ଏଇ ଭାରତରେ

ଲକ୍‌ଡାଉନ୍‌ ସମୟରେ ଜଣେ ଅଟୋଚାଳକଙ୍କ ବଦାନ୍ୟତା ଏବେ ଚର୍ଚ୍ଚାରେ ରହିଛି। ମହାରାଷ୍ଟ୍ର ଠାଣେର ପୁରୁଷୋତ୍ତମ ଗୁପ୍ତା ସହରରେ ରହୁଥିବା ଅଟୋଚାଳକ ତଥା ନିର୍ମାଣ ଶ୍ରମିକମାନଙ୍କୁ ମାଗଣାରେ ରାଶନ ବାଣ୍ଟୁଛନ୍ତି। ଅଟୋଚାଳକମାନେ ରୋଜଗାର ହରାଇଥିବାରୁ ସେମାନଙ୍କୁ ସାହାଯ୍ୟ କରିବା ଆବଶ୍ୟକ ବୋଲି କୁହନ୍ତି ଗୁପ୍ତା। ବସ୍ତି ବାସିନ୍ଦାଙ୍କୁ ସେ ଅଧିକ ରାଶନ କିଟ୍‌ ଦେଉଛନ୍ତି। ସେ ‘ସଦ୍‌ଭାବନା ହର-ବାହାର ଫାଉଣ୍ଡେଶନ’ ଏନ୍‌ଜିଓର ସଦସ୍ୟ ରହିଛନ୍ତି। ଏହି ଏନ୍‌ଜିଓର ଅଫିସିଆଲ ଫେସ୍‌ବୁକ ପେଜ୍‌ରେ ଲୋକମାନଙ୍କୁ ଦାନ କରିବା ପାଇଁ ଅନୁରୋଧ କରିବା ପରେ ଲୋକମାନେ ତାଙ୍କୁ ଅର୍ଥ ଦାନ କରୁଛନ୍ତି। ଏହି ଟଙ୍କାରେ ସେ ରାଶନ ସାମଗ୍ରୀ କିଣୁଛନ୍ତିି। ପ୍ରତ୍ୟେକ କିଟ୍‌ରେ ସେ ୪୬୦ ଟଙ୍କା ମୂଲ୍ୟର ଚାଉଳ, ଡାଲି, ଅଟା ଓ ତେଲ ଦେଉଛନ୍ତି। ରାଶନ କିଟ୍‌ ପ୍ରସ୍ତୁତ କରିବାରେ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଲଗାଇଛନ୍ତି। ସେମାନେ ସାମାଜିକ ଦୂରତ୍ୱ ପାଳନ କରି କିଟ୍‌ ପ୍ୟାକ କରୁଛନ୍ତି। ଗୁପ୍ତା ଅଟୋରେ କିଟ୍‌ ନେଇ ଗରିବ ଲୋକଙ୍କ ଘରେ ପହଞ୍ଚାଇ ଦେଉଛନ୍ତି। ଏବେସୁଦ୍ଧା ସେ ୧୫୦ରୁ ଊର୍ଦ୍ଧ୍ୱ ରାଶନ କିଟ୍‌ ବାଣ୍ଟି ସାରିଲେଣି। ଠାଣେରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ଗୁପ୍ତା ସାମିଲ ହୋଇ ବହୁ ଆଖିଦୃଶିଆ କାର୍ଯ୍ୟ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri