ଏଇ ଭାରତରେ

ଦିବ୍ୟାଙ୍ଗ ବି ଚାଷରେ ପାରଙ୍ଗମ ହୋଇପାରନ୍ତି ଯାହା ପ୍ରମାଣ କରିଛନ୍ତି କର୍ନାଟକର ଜେ. ରାମକୃଷ୍ଣ। ମାଣ୍ଡ୍ୟ ଅଞ୍ଚଳର ରାମକୃଷ୍ଣଙ୍କୁ ୨ ବର୍ଷ ବୟସ ହୋଇଥିବାବେଳେ ସେ ପୋଲିଓ ଆକ୍ରାନ୍ତ ହୋଇଥିଲେ। ପରେ ଶିକ୍ଷା ଲାଭ କରି କର୍ନାଟକ ପ୍ରାଥମିକ ଶିକ୍ଷା ବିଭାଗରେ ସେ ଚାକିରି କରିଥିଲେ। ଚାକିରି ଛାଡି ଛତୁଚାଷକୁ ଗ୍ରହଣ କରିବା ତାଙ୍କ ପାଇଁ ଏକ ଆହ୍ବାନ ଥିଲା। ତେବେ ସେ ସବୁ ବାଧା ଟାଳି ଦେଇ ଛତୁଚାଷରୁ ପ୍ରଚୁର ଲାଭ କରିବା ସହ ବିଭିନ୍ନ ପୁରସ୍କାର ପାଇପାରିଛନ୍ତି। କେବଳ ଏତିକି ନୁହେଁ, ସେ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମସ୍‌ରୁମ ସାଇନ୍ସ ପ୍ରତିଷ୍ଠାନ ଗଢି ଛତୁ ଚାଷୀମାନଙ୍କୁ ଶିକ୍ଷା ଦେଉଛନ୍ତି। ଏଠାରେ ରାମକୃଷ୍ଣ ଶୁଖିଲା ଛତୁ ଗୁଣ୍ଡରୁ ପାମ୍ପଡ଼, ବିସ୍କୁଟ୍‌, ରସମ୍‌ ଗୁଣ୍ଡ ଆଦି ୨୦ଟି ଉପତ୍ାଦ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏହା ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଓ ଶ୍ରମ ବିକାଶ ବିଭାଗ ଦ୍ୱାରା ସ୍ବୀକୃତି ଲାଭ କରିଛି। ଏହି ପ୍ରତିଷ୍ଠାନରେ ଛତୁଚାଷ ଲାଗି କିଟ୍‌ ତିଆରି କରାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ମାଣ୍ଡ୍ୟ, ଟୁମାକୁରା, ମହୀଶୂର ଏବଂ ଅନ୍ୟ ଜିଲାରେ ୩୦୦ରୁ ଊର୍ଦ୍ଧ୍ୱ ଚାଷୀ ଏହି ସଂସ୍ଥା ଅଧୀନରେ ଚାଷ ଆରମ୍ଭ କରିଛନ୍ତି। ରାମକୃଷ୍ଣ ତାଙ୍କ ଗାଁ ତଥା ଆଖପାଖ ଗାଁରେ ବି ୩୦୦ ଚାଷୀଙ୍କୁ ଛତୁଚାଷ କରିବା ଲାଗି ସାହାଯ୍ୟ କରୁଛନ୍ତି। ଆସନ୍ତା କିଛି ବର୍ଷ ମଧ୍ୟରେ ଛତୁଚାଷ କୌଶଳକୁ ସେ ୫ ହଜାର ଚାଷୀଙ୍କ ନିକଟରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri