୁ ଶିଶୁ କଳାକାର ଭାବରେ ଅଭିନୟ କରିଥିବା ସ୍ବରାଜ ବାରିକ ଏବଂ ଭୂମିକା ଦାଶଙ୍କୁ ନାୟକ-ନାୟିକା ଭାବରେ ବ୍ରେକ୍‌ ମିଳିଥିଲା।
ଅନ୍ୟପକ୍ଷରେ ରଜ ମଇଦାନରେ ପୁଣି ଥରେ ଅବତୀର୍ଣ୍ଣ ହେଉଛନ୍ତି ଓଲିଉଡ୍‌ର ଫେଭରାଇଟ୍‌ ଯୋଡି ‘ଅଶୋକ ପତି ଏବଂ ବାବୁସାନ୍‌’। ଫିଲ୍ମଟି ହେଲା ‘ଗୋଲମାଲ ଲଭ୍‌’। କମେଡିର ଫୁଲ୍‌ ତଡକା ଏଥିରେ ଦର୍ଶକ ପାଇବେ ବୋଲି କହନ୍ତି ନିର୍ଦ୍ଦେଶକ। ଏହି ଫିଲ୍ମରେ ବାବୁସାନ୍‌ଙ୍କ ନାୟିକା ସାଜିଛନ୍ତି ତମନ୍ନା। ଏମାନଙ୍କ ବ୍ୟତୀତ ବିଜୟ ମହାନ୍ତି, ଇଲୁ ବାନାର୍ଜୀ, ଶ୍ରୀତମ ଦାସ, ଜୀବନ ପଣ୍ଡା ଏବଂ ନିକଟରେ ପରଲୋକଗତ ହାସ୍ୟ ଅଭିନେତା ସଲିଲ ମିତ୍ର ମଧ୍ୟ ଅଭିନୟ କରିଛନ୍ତି। ସ୍ବର ସଂଯୋଜକ ଅଭିଜିତ ମଜୁମଦାର ମଧ୍ୟ ନିଜ ଗୀତଗୁଡ଼ିକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି।
ଏହି ଫିଲ୍ମ ଦ୍ୱୟ ବ୍ୟତୀତ ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ଏବଂ ପପୁ ପମପମଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଚିରକୁଟ୍‌’ ରିଲିଜ ହେବାର ଯୋଜନା ରହିଛି। ଏଥିରେ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି ନବାଗତ ଯୋଡି ‘ଅରୋଜିତ-ଅନନ୍ୟା’।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?