ଏଇ ଭାରତରେ

ଗୁଜରାଟର ନର୍ସ କମଲେଶ ପରମାର କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବାରେ ଲାଗି ପଡିଛନ୍ତି । ସେ ଏଥିପାଇଁ ଦିନରାତି ଏକା କରି ଦେଇଛନ୍ତି ।
ସେବାର ପ୍ରତ୍ୟେକ ଦିନ ତାଙ୍କ ପାଇଁ ପ୍ରଥମ ଓ ଶେଷ ବୋଲି ସେ ମନେକରି କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ୍‌ରେ ଶ୍ରୀ ସାୟାଜି ଜେନେରାଲ (ଏସ୍‌.ଏସ୍‌.ଜି) ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ କମଲେଶ ଡାକ୍ତର ଓ ନର୍ସମାନଙ୍କ ସମେତ ୨୦୦ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଖାଦ୍ୟ ମଧ୍ୟ ଯୋଗାଉଛନ୍ତି। ସେ ଓ ତାଙ୍କ ସାଥୀ କର୍ମଚାରୀମାନେ ବସ୍ତିବାସିନ୍ଦାଙ୍କୁ ୨୫,୦୦୦ ମାସ୍କ, ୨୫ଶହ ସାନିଟାଇଜର ଓ ୩୦୦ ରାଶନ କିଟ୍‌ ଯୋଗାଇ ଦେଇସାରିଛନ୍ତି। ୨୦ ବର୍ଷ ଚାକିରି ମଧ୍ୟରେ ସବୁ ବିପର୍ଯ୍ୟୟ ଏପରିକି କଚ୍ଛ ଭୂମିକମ୍ପ ଓ ସୁରଟ୍‌ ମହାବନ୍ୟାରେ ସେ ଲୋକମାନଙ୍କ ସେବା କରିଛନ୍ତି। ସେ କୁହନ୍ତି,ଏହା ଲୋକଙ୍କ ଜୀବନ ବଞ୍ଚାଇବାର ଏକ ସୁଯୋଗ। ୫୨ ବର୍ଷୀୟ କମଲେଶଙ୍କ ଜନ୍ମ ଭଦୋଦରାରେ।
ତାଙ୍କ ମାତା ପିତା ଓ ପରିବାର ସଦସ୍ୟମାନେ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଓ ମେଡିକାଲରେ କିରାଣି ଭାବେ କାର୍ଯ୍ୟ କରନ୍ତି। ଏହାର ପ୍ରଭାବ ତାଙ୍କ ଉପରେ ପିଲାଦିନରୁ ପଡିଥିଲା ଯାହାଦ୍ୱାରା ସେ ଜଣେ ଭଲ ନର୍ସ ହୋଇପାରିଛନ୍ତି। କମଲେଶ ବି.ଏସ୍‌ସି. ପାସ୍‌ କରିବା ପରେ ନର୍ସିଂ ଟ୍ରେନିଂ ନେଇ ଚାକିରିରେ ଯୋଗ ଦେଇଥିଲେ। ଉତ୍ତମ ସେବା ପାଇଁ ୨୦୧୮ରେ ରାଷ୍ଟ୍ରପତିଙ୍କଠାରୁ ସେ ଫ୍ଲୋରେନ୍ସ ନାଇଟଏଙ୍ଗଲ ପୁରସ୍କାର ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri