ଏକ ଚେତାବନୀ

ଦେଶର ଗୋଟିଏ ଭାଗରୁ ଆଉ ଏକ ଭାଗକୁ ନିଜ ଘର ଅଭିମୁଖେ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ହୃଦୟବିଦାରକ ଦୃଶ୍ୟ କୋଭିଡ୍‌-୧୯ ମହାମାରୀ ଚାଲିଗଲା ପରେ ଆମ ସମସ୍ତଙ୍କର ମନେ ରହିବ। ସାଧାରଣ ପରିବହନ ବ୍ୟବସ୍ଥା ନଥିବାବେଳେ ଏହି ଦୁର୍ବଳଶ୍ରେଣୀର ଲୋକମାନେ ସେମାନଙ୍କର ଅଳ୍ପ କିଛି ଜିନିଷପତ୍ର ଧରି ହଜାର ହଜାର କିଲୋମିଟର ଚାଲି ଚାଲି ଯାଉଛନ୍ତି। ବିନା ଖାଦ୍ୟ ଓ ସହାୟତାରେ କେତେକ ସାଇକେଲରେ ଯାଉଛନ୍ତି ତ ଆଉ କିଛି ବାଟରେ ପୋଲିସ ନିର୍ଯାତନାର ସାମ୍‌ନା କରୁଛନ୍ତି। ଆଉ କେତେକଙ୍କୁ ଅସହ୍ୟ ଖରାରେ ଆଣ୍ଠେଇ ଆଣ୍ଠେଇ ଯିବା ଲଗି ବାଧ୍ୟ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ମାନବିକତା ଦୃଷ୍ଟିରୁ କରିବା ଉଚିତ ନୁହେଁ। ସେମାନଙ୍କ ବିଷଣ୍ଣ ମୁଖ କୋଭିଡ୍‌-୧୯ ବିପର୍ଯ୍ୟୟର ପରିଦୃଶ୍ୟ ପ୍ରତୀକ। ରାସ୍ତାରେ ପ୍ରବାସୀ ଶମିକମାନେ ମୃତକଙ୍କୁ ଛାଡି ଚାଲିଯାଉଥିବା ଜଣାପଡିଛି। କେତେକଙ୍କ ଉପରେ ଟ୍ରେନ ମାଡିଯିବା କିମ୍ବା ରାସ୍ତାରେ ମରିଯିବା ଖବର ଆସିବାରେ ଲାଗିଛି। ମେ’ ୧ରୁ ଭାରତୀୟ ରେଳ କେବଳ ୧୫୬୫‘ଶ୍ରମିକ ସ୍ପେଶାଲ’ ଟ୍ରେନ ଚଲାଇ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇ ପାରିଛି। ୧୯୪୭ର ଭାରତ-ପାକିସ୍ତାନ ବିଭାଜନ ପରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଏତେ ସଂଖ୍ୟକ ଲୋକ ଯବା କେବେ ବି ଦେଖାଯାଇ ନ ଥିଲା। ଆର୍ଥିକ ଦୃଷ୍ଟିକୋଣରୁ ଭାରତରେ ସମାନତା ଦେଖିବାକୁ ମିଳେନି। ଏଠାରେ ମହାରାଷ୍ଟ୍ର,ଗୁଜରାଟ, ତାମିଲନାଡୁ ଭଳି କେତେକ ରାଜ୍ୟ ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତ ଥିବା ବେଳେ ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟ ଗରିବ। ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଲୋକମାନଙ୍କ ମୁଣ୍ଡପିଛା ଆୟ ପଶ୍ଚିମାଞ୍ଚଳ ରାଜ୍ୟଗୁଡିକ ତୁଳନାରେ ବହୁତ କମ୍‌। ଏଣୁ ଭଲ ଚାକିରି କରିବା ପାଇଁ ବହୁ ସଂଖ୍ୟାରେ ଲୋକ ପଶ୍ଚିମାଞ୍ଚଳ ରାଜ୍ୟଗୁଡିକୁ ଯାଇଥାଆନ୍ତି। କାର୍ଯ୍ୟସ୍ଥଳୀ ନିକଟରେ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଭଳି ମୌଳିକ ସୁବିଧା ନଥିତ୍ବା ବସ୍ତିରେ ସେମାନେ ଏକାଠି ରହନ୍ତି। ଯେତେବେଳେ କୋଭିଡ୍‌-୧୯ ପ୍ରଭାବରେ ଶିଳ୍ପ ଓ କାରଖାନା ବନ୍ଦ ହୋଇଗଲା ସେତେବେଳେ ଏହି ଶ୍ରମିକମାନେ ପ୍ରଥମେ ମହାମାରୀର ଆଘାତ ସହିଲେ। ସେମାନେ ସେମାନଙ୍କ ଚାକିରି ହରାଇଲେ। ସେମାନଙ୍କ ପାଖରେ ଅଳ୍ପ କିଛି ଟଙ୍କା ଥିବାରୁ ଘରକୁ ଆସିବା ଛଡା ସେମାନଙ୍କ ପାଖରେ ଅନ୍ୟ କିଛି ବାଟ ନ ଥିଲା। ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ସେମାନଙ୍କ ରାଜ୍ୟରେ ପହଞ୍ଚି ସାରିଲେଣି, ଅନେକ ଘରେ ପହଞ୍ଚି ପାରିନାହାନ୍ତି, ଲକ୍ଷାଧିକ ମଧ୍ୟ ଫେରିବାକୁ ଅପେକ୍ଷା କରି ରହିଛନ୍ତି।
ଓଡ଼ିଶାରେ ପ୍ରଥମେ ପ୍ରାୟ ୫ ଲକ୍ଷ ଲୋକ ଘରକୁ ଫେରିିବା ଲାଗି ଅନ୍‌ଲାଇନ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ପାଖାପାଖିତ୍ ୨ ଲକ୍ଷ ଲୋକ ଘରକୁ ଫେରିଛନ୍ତି। ଏପରି କି ଆଉ ଯାହା ରହିଲେ ସେମାନେ ଯଦି ଫେରନ୍ତି ସେମାନଙ୍କ ସଂଖ୍ୟା ଜୀବିକା ପାଇଁ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଯାଇଥିବା ମୋଟ ଲୋକସଂଖ୍ୟାର କେବଳ ୩୦ ପ୍ରତିିଶତ ହେବ। ଓଡ଼ିଶାରେ ପ୍ରବାସୀ ଶ୍ରମିକ ସମସ୍ୟା ଏକ ସ୍ଥାନୀୟ ସମସ୍ୟା। ଏପରିକି ରାଜ୍ୟର ପ୍ରତ୍ୟେକ ଜିଲାରୁ ଲୋକମାନେ ବହାରକୁ କାମ କରିବାକୁ ଯାଆନ୍ତି। ବଲାଙ୍ଗୀର, ନୂଆପଡା, ବରଗଡ଼ ଏବଂ ଗଞ୍ଜାମ ଭଳି ଜିଲାଗୁଡ଼ିକରେ ଏହି ଲୋକମାନଙ୍କ ସଂଖ୍ୟା ଢେର ବେଶି। ଏହି ସମସ୍ୟା ସମାଧାନ କରିବା ଲାଗି ରାଜ୍ୟ ସରକାର ଅତୀତରେ ଅନେକ ସ୍ବତନ୍ତ୍ର ପ୍ୟାକେଜ ନେଇ ଆସିଛନ୍ତି। କିନ୍ତୁ ଏହି ସବୁ ପଦକ୍ଷେପ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି। ଯେହେତୁ କରୋନା ଭାଇରସ୍‌ ରହିବ ସେଥିପାଇଁ ମଣିଷ ତା ସହ ରହିବାକୁ ପଡ଼ିବ। ଏଣୁ ଏହି ପରିବର୍ତ୍ତିତ ବାସ୍ତବତାକୁ ଗ୍ରହଣ କରି ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ସବୁଦିନ ପାଇଁ ସମାଧାନ କରିବାକୁ ଏକ ନୀତି ଆଣିବା ସହ ଭିତ୍ତିଭୂମି ଉନ୍ନତି କରିବାର ଆବଶ୍ୟକତା ରହିଛି। ଆଗକୁ ଦୀର୍ଘମିଆଦୀ ନୀତି ଆରମ୍ଭ କରିବାକୁ ହେବ। ଜୀବିକା ଲାଗି ସଂଖ୍ୟାଧିକ ଶ୍ରମିକ ସୁରଟ ଯାଇ ସେଠାରେ ବୟନଶିଳ୍ପ କ୍ଷେତ୍ରରେ କାମ କରୁଛନ୍ତି। ରାଜ୍ୟ ସରକାର ସେଭଳି ସୁବିଧା ଏଠାରେ ମଧ୍ୟ ଆରମ୍ଭ କରିପାରିବେ। ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ମାନୁଫାକଚରି ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧିକ ଶ୍ରମଭିତ୍ତିକ କ୍ଷେତ୍ର ଏବଂ ଏହା ବେରୋଜଗାରୀ ସମସ୍ୟା ସମାଧାନ କରିପାରିବ। ତେବେ ଏଗୁଡ଼ିକ ଅଧିକ ନିବେଶ ଆବଶ୍ୟକ କରେ ନାହିଁି। ବୟନଶିଳ୍ପ ପାଇଁ ଓଡ଼ିଶା ବେଶ୍‌ ଜଣାଶୁଣା। ଏହି ଇଣ୍ଡଷ୍ଟ୍ରିଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ଅଣାଯାଇପାରିଲେ ଏହା ନିବେଶକୁ ମଧ୍ୟ ଆକର୍ଷିତ କରିପାରିବ। ଯଦି ସରକାର ଏହି ସବୁ ଶିଳ୍ପକୁ ସ୍ଥାପନ କରିବା ନିଶ୍ଚିତ କରିବେ ତେବେ ରାଜ୍ୟର ଗ୍ରମାଞ୍ଚଳରୁ ଅଣକୁଶଳୀ ଏବଂ ଅର୍ଦ୍ଧକୁଶଳୀ ଲୋକ ବାହାରକୁ ଯିବା ବନ୍ଦ କରିଦେବେ। ଏଣୁ କୋଭିଡ୍‌ ସଙ୍କଟକୁ ଏକ ସତର୍କଘଣ୍ଟି ବା ଚେତାବନୀ ଭାବେ ଗ୍ରହଣ କରିବାକୁ ପଡ଼ିବ। ସରକାର କୋଇଲା ଓ ଆଇରନ ଇଣ୍ଡଷ୍ଟ୍ରି ପ୍ରତି ଅଧିକ ଗୁରୁତ୍ୱ ନ ଦେଇ ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭଳି ସେକ୍ଟର ଉପରେ ଧ୍ୟାନ ଦେବା ଉଚିତ। ଏହା ବାହାରକୁ ଚାଲିଯାଉଥିବା ଶ୍ରମିକମାନଙ୍କୁ ଏଠାରେ ଲାଭଜନକ ନିଯୁକ୍ତି ପାଇବାକୁ ନିଶ୍ଚିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?