ଏଇ ଭାରତରେ

ଦିବ୍ୟାଙ୍ଗ ବି ଚାଷରେ ପାରଙ୍ଗମ ହୋଇପାରନ୍ତି ଯାହା ପ୍ରମାଣ କରିଛନ୍ତି କର୍ନାଟକର ଜେ. ରାମକୃଷ୍ଣ। ମାଣ୍ଡ୍ୟ ଅଞ୍ଚଳର ରାମକୃଷ୍ଣଙ୍କୁ ୨ ବର୍ଷ ବୟସ ହୋଇଥିବାବେଳେ ସେ ପୋଲିଓ ଆକ୍ରାନ୍ତ ହୋଇଥିଲେ। ପରେ ଶିକ୍ଷା ଲାଭ କରି କର୍ନାଟକ ପ୍ରାଥମିକ ଶିକ୍ଷା ବିଭାଗରେ ସେ ଚାକିରି କରିଥିଲେ। ଚାକିରି ଛାଡି ଛତୁଚାଷକୁ ଗ୍ରହଣ କରିବା ତାଙ୍କ ପାଇଁ ଏକ ଆହ୍ବାନ ଥିଲା। ତେବେ ସେ ସବୁ ବାଧା ଟାଳି ଦେଇ ଛତୁଚାଷରୁ ପ୍ରଚୁର ଲାଭ କରିବା ସହ ବିଭିନ୍ନ ପୁରସ୍କାର ପାଇପାରିଛନ୍ତି। କେବଳ ଏତିକି ନୁହେଁ, ସେ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମସ୍‌ରୁମ ସାଇନ୍ସ ପ୍ରତିଷ୍ଠାନ ଗଢି ଛତୁ ଚାଷୀମାନଙ୍କୁ ଶିକ୍ଷା ଦେଉଛନ୍ତି। ଏଠାରେ ରାମକୃଷ୍ଣ ଶୁଖିଲା ଛତୁ ଗୁଣ୍ଡରୁ ପାମ୍ପଡ଼, ବିସ୍କୁଟ୍‌, ରସମ୍‌ ଗୁଣ୍ଡ ଆଦି ୨୦ଟି ଉପତ୍ାଦ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏହା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଓ ଶ୍ରମ ବିକାଶ ବିଭାଗ ଦ୍ୱାରା ସ୍ବୀକୃତି ଲାଭ କରିଛି। ଏହି ପ୍ରତିଷ୍ଠାନରେ ଛତୁଚାଷ ଲାଗି କିଟ୍‌ ତିଆରି କରାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ମାଣ୍ଡ୍ୟ, ଟୁମାକୁରା, ମହୀଶୂର ଏବଂ ଅନ୍ୟ ଜିଲାରେ ୩୦୦ରୁ ଊର୍ଦ୍ଧ୍ୱ ଚାଷୀ ଏହି ସଂସ୍ଥା ଅଧୀନରେ ଚାଷ ଆରମ୍ଭ କରିଛନ୍ତି। ରାମକୃଷ୍ଣ ତାଙ୍କ ଗାଁ ତଥା ଆଖପାଖ ଗାଁରେ ବି ୩୦୦ ଚାଷୀଙ୍କୁ ଛତୁଚାଷ କରିବା ଲାଗି ସାହାଯ୍ୟ କରୁଛନ୍ତି। ଆସନ୍ତା କିଛି ବର୍ଷ ମଧ୍ୟରେ ଛତୁଚାଷ କୌଶଳକୁ ସେ ୫ ହଜାର ଚାଷୀଙ୍କ ନିକଟରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri