ଏଇ ଭାରତରେ

ଗୁଜରାଟର ନର୍ସ କମଲେଶ ପରମାର କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଲାଗି ପଡିଛନ୍ତି । ସେ ଏଥିପାଇଁ ଦିନରାତି ଏକା କରି ଦେଇଛନ୍ତି ।
ସେବାର ପ୍ରତ୍ୟେକ ଦିନ ତାଙ୍କ ପାଇଁ ପ୍ରଥମ ଓ ଶେଷ ବୋଲି ସେ ମନେକରି କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ୍‌ରେ ଶ୍ରୀ ସାୟାଜି ଜେନେରାଲ (ଏସ୍‌.ଏସ୍‌.ଜି) ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ କମଲେଶ ଡାକ୍ତର ଓ ନର୍ସମାନଙ୍କ ସମେତ ୨୦୦ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଛନ୍ତି। ସେ ଓ ତାଙ୍କ ସାଥୀ କର୍ମଚାରୀମାନେ ବସ୍ତିବାସିନ୍ଦାଙ୍କୁ ୨୫,୦୦୦ ମାସ୍କ, ୨୫ଶହ ସାନିଟାଇଜର ଓ ୩୦୦ ରାଶନ କିଟ୍‌ ଯୋଗାଇ ଦେଇସାରିଛନ୍ତି। ୨୦ ବର୍ଷ ଚାକିରି ମଧ୍ୟରେ ସବୁ ବିପର୍ଯ୍ୟୟ ଏପରିକି କଚ୍ଛ ଭୂମିକମ୍ପ ଓ ସୁରଟ୍‌ ମହାବନ୍ୟାରେ ସେ ଲୋକମାନଙ୍କ ସେବା କରିଛନ୍ତି। ସେ କୁହନ୍ତି,ଏହା ଲୋକଙ୍କ ଜୀବନ ବଞ୍ଚାଇବାର ଏକ ସୁଯୋଗ। ୫୨ ବର୍ଷୀୟ କମଲେଶଙ୍କ ଜନ୍ମ ଭଦୋଦରାରେ।
ତାଙ୍କ ମାତା ପିତା ଓ ପରିବାର ସଦସ୍ୟମାନେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ ମେଡିକାଲରେ କିରାଣି ଭାବେ କାର୍ଯ୍ୟ କରନ୍ତି। ଏହାର ପ୍ରଭାବ ତାଙ୍କ ଉପରେ ପିଲାଦିନରୁ ପଡିଥିଲା ଯାହାଦ୍ୱାରା ସେ ଜଣେ ଭଲ ନର୍ସ ହୋଇପାରିଛନ୍ତି। କମଲେଶ ବି.ଏସ୍‌ସି. ପାସ୍‌ କରିବା ପରେ ନର୍ସିଂ ଟ୍ରେନିଂ ନେଇ ଚାକିରିରେ ଯୋଗ ଦେଇଥିଲେ। ଉତ୍ତମ ସେବା ପାଇଁ ୨୦୧୮ରେ ରାଷ୍ଟ୍ରପତିଙ୍କଠାରୁ ସେ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri