ଏକ୍ସପୋର୍ଟ, ଇମ୍ପୋର୍ଟ କମ୍ପାନୀ ନାଁରେ ୭୫ଲକ୍ଷ ଠକେଇ

ବାଲେଶ୍ୱର ଅଫିସ,୨୪।୭-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡ଼େଲ ଥାନା ଭାସ୍କରଗଞ୍ଜ(ବି) ଅଞ୍ଚଳରେ ଗତ ୯ ତାରିଖରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଖୋଲି ମାତ୍ର ୧୨ଦିନ ଭିତରେ ୭୫ଲକ୍ଷ ଟଙ୍କା ସଂଗ୍ରହ କରି ପଳାଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗଳବାର ରାତି ୯ଟା ବେଳେ ୨୫ରୁ ଊର୍ଦ୍ଧ୍ୱ ଯୁବତୀ ଯୁବକ ସହଦେବଖୁଣ୍ଟା ଥାନାକୁ ଆସି ଅଭିଯୋଗ କରିଛନ୍ତି।
ଉକ୍ତ ଅଞ୍ଚଳରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଗତ ୯ ତାରିଖରେ ଖୋଲାଯାଇଥିଲା। ଖବରକାଗଜ ବିଜ୍ଞାପନ ମାଧ୍ୟମରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଆକର୍ଷଣୀୟ ଦରମାରେ ମାର୍କେଟିଂ ଏଜେଣ୍ଟ ୨୫ଜଣ ଏବଂ ଅଫିସିଆଲ କର୍ମଚାରୀ ଭାବେ ୬ଜଣଙ୍କୁ ନିଯୁକ୍ତି ଦେଇଥିଲେ। ଏଜେଣ୍ଟମାନଙ୍କ ମାଧ୍ୟମରେ ଅର୍ଥ ଲଗାଣକାରୀ ବ୍ୟକ୍ତିମାନଙ୍କଠାରୁ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ସର୍ବନିମ୍ନ ୧୦ହଜାର ଟଙ୍କାଠାରୁ ଅଧିକ ଡିପୋଜିଟ୍‌ କରି ପୂର୍ବାହ୍ନ ସାଢ଼େ ୩ରୁ ୪ଟା ମଧ୍ୟରେ ୨ ପ୍ରତିଶତ ସୁଧ ହାରରେ ସୁଧ ଓ ମୂଳଧନ ଫେରାଉଥିଲେ। ଏହି ସୂତ୍ରରେ ମଙ୍ଗଳବାର ୩୨ଜଣ ଜମାକାରୀଙ୍କଠାରୁ ୭୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଡିପୋଜିଟ୍‌ ହୋଇଥିବାବେଳେ କମ୍ପାନୀର ମୁଖ୍ୟମାନେ ଅଫିସ୍‌ ଛାଡ଼ି ପଳାଇଥିବାର ଜଣାପଡ଼ିଛି। ଅପରାହ୍ନ ୫ଟା ସୁଦ୍ଧା ଟଙ୍କା ନ ପାଇବାରୁ ଏଜେଣ୍ଟ ଏବଂ ଜମାକାରୀମାନେ ଅଫିସ୍‌ ସମ୍ମୁଖରେ ଭିଡ଼ ଜମାଇଥିଲେ। ପରେ ହତାଶ ହୋଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲଗାଣକାରୀ ବବୁଲ କୁମାର ନାୟକ ୮ଦିନ ଧରି ପ୍ରତିଦିନ ୨୦ହଜାର ଟଙ୍କା ଡିପୋଜିଟ୍‌ କରି ସୁଧ ଓ ମୂଳ ଟଙ୍କା ଫେରି ପାଉଥିବା ବେଳେ ମଙ୍ଗଳବାର ତାଙ୍କର ୨୦ହଜାର ଟଙ୍କା ଯାଇଥିବା ଜଣାପଡ଼ିଛି। ସେହିପରି ସାହିନା ବିବି ୧୨ଦିନ ଧରି ଟଙ୍କା ଦାଖଲ କରି ଫେରସ୍ତ ପାଉଥିବା ବେଳେ ଆଜି ତାଙ୍କର ୨୫ହଜାର ଟଙ୍କା ଚାଲି ଯାଇଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?