Posted inଖେଳ

ଏଏଫ୍‌ସି ଏସିଆନ କପ୍‌: ଆୟୋଜନ ପାଇଁ ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଳୀ,୬।୪(ପି.ଟି.)- ୨୦୨୭ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏସିଆନ କପ୍‌ ଆୟୋଜନ କରିବାକୁ ଭାରତ ବିଡ୍‌ ଦାଖଲ କରିଛି। ଭାରତ ଆନୁଷ୍ଠାନିକ ଭାବେ ବିଡ୍‌ ଦାଖଲ କରିଛି ବୋଲି ରବିବାର ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ତରଫରୁ କୁହାଯାଇଛି। ବିଡ୍‌ ହାସଲ କଲେ ଭାରତ ପ୍ରଥମଥର ପାଇଁ ଏହି ମହାଦେଶୀୟ ଟୁର୍ନାମେଣ୍ଟ ଆୟୋଜନ କରିବ। ଏ ସଂକ୍ରାନ୍ତରେ ବିଡ୍‌ ସମ୍ପର୍କିତ ସବୁ ପ୍ରକାର କାଗଜପତ୍ର ମଧ୍ୟ ଦାଖଲ କରାଯାଇଛି। ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଆମେ ଏଏଫ୍‌ସି ନିକଟରେ ଆମର ଇଚ୍ଛା ସମ୍ପର୍କରେ ଅବଗତ କରାଇଛୁ ବୋଲି ଏଆଇଏଫ୍‌ଏଫ୍‌ ସମ୍ପାଦକ କୁଶଲ ଦାସ କହିଛନ୍ତି।
ଉଲ୍ଲେଖଥାଉ କି, କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଏଏଫ୍‌ସି ବିଡ୍‌ ଦାଖଲର ଶେଷ ତାରିଖକୁ ମାର୍ଚ୍ଚ ୩୧ରୁ ଜୁନ୍‌ ୩୦ ତାରିଖକୁ ଅର୍ଥାତ୍‌ ମୋଟ ୩ ମାସ ଘୁଞ୍ଚାଇଥିଲା। ଖୁବ୍‌ଶୀଘ୍ର ଏଏଫ୍‌ସି ଟୁର୍ନାମେଣ୍ଟ ଆୟୋଜକଙ୍କ ସମ୍ପର୍କରେ ଘୋଷଣା କରିବ ବୋଲି ଆଶା କରାଯାଉଛି। ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ୨୦୧୯ ସଂସ୍କରଣରେ ଦଳ ସଂଖ୍ୟାକୁ ୨୪କୁ ବୃଦ୍ଧି କରାଯାଇଥିଲା। ଆସନ୍ତାବର୍ଷ ଆୟୋଜକ ଦେଶ ସଂକ୍ରାନ୍ତରେ ଏଏଫ୍‌ସି ଘୋଷଣା କରିବ ବୋଲି ଆଶା କରାଯାଉଛି। ଭାରତକୁ ବାଦ୍‌ ଦେଲେ ସୌଦୀ ଆରବ ୨୦୨୭ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିଡ୍‌ ଦାଖଲ କରିବ ବୋଲି ଘୋଷଣା କରିଛି।
ଉଲ୍ଲେଖଥାଉ କି, ୨୦୨୩ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ ଦୌଡ଼ରେ ଭାରତ ସାମିଲ ହୋଇଥିଲା। ଏଥିରେ ଥାଇଲାଣ୍ଡ, ଇଣ୍ଡୋନେସିଆ ଓ ଦକ୍ଷିଣ କୋରିଆ ସାମିଲ ହୋଇଥିଲେ। ତେବେ ଭାରତ ୨୦୧୮ ଅକ୍ଟୋବରରେ ଏଥିରୁ ଓହରିଯାଇଥିଲା। ପରେ ଥାଇଲାଣ୍ଡ, ଦକ୍ଷିଣ କୋରିଆ ଓହରିଯାଇଥିଲା। ଫଳରେ ଏକମାତ୍ର ଦେଶ ଭାବେ ଚାଇନାକୁ ୨୦୨୩ ଟୁର୍ନାମେଣ୍ଟ ଆୟୋଜନ ଅଧିକାର ମିଳିଥିଲା। ଭାରତରେ ମଧ୍ୟ ୧୭ ବର୍ଷରୁ କମ୍‌ ପୁରୁଷ ବିଶ୍ୱକପ୍‌ ସଫଳତାର ସହ ଆୟୋଜନ କରିଥିଲା। ସେହିପରି ନଭେମ୍ବରରେ ଭାରତ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କୋଭିଡ୍‌-୧୯ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି। ଭାରତ ମଧ୍ୟ ୨୦୨୨ ମହିଳା ଏଏଫ୍‌ସି ଏସିଆନ କପ୍‌ ଆୟୋଜନ କରିବାର ଅଧିକାର ପାଇଛି।
ଭାରତ ଏଏଫ୍‌ସି ଏସିଆନ କପ୍‌ରେ ୪ ଥର ଅଂଶଗ୍ରହଣ କରିଛି ଓ ୧୯୬୪ରେ ରନର୍ସଅପ୍‌ ହୋଇ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ତେବେ ଭାରତ ୧୯୮୪, ୨୦୧୧ ଓ ୨୦୧୯ରେ ଗ୍ରୁପ୍‌ ପର୍ଯ୍ୟାୟ ପାରକରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri