ଏକ ଚେତାବନୀ

ଦେଶର ଗୋଟିଏ ଭାଗରୁ ଆଉ ଏକ ଭାଗକୁ ନିଜ ଘର ଅଭିମୁଖେ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ହୃଦୟବିଦାରକ ଦୃଶ୍ୟ କୋଭିଡ୍‌-୧୯ ମହାମାରୀ ଚାଲିଗଲା ପରେ ଆମ ସମସ୍ତଙ୍କର ମନେ ରହିବ। ସାଧାରଣ ପରିବହନ ବ୍ୟବସ୍ଥା ନଥିବାବେଳେ ଏହି ଦୁର୍ବଳଶ୍ରେଣୀର ଲୋକମାନେ ସେମାନଙ୍କର ଅଳ୍ପ କିଛି ଜିନିଷପତ୍ର ଧରି ହଜାର ହଜାର କିଲୋମିଟର ଚାଲି ଚାଲି ଯାଉଛନ୍ତି। ବିନା ଖାଦ୍ୟ ଓ ସହାୟତାରେ କେତେକ ସାଇକେଲରେ ଯାଉଛନ୍ତି ତ ଆଉ କିଛି ବାଟରେ ପୋଲିସ ନିର୍ଯାତନାର ସାମ୍‌ନା କରୁଛନ୍ତି। ଆଉ କେତେକଙ୍କୁ ଅସହ୍ୟ ଖରାରେ ଆଣ୍ଠେଇ ଆଣ୍ଠେଇ ଯିବା ଲଗି ବାଧ୍ୟ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି, ଯାହା ମାନବିକତା ଦୃଷ୍ଟିରୁ କରିବା ଉଚିତ ନୁହେଁ। ସେମାନଙ୍କ ବିଷଣ୍ଣ ମୁଖ କୋଭିଡ୍‌-୧୯ ବିପର୍ଯ୍ୟୟର ପରିଦୃଶ୍ୟ ପ୍ରତୀକ। ରାସ୍ତାରେ ପ୍ରବାସୀ ଶମିକମାନେ ମୃତକଙ୍କୁ ଛାଡି ଚାଲିଯାଉଥିବା ଜଣାପଡିଛି। କେତେକଙ୍କ ଉପରେ ଟ୍ରେନ ମାଡିଯିବା କିମ୍ବା ରାସ୍ତାରେ ମରିଯିବା ଖବର ଆସିବାରେ ଲାଗିଛି। ମେ’ ୧ରୁ ଭାରତୀୟ ରେଳ କେବଳ ୧୫୬୫‘ଶ୍ରମିକ ସ୍ପେଶାଲ’ ଟ୍ରେନ ଚଲାଇ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇ ପାରିଛି। ୧୯୪୭ର ଭାରତ-ପାକିସ୍ତାନ ବିଭାଜନ ପରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଏତେ ସଂଖ୍ୟକ ଲୋକ ଯବା କେବେ ବି ଦେଖାଯାଇ ନ ଥିଲା। ଆର୍ଥିକ ଦୃଷ୍ଟିକୋଣରୁ ଭାରତରେ ସମାନତା ଦେଖିବାକୁ ମିଳେନି। ଏଠାରେ ମହାରାଷ୍ଟ୍ର,ଗୁଜରାଟ, ତାମିଲନାଡୁ ଭଳି କେତେକ ରାଜ୍ୟ ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତ ଥିବା ବେଳେ ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟ ଗରିବ। ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ଲୋକମାନଙ୍କ ମୁଣ୍ଡପିଛା ଆୟ ପଶ୍ଚିମାଞ୍ଚଳ ରାଜ୍ୟଗୁଡିକ ତୁଳନାରେ ବହୁତ କମ୍‌। ଏଣୁ ଭଲ ଚାକିରି କରିବା ପାଇଁ ବହୁ ସଂଖ୍ୟାରେ ଲୋକ ପଶ୍ଚିମାଞ୍ଚଳ ରାଜ୍ୟଗୁଡିକୁ ଯାଇଥାଆନ୍ତି। କାର୍ଯ୍ୟସ୍ଥଳୀ ନିକଟରେ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଭଳି ମୌଳିକ ସୁବିଧା ନଥିତ୍ବା ବସ୍ତିରେ ସେମାନେ ଏକାଠି ରହନ୍ତି। ଯେତେବେଳେ କୋଭିଡ୍‌-୧୯ ପ୍ରଭାବରେ ଶିଳ୍ପ ଓ କାରଖାନା ବନ୍ଦ ହୋଇଗଲା ସେତେବେଳେ ଏହି ଶ୍ରମିକମାନେ ପ୍ରଥମେ ମହାମାରୀର ଆଘାତ ସହିଲେ। ସେମାନେ ସେମାନଙ୍କ ଚାକିରି ହରାଇଲେ। ସେମାନଙ୍କ ପାଖରେ ଅଳ୍ପ କିଛି ଟଙ୍କା ଥିବାରୁ ଘରକୁ ଆସିବା ଛଡା ସେମାନଙ୍କ ପାଖରେ ଅନ୍ୟ କିଛି ବାଟ ନ ଥିଲା। ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ସେମାନଙ୍କ ରାଜ୍ୟରେ ପହଞ୍ଚି ସାରିଲେଣି, ଅନେକ ଘରେ ପହଞ୍ଚି ପାରିନାହାନ୍ତି, ଲକ୍ଷାଧିକ ମଧ୍ୟ ଫେରିବାକୁ ଅପେକ୍ଷା କରି ରହିଛନ୍ତି।
ଓଡ଼ିଶାରେ ପ୍ରଥମେ ପ୍ରାୟ ୫ ଲକ୍ଷ ଲୋକ ଘରକୁ ଫେରିିବା ଲାଗି ଅନ୍‌ଲାଇନ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ପାଖାପାଖିତ୍ ୨ ଲକ୍ଷ ଲୋକ ଘରକୁ ଫେରିଛନ୍ତି। ଏପରି କି ଆଉ ଯାହା ରହିଲେ ସେମାନେ ଯଦି ଫେରନ୍ତି ସେମାନଙ୍କ ସଂଖ୍ୟା ଜୀବିକା ପାଇଁ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଯାଇଥିବା ମୋଟ ଲୋକସଂଖ୍ୟାର କେବଳ ୩୦ ପ୍ରତିିଶତ ହେବ। ଓଡ଼ିଶାରେ ପ୍ରବାସୀ ଶ୍ରମିକ ସମସ୍ୟା ଏକ ସ୍ଥାନୀୟ ସମସ୍ୟା। ଏପରିକି ରାଜ୍ୟର ପ୍ରତ୍ୟେକ ଜିଲାରୁ ଲୋକମାନେ ବହାରକୁ କାମ କରିବାକୁ ଯାଆନ୍ତି। ବଲାଙ୍ଗୀର, ନୂଆପଡା, ବରଗଡ଼ ଏବଂ ଗଞ୍ଜାମ ଭଳି ଜିଲାଗୁଡ଼ିକରେ ଏହି ଲୋକମାନଙ୍କ ସଂଖ୍ୟା ଢେର ବେଶି। ଏହି ସମସ୍ୟା ସମାଧାନ କରିବା ଲାଗି ରାଜ୍ୟ ସରକାର ଅତୀତରେ ଅନେକ ସ୍ବତନ୍ତ୍ର ପ୍ୟାକେଜ ନେଇ ଆସିଛନ୍ତି। କିନ୍ତୁ ଏହି ସବୁ ପଦକ୍ଷେପ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି। ଯେହେତୁ କରୋନା ଭାଇରସ୍‌ ରହିବ ସେଥିପାଇଁ ମଣିଷ ତା ସହ ରହିବାକୁ ପଡ଼ିବ। ଏଣୁ ଏହି ପରିବର୍ତ୍ତିତ ବାସ୍ତବତାକୁ ଗ୍ରହଣ କରି ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ସବୁଦିନ ପାଇଁ ସମାଧାନ କରିବାକୁ ଏକ ନୀତି ଆଣିବା ସହ ଭିତ୍ତିଭୂମି ଉନ୍ନତି କରିବାର ଆବଶ୍ୟକତା ରହିଛି। ଆଗକୁ ଦୀର୍ଘମିଆଦୀ ନୀତି ଆରମ୍ଭ କରିବାକୁ ହେବ। ଜୀବିକା ଲାଗି ସଂଖ୍ୟାଧିକ ଶ୍ରମିକ ସୁରଟ ଯାଇ ସେଠାରେ ବୟନଶିଳ୍ପ କ୍ଷେତ୍ରରେ କାମ କରୁଛନ୍ତି। ରାଜ୍ୟ ସରକାର ସେଭଳି ସୁବିଧା ଏଠାରେ ମଧ୍ୟ ଆରମ୍ଭ କରିପାରିବେ। ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ମାନୁଫାକଚରି ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧିକ ଶ୍ରମଭିତ୍ତିକ କ୍ଷେତ୍ର ଏବଂ ଏହା ବେରୋଜଗାରୀ ସମସ୍ୟା ସମାଧାନ କରିପାରିବ। ତେବେ ଏଗୁଡ଼ିକ ଅଧିକ ନିବେଶ ଆବଶ୍ୟକ କରେ ନାହିଁି। ବୟନଶିଳ୍ପ ପାଇଁ ଓଡ଼ିଶା ବେଶ୍‌ ଜଣାଶୁଣା। ଏହି ଇଣ୍ଡଷ୍ଟ୍ରିଗୁଡ଼ିକର ଭିତ୍ତିଭୂମିରେ ଉନ୍ନତି ଅଣାଯାଇପାରିଲେ ଏହା ନିବେଶକୁ ମଧ୍ୟ ଆକର୍ଷିତ କରିପାରିବ। ଯଦି ସରକାର ଏହି ସବୁ ଶିଳ୍ପକୁ ସ୍ଥାପନ କରିବା ନିଶ୍ଚିତ କରିବେ ତେବେ ରାଜ୍ୟର ଗ୍ରମାଞ୍ଚଳରୁ ଅଣକୁଶଳୀ ଏବଂ ଅର୍ଦ୍ଧକୁଶଳୀ ଲୋକ ବାହାରକୁ ଯିବା ବନ୍ଦ କରିଦେବେ। ଏଣୁ କୋଭିଡ୍‌ ସଙ୍କଟକୁ ଏକ ସତର୍କଘଣ୍ଟି ବା ଚେତାବନୀ ଭାବେ ଗ୍ରହଣ କରିବାକୁ ପଡ଼ିବ। ସରକାର କୋଇଲା ଓ ଆଇରନ ଇଣ୍ଡଷ୍ଟ୍ରି ପ୍ରତି ଅଧିକ ଗୁରୁତ୍ୱ ନ ଦେଇ ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭଳି ସେକ୍ଟର ଉପରେ ଧ୍ୟାନ ଦେବା ଉଚିତ। ଏହା ବାହାରକୁ ଚାଲିଯାଉଥିବା ଶ୍ରମିକମାନଙ୍କୁ ଏଠାରେ ଲାଭଜନକ ନିଯୁକ୍ତି ପାଇବାକୁ ନିଶ୍ଚିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

ନୀତିଗତ ତ୍ରୁଟି

ଯଦିଓ ଏବେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର ପ୍ରଭାବ ପଡ଼ିଛି, ଭାରତ ଦୃଷ୍ଟିକୋଣରୁ ଦେଖିଲେ ଯେତେବେଳେ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମ୍‌…

ଏଇ ଭାରତରେ

ଦେବେନ୍ଦ୍ର କୁମାର ୨ ବର୍ଷର ହୋଇଥିବାବେଳେ ତାଙ୍କ କୋଳରେ ୩ଦିନର ଝିଅକୁ ଛାଡ଼ିଦେଇ ମାତାପିତା ଅରପାରିକି ଚାଲିଗଲେ। ଦିଲ୍ଲୀର ଏକ ବସ୍ତିରେ ରହୁଥିବା ଅସହାୟ ଭାଇଭଉଣୀଙ୍କୁ ସମ୍ପର୍କୀୟମାନେ…

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ…

ବିକାଶର ନୂଆ ଠିକଣା

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri