ଏଇ ଭାରତରେ

ନଷ୍ଟ ହୋଇଯାଉଥିବା ଜିନିଷକୁ ନୂଆ ଜୀବନ ଦେଇ ପରିବେଶ ପ୍ରଦୂଷଣ ରୋକିବାର ନିଆରା ଚିନ୍ତା କରୁଥିବା ବ୍ୟକ୍ତି କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ପୁଣେର ଧାରା କାବରିୟା ଓ ସୋନାଲି ଫାଡ୍‌କେଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ନିଆରା। ସେମାନେ ପ୍ଲାଷ୍ଟିକ୍‌ ଓ ଜରି ଭଳି ବର୍ଜ୍ୟବସ୍ତୁକୁ ଉପଯୋଗ କରୁନାହାନ୍ତି, ବରଂ ଶିପ୍‌ କଣ୍ଟେନରକୁ ଉପଯୋଗ କରି ନିର୍ମାଣ କ୍ଷେତ୍ରରେ ସୃଷ୍ଟି ହେଉଥିବା ପ୍ରଦୂଷଣ ଦୂର କରିବା ଲାଗି ବାଟ ଦେଖାଇଛନ୍ତି। ପାରମ୍ପରିକ ନିର୍ମାଣ କୌଶଳ ଯୋଗୁ ସୃଷ୍ଟି ହେଉଥିତ୍ତ୍ବା ପ୍ରଦୂଷଣ ଦୂର କରିବା ପାଇଁ ଧାରା ଓ ସୋନାଲି ‘ଷ୍ଟୁଡିଓ ଅଲ୍‌ଟରନେଟିଭ’ ଆରମ୍ଭ କରିଛନ୍ତି। ସେମାନେ ଅପ୍‌ସାଇକ୍ଲିଂ ପ୍ରକ୍ରିୟାରେ ପୁରୁଣା ଶିପ୍‌ କେଣ୍ଟେନରଗୁଡ଼ିକରୁ ବାସୋପଯୋଗୀ ଛୋଟ ଛୋଟ ଘର ନିର୍ମାଣ କରୁଛନ୍ତି। ୩ରୁ ୪ ମାସ ମଧ୍ୟରେ ଛୋଟ ଘରଟିଏ ହୋଇଯାଉଛି। ସେମାନେ ଏହି କାର୍ଯ୍ୟ ୨୦୦୯ରୁ ଆରମ୍ଭ କରିଥିଲେ ବି ଏବେ ଏହା ଲୋକପ୍ରିୟ ହୋଇପାରିଛି। ଧାରା ଇଣ୍ଟେରିୟର ଡିଜାଇନିଂରେ ସ୍ନାତକୋତ୍ତର ଡିଗ୍ରୀ ଓ ସୋନାଲିି ପରିବେଶ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଏବେ ସୁଦ୍ଧା ସେମାନେ ୧୭ଟି ପ୍ରୋଜେକ୍ଟ ହାତକୁ ନେଇ ୪୩ଟି କଣ୍ଟେନରକୁ ଅପ୍‌ସାଇକ୍ଲିଂରେ ଘର, ଅଫିସ ଏପରିକି ସ୍କୁଲ ନିର୍ମାଣ କରିସାରିଛନ୍ତି। ୨୦୧୬ରେ ଦୁଇଟି କଣ୍ଟେନରରୁ ୬୪୦ ବର୍ଗ ଫୁଟର ସ୍କୁଲ ନିର୍ମାଣ କରିବା ଥିଲା ସେମାନଙ୍କର ବଡ଼ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri