Posted inକଟକ

ଏଟିଏମ୍‌ରେ ନାହିଁ ସାନିଟାଇଜର ବ୍ୟବସ୍ଥା

ନିଶ୍ଚିନ୍ତକୋଇଲି,୨୪।୩(ସ୍ବ.ପ୍ର)- ଭାରତରେ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସାରା ରାଜ୍ୟକୁ ଲକ୍‌ଡାଉନ୍‌ କରିଦିଆଯାଇଛି। ଏହି ସମୟରେ ଜରୁରିକାଳୀନ ସେବା ହିସାବରେ ପରିବା ଦୋକାନ, ଔଷଧ ଦୋକନ, ବ୍ୟାଙ୍କ ଭଳି ଏଟିଏମ୍‌ ସେବା ଚାଲୁ ରଖିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର କଟକ ଜିଲା ନିଶ୍ଚନ୍ତକୋଇଲି ବ୍ଲକର ଅଧିକାଂଶ ଏଟିଏମ୍‌ରେ ସାନିଟାଇଜର ବ୍ୟବସ୍ଥା ନାହିଁ। ଫଳରେ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି। ନିଶ୍ଚିନ୍ତକୋଇଲି ବଜାରରେ ୬ରୁ ଊର୍ଦ୍ଧ୍ୱ ବ୍ୟାଙ୍କ ଏଟିଏମ୍‌ ରହିଛି। ସେହିପରି ବ୍ଲକର କେନ୍ଦୁପାଟଣା, କଟିକଟା, ଶୁକରପଡା,ନେମାଳ ଓ ବିଲହାଟ ଆଦି ବ୍ୟବସାୟିକ ପେଣ୍ଠସ୍ଥଳରେ ଏକାଧିକ ଏଟିଏମ୍‌ ରହିଛି। ଲକ୍‌ଡାଉନ୍‌ ହେବା ପରେ ବାହାର ରାଜ୍ୟ ଓ ବିଦେଶରୁ ଆସିଥିବା ଲୋକେ ରାସ୍ତାକଡ଼ରେ ଥିବା ଏଟିଏମ୍‌ଗୁଡିକୁ ବ୍ୟବହାର କରୁଛନ୍ତି। ଏଥିସହ ସ୍ଥାନୀୟ ଲୋକେ ମଧ୍ୟ ଟଙ୍କା କାରବାର ନିମନ୍ତେ ଏସବୁ ଏଟିଏମ୍‌ ଉପରେ ନିର୍ଭର କରୁଛନ୍ତି। ମାତ୍ର ଅଧିକାଂଶ ଏଟିଏମ୍‌ କାଉଣ୍ଟରଗୁଡ଼ିକରେ ସାନିଟାଇଜର ବ୍ୟବସ୍ଥା ନ ଥିବା ବେଳେ ପୂର୍ବରୁ କାଉଣ୍ଟରଗୁଡିକୁ ଜଗି ରହୁଥିବା ସିକ୍ୟୁରିଟି ଗାର୍ଡମାନଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ଏନେଇ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଲୋକେ ଭୟଭୀତ ହୋଇଯାଇଛନ୍ତି।
ଏ ସମ୍ପର୍କରେ ଏସ୍‌ବିଆଇ କେନ୍ଦୁପାଟଣା ଶାଖା ପରିଚାଳକ ସୁଶାନ୍ତ କୁମାର ସରାପ କୁହନ୍ତି, ଏସବିଆଇ ଏଟିଏମ୍‌କୁ ପରିଚାଳନା କରୁଥିବା ଅଧିକାରୀମାନଙ୍କୁ ଦୈନିକ ପ୍ରତି ଏଟିଏମ୍‌କୁ ସାନିଟାଇଜ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ସାନିଟାଇଜର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିସହ ବ୍ୟାଙ୍କ ଖୋଲା ରହୁଥିବାରୁ ପାଖରେ ଥିବା ଏଟିଏମ୍‌କୁ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

୭.୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ,୨୨ା୪ (କାର୍ତ୍ତିକ ସାହୁ) ଜିଲା ଅବକାରୀ ବିଭାଗ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସତ୍ୟବ୍ରତ ଷ୍ଟାଡିୟମ ନିକଟରୁ ଜଣେ ବ୍ରାଉନସୁଗାର ମାଫିଆକୁ ସୋମବାର ଗିରଫ କରିଛି। ଅଭିଯୁକ୍ତ...

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ

କଟକ,୨୨ା୪: କଟକ ଜିଲା ମାହାଙ୍ଗା ଡବଲ ମର୍ଡର ମାମଲାର ଶୁଣାଣି ସୋମବାର ଶେଷ ହୋଇଛି। ତେବେ ଆଜି ଏହି ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ।...

LLB ଷଷ୍ଠ ସେମିଷ୍ଟର ପେପର୍‌-୧ ପରୀକ୍ଷା ବାତିଲ

କଟକ,୨୨।୪: LLB ଷଷ୍ଠ ସେମିଷ୍ଟରର ପେପର୍‌-୧ ପରୀକ୍ଷା ବାତିଲ ହୋଇଯାଇଛି। ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ ହୋଇଥିବା ଜଣାପଡିଛି। ମଧୁସୂଦନ ଆଇନ...

ଝୁଲି ରହିଛି ୨ ଅଭିନେତାଙ୍କ ଭାଗ୍ୟ

କଟକ,୨୨ା୪(ଶିଳ୍ପା ପ୍ରିୟଦର୍ଶିନୀ):ବିଜେଡି ଛାଡି ଭାଜପାରେ ଅଭିନେତା ଅରିନ୍ଦମ ରାଏ, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସନାୟକ ଓ ଅନୁଭବ ମହାନ୍ତି ଯୋଗଦେଇଛନ୍ତି। ବିଜେଡି ଦଳ ଛାଡିବାରେ ସର୍ବପ୍ରଥମେ...

ବେପାର ମାନ୍ଦା କରୁଛି ତାତି

କଟକ,୨୧ା୪(ଦିବାକର ସାହୁ)ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନ ୧୦ଟା ପରେ ଘରୁ...

୧୫ ବର୍ଷ ପରେ ହାଇକୋର୍ଟରୁ ମହିଳାଙ୍କୁ ମିଳିଲା ନ୍ୟାୟ

କଟକ,୨୦ା୪(କାର୍ତ୍ତିକ ସାହୁ): ଦୀର୍ଘ ୧୫ବର୍ଷ ପରେ ନ୍ୟାୟିକ ଲଢ଼େଇର ଅନ୍ତ ଘଟିଛି। ଅଙ୍ଗନଓ୍ବାଡିି କର୍ମୀ ପଦବୀ ନିମନ୍ତେ ଚୟନ ହେବା ପରେ ନିରାଶ ହୋଇଥିବା ଜଣେ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri