ତେଲ ଦର ବୃଦ୍ଧିରେ ବିରତି ନାହିଁ

ନୂଆଦିଲ୍ଲୀ,୧୮।୬: ଦେଶରେ ତେଲ ଦର କେବେ ହ୍ରାସ ହେବ ଏହାକୁ ନେଇ ଗ୍ରାହକ ଚିନ୍ତାରେ ପଡିଯାଇଛନ୍ତି। କାରଣ ଗତ ୧୨ ଦିନ ହେଲା ତେଲ ଦର ଲାଗାତର ବୃଦ୍ଧି ପାଇ ଚାଲିଛିି। ଚଳିତ ମାସ ୭ ରୁ ଗୁରୁବାର ପର୍ଯ୍ୟନ୍ତ ଦେଶର ତେଲ ଦର ବଢି ଚାଲିଛି। ଫଳରେ ଗତ ୧୨ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୬.୫୫ ଟଙ୍କା ଏବଂ ଡ଼ିଜେଲ ୭.୧୩ ଟଙ୍କାକୁ ବୃଦ୍ଧି ପାଇଛି। ତୈଳ କମ୍ପାନୀଗୁଡିକର ସୂଚନା ଅନୁସାରେ ୧୮ ତାରିଖରେ ପେଟ୍ରୋଲ ଲିଟର ପିଛା ୫୩ ପଇସା ଏବଂ ଡ଼ିଜେଲ ୬୪ ପଇସା ବଢିଛି। ଗୁରୁବାର ପେଟ୍ରୋଲ ଦର ୭୭.୨୮ଟଙ୍କାରୁ ବୃଦ୍ଧି ପାଇ ୭୭.୮୧ଟଙ୍କା ଏବଂ ଡ଼ିଜେଲ ଦର ୭୫.୭୮ଟଙ୍କାରୁ ବୃଦ୍ଧି ପାଇଁ ୭୬.୪୨ ଟଙ୍କାରେ ପହଞ୍ଚତ୍ଛି। ଗୁରୁବାର ଦିଲ୍ଲୀରେ ତେଲ ଦର ପେଟ୍ରୋଲ ଲିଟର ପିଛା ୭୭.୮୧ଟଙ୍କା ଏବଂ ଡ଼ିଜେଲ ଲିଟର ପିଛା ୭୬.୪୩ରେ ପହଞ୍ଚତ୍ଛି। ସେହିଭଳି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୮.୩୪ଟଙ୍କା ଏବଂ ଡ଼ିଜେଲ ଲିଟର ପିଛା ୭୪.୬୫କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri