ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ : ୨୬ ବର୍ଷ ପରେ ହେବ ବିବାହ

କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଭାଗ୍ୟରେ ଯଦି ସେହି ଜଣକ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେ ନାହିଁ। ଏମିତି ଏକ ଘଟଣା ଦୁଇ ଯୁବକ ଯୁବତୀଙ୍କ ସହିତ ହୋଇଛି। ଯିଏ କି, ୨୬ ବର୍ଷ ପରେ ବିବାହବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କିନ୍ତୁ ଏମାନଙ୍କ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଦୁଇଜଣଙ୍କ ଜନ୍ମ ଗୋଟିଏ ଦିନରେ ଆଉ ଗୋଟିଏ ହସ୍ପିଟାଲରେ ହୋଇଥିଲା। ଅଚାନକ ଏକ ପାର୍ଟିରେ ସାକ୍ଷାତ ଆଉ ତା’ ପରେ ବିବାହ କରିବାକୁ ଯାଉଛନ୍ତି। ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟରସ୍ଥିତ ଏକ ହସ୍ପିଟାଲରେ ସୋନା ଗ୍ରେସ ଏବଂ ଟ୍ରମ ମୈଗାୟରଙ୍କ ଜନ୍ମ ୧୯୯୨ ଡିସେମ୍ବର ୨୨ରେ ହୋଇଥିଲା। ଏହି ଦୁଇଜଣ ସେତେବେଳେ କୌଣସି ଚିହ୍ନା ଜଣା ନ ଥିଲେ। କିନ୍ତୁ ଭାଗ୍ୟ ଏମାନଙ୍କୁ ଏବେ ଏକାଠି କରିଦେଇଛି। ୨୦୧୦ରେ ଏହି ଦୁଇଜଣଙ୍କର ଏକ ପାର୍ଟିରେ ସାକ୍ଷାତ ହୋଇଥିଲା। ଏହା ପରେ ଟ୍ରମ ସୋନାଙ୍କୁ ଫେସ୍‌ବୁକରେ ଏକ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ଟ୍ରମ ସୋନାଙ୍କୁ ବହୁତ ଭଲ ପାଉଥିଲେ। କିନ୍ତୁ ସୋନା ଟ୍ରମଙ୍କୁ ଜଣେ ଭଲ ସାଙ୍ଗ ଭାବୁଥିଲେ। ଅଚାନକ ସୋନା ଅନୁଭବ କଲେ ଯେ, ସେ ଟ୍ରମଙ୍କୁ ଭଲ ପାଇ ବସିଛନ୍ତି। କିଛିଦିନ କଥାବାର୍ତ୍ତା ପରେ ଦୁଇଜଣ ବିବାହ କରିବାକୁ ନିଷ୍ପତ୍ତି ନେଲେ।  ଏହା ପରେ ଦୁଇଜଣଙ୍କ ଜନ୍ମ ଗୋଟିଏ ଦିନରେ ଆଉ ଗୋଟିଏ ହସ୍ପିଟାଲରେ ହୋଇଥିବା ଜାଣଇବାକୁ ପାଇଥିଲେ। ୨୬ ବର୍ଷ ପରେ ଦୁଇଜଣ ବିବାହ କରିବାକୁ ଯାଉଥିବାରୁ ବହୁ ଖୁସି ଅଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri