ଏଇ ଭାରତରେ

ସେବା ଓ ଭଲ ପାଇବା ବଳରେ ହିଂସ୍ର ଜନ୍ତୁମାନେ ବି ମଣିଷର ବନ୍ଧୁ ପାଲଟିଯାଆନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେରଳର ପାଲାକ୍କଡାସ୍ଥିତ ସାଇଲେଣ୍ଟ୍‌ ଭ୍ୟାଲି ନ୍ୟାଶ୍‌ନାଲ ପାର୍କରେ। ଏହି ଉଷ୍ଣମଣ୍ଡଳୀୟ ଜଙ୍ଗଲରେ ଦୀର୍ଘ ୩୩ ବର୍ଷ ଧରି ରହୁଛନ୍ତି ମ୍ୟାରି। ପିଲାବେଳୁ ସେ ଜଙ୍ଗଲ ସଂରକ୍ଷଣ କାର୍ଯ୍ୟରେ ଲାଗିଛନ୍ତି। ସତୁରି ଦଶକରେ ମ୍ୟାରିଙ୍କ ବାପା ଲେଚିଆପ୍ପାନ ପରିବେଶବିଜ୍ଞାନୀ ଓ ସଂରକ୍ଷକମାନଙ୍କୁ ସାହାଯ୍ୟ କରୁଥିଲେ। ମ୍ୟାରି ୭ ଶ୍ରେଣୀରୁ ପାଠ ଛାଡି ଦେଇ ତାଙ୍କ ବାପାଙ୍କ ସହ ଏହି କାର୍ଯ୍ୟରେ ଯୋଗ ଦେଇଥିଲେ। ୧୬ ବର୍ଷ ବୟସରେ ଜଙ୍ଗଲର ଅସ୍ଥାୟୀ ଜଗୁଆଳି ଭାବେ ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା। ସେ ତାଙ୍କ ବାପାଙ୍କ ସହ ବିଭିନ୍ନ ସ୍ଥାନକୁ ବି ଯାଉଥିଲେ ଓ ବିରଳ ପ୍ରଜାତିର ଜୀବଙ୍କୁ ଠାବ କରିବା ସହ ସେଗୁଡିକର ନାମ ବି ଜାଣୁଥିଲେ। ବର୍ତ୍ତମାନ ସେ ପର୍ଯ୍ୟଟକ, ପରିବେଶବିତ୍‌ ତଥା ଗବେଷକମାନଙ୍କୁ ବିରଳ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦଗୁଡିକୁ ଚିହ୍ନାଇ ପାରୁଛନ୍ତି। ପ୍ରାୟ ୧୩୪ ପ୍ରକାରର ଅର୍ଚିଡ୍‌,ପକ୍ଷୀ ଓ କୀଟମାନଙ୍କ ନାଁ ବି ମନେ ରଖିଛନ୍ତି। ମ୍ୟାରିଙ୍କୁ ବର୍ତ୍ତମାନ ବୟସ ୪୮। ଦୀର୍ଘବର୍ଷ ହେବ ଜଙ୍ଗଲରେ ହିଂସ୍ର ଜୀବଙ୍କ ସହ ତାଙ୍କର ମୁହଁାମୁହିଁ ଭେଟ ହୋଇଛି। କିନ୍ତୁ ତାଙ୍କ ଭଲ ପାଇବା ଆଗରେ ସେମାନଙ୍କ ହିଂସ୍ର ସ୍ବଭାବ ଫିକା ପଡିଯାଏ ବୋଲି କହନ୍ତି ମ୍ୟାରି। ୨୦୧୮ରେ କେରଳର ମହାବନ୍ୟା ସମୟରେ ସେ ଜଙ୍ଗଲରେ ଦୀର୍ଘଦିନ ରହି ପ୍ରାଣୀମାନଙ୍କ ଉପରେ ନଜର ରଖିଥିଲେ। ଅନ୍ୟ ସମୟରେ ସେ ୧୫ ଦିନ କି ମାସରେ ଥରେ ଘରକୁ ଆସନ୍ତି। ଘରେ ସ୍ତ୍ରୀ ଓ ତିନୋଟି ପିଲା ଥିଲେ ବି ଜଙ୍ଗଲକୁ ଭଲ ପାଇଥିବା ଏଇ ମଣିଷଟି ଜଙ୍ଗଲରେ ରହିବାକୁ ପସନ୍ଦ କରିଥାନ୍ତି। ସେ ଜଣେ ପରିବେଶ ସଂରକ୍ଷକ ଭାବେ ଏହି ଜଙ୍ଗଲରେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରି କେରଳ ମୁଖ୍ୟମନ୍ତ୍ରୀଙ୍କଠାରୁ ଫରେଷ୍ଟ ମେଡାଲ ସହ ବହୁ ସମ୍ମାନର ଅଧିକାରୀ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri