ଏଇ ଭାରତରେ

ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ୍‌ ବର୍ଜନ କରିବା ଲାଗି ଆମେ ଉଦ୍ୟମ ଜାରି ରଖିଛୁ। କିନ୍ତୁ ଗୋଟିଏକୁ ଆମେ ଛାଡ଼ିପାରୁନୁ ତାହା ହେଉଛି ପ୍ଲାଷ୍ଟିକ୍‌ ମୁଠା ଝାଡୁ। ଏହି ଝାଡୁ ଅଦରକାରୀ ହୋଇଗଲେ ମୁଠା ସହ ତାହାକୁ ଫିଙ୍ଗି ଦେଉ । ଆକଳନରୁ ଜଣାପଡ଼ିଛି ଯେ, ପ୍ରାୟ ୪୦,୦୦୦ ମେଟ୍ରିକ ଟନ୍‌ ପ୍ଲାଷ୍ଟିିକ୍‌ ଝାଡୁ ମୁଠା ତିଆରି କରିବାରେ ବ୍ୟବହାର କରାଯାଏ ଓ ଶେଷରେ ତାହା ବାହାରେ ପଡି ରହି ପରିବେଶକୁ ପ୍ରଦୂଷିତ କରେ। ଏଭଳି ପ୍ଲାଷ୍ଟିକ୍‌ ବ୍ୟବହାର ଦୂର କରିବା ପାଇଁ ତ୍ରିପୁରାରେ ଅବସ୍ଥାପିତ ୨୦୧୦ ବ୍ୟାଚ୍‌ର ଆଇଏଫ୍‌ଏସ ଅଧିକାରୀ ପ୍ରସାଦ ରାଓ ଏକ ନୂଆ ଉପାୟ ବାହାର କରିଛନ୍ତି, ଯାହାଦ୍ୱାରା ପ୍ଲାଷ୍ଟିକ୍‌ ବ୍ୟବହାର ଦୂର ହେବା ସହ ପରିବେଶକୁ ବି ଉପକାର ହୋଇପାରିବ। ଝାଡୁ ମୁଠା ପାଇଁ ରାଓ ଓ ତାଙ୍କ ସାଥୀମାନେ ପ୍ଲାଷ୍ଟିକ୍‌ ବଦଳରେ ବାଉଁଶ ମୁଠା ଲଗାଉଛନ୍ତି। ଏହି ମୁଠା ହାଲ୍‌କା ଓ ଜଙ୍ଗଲରେ ଶୀଘ୍ର ବଢୁଥିବା ଏକ ପ୍ରକାର ବାଉଁଶରୁ ପ୍ରସ୍ତୁତ କରାଯାଉଛି। ଏହା ଆମ ଦେଶରେ ସହଜରେ ଉପଲବ୍ଧ ଓ ଖର୍ଚ୍ଚ ବି ଅଧିକ ନୁହେଁ। ଲୋକମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ ବୋଲି କହନ୍ତି ରାଓ। ବନ ଧନ ବିକାଶ କାର୍ଯ୍ୟକ୍ରମ ଜରିଆରେ ସେ ଏଭଳି ଝାଡୁ ତିଆରି କରୁଛନ୍ତି। ୭ ମାସ ତଳେ ଆରମ୍ଭ କରିଥିବା ଏହି ଯୋଜନାରେ ପାଖାପାଖି ୧ ହଜାର ଆଦିବାସୀ ପରିବାରକୁ କାମ ଯୋଗାଇ ଦେଇଛନ୍ତି। ଚଳିତ ବର୍ଷ ଏହି ଯୋଜନାରେ ୪ ଲକ୍ଷ ଝାଡୁ ଓ ଆସନ୍ତା ବର୍ଷ ଏହାଠାରୁ ୧୦ ଗୁଣ ଅଧିକ ଝାଡୁ ତିଆରି କରିବାର ଲକ୍ଷ୍ୟ ରଖିଛନ୍ତି । ପ୍ଲାଷ୍ଟିକ ମୁଠା ଝାଡୁ ମୂଲ୍ୟଠାରୁ ଏହା ବହୁତ ଶସ୍ତା ହେବ ବୋଲି କହନ୍ତି ରାଓ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri