ଏଇ ଭାରତରେ

ଜଣେ ରାଜସ୍ବ ସେବା ଅଧିକାରୀ ପ୍ରକୃତିକୁ କେତେ ଭଲ ପାଆନ୍ତି ତାହା ତାଙ୍କ କାର୍ଯ୍ୟରୁ ସ୍ପଷ୍ଟ ହୋଇଛି। ୧୯୮୬ ବ୍ୟାଚ୍‌ର ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌) ଅଧିକାରୀ ପତଞ୍ଜଳି ଝା ନିଜସ୍ବ ଉଦ୍ୟମରେ ଗତ ୨୦ ବର୍ଷ ମଧ୍ୟରେ ୧୦୦ ଏକର ଫୁଡ୍‌ ଫରେଷ୍ଟ ବା ଖାଦ୍ୟ ଯୋଗାଉଥିବା ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ଏହି ଜଙ୍ଗଲରୁ ବିଭିନ୍ନ ପ୍ରକାର ଫଳ, ପରିବା ଉତ୍ପାଦନ ହେଉଛି। ବହୁ କିସମର ଓ୍ୟଷଧୀୟ ବୃକ୍ଷ ବି ରହିଛି ଏହି ଜଙ୍ଗଲରେ। ୧୦୦ ଏକର ମଧ୍ୟରୁ ମଧ୍ୟପ୍ରଦେଶର ଖଲ୍‌ଘାଟରେ ୬୦ ଏକର ଓ ବିହାରର ପୁର୍ନିଆରେ ୪୦ ଏକରର ଜଙ୍ଗଲ ରହିଛି। ପୈତୃକ ଗାଁ ଖଲ୍‌ଘାଟରେ ତାଙ୍କର ୧୦ ଏକର ଜମି ଥିଲା । ୨୦ ବର୍ଷ ତଳେ ସେ ଅନ୍ୟ ୫ ଜଣ କୃଷକଙ୍କ ସହ ମିଶି ମୋଟ ୬୦ ଏକର ଜମି କିଣି ସେଥିରେ ବୃକ୍ଷରୋପଣ କରିଥିଲେ । ଏହି ଜଙ୍ଗଲ ନର୍ମଦା ନଦୀ କୂଳରେ ଶୋଭା ପାଉଛି। ଜଙ୍ଗଲରେ ସଜନା ଗଛ ସହ ବିଭିନ୍ନ ପ୍ରକାର ଲେମ୍ବୁ ଗଛ, ଆମ୍ବ, କଦଳୀ, ଲିଚୁ, ହଳଦୀ,କନ୍ଦମୂଳ, ମାଟିଆଳୁ ଲଗାଇଛନ୍ତି। ଲଙ୍କା ଓ ଘିକୁଆଁରୀ ଚାଷ ମଧ୍ୟ କରାଯାଉଛି। ଜଙ୍ଗଲରେ ମହୁଚାଷ ମଧ୍ୟ କରାଯାଉଛିି। ମହୁଚାଷକୁ ବ୍ୟାପକ କରିବା ପାଇଁ ସେ ‘ବିଜ୍‌ ଆଣ୍ଡ୍‌ ଟ୍ରିଜ୍‌’ ସ୍ଲୋଗାନ୍‌ ଦେଇଛନ୍ତି। ଚାଷ କାର୍ଯ୍ୟରେ ମହିଳାମାନଙ୍କୁ ବି ନିଯୁକ୍ତି ଦେଇଛନ୍ତି। ଝା ଏବେ କର୍ନାଟକ ଓ ଗୋଆର ଆୟକର (ତଦନ୍ତ) ମହା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ରହୁଛନ୍ତି ବେଙ୍ଗାଲୁରୁରେ। ତଥାପି ସେ ଜଙ୍ଗଲକୁ ବୁଲିବାକୁ ଆସୁଛନ୍ତି। ତାଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଖଲ୍‌ଘାଟ ଓ ତା’ ଆଖପାଖ ଅଞ୍ଚଳରେ ପାଖାପାଖି ୪, ୦୦୦ ଏକର ଜମିରେ ଲୋକେ ଜଙ୍ଗଲ ସୃଷ୍ଟି କରିବା ଆରମ୍ଭ କରିଦେଇଛନ୍ତି। ଜଙ୍ଗଲରୁ ଲାଭ ମିଳିବା ସହ ପରିବେଶ ସୁରକ୍ଷା ବି ହୋଇପାରୁଛି ବୋଲି କହନ୍ତି ପତଞ୍ଜଳି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri