ଏଇ ଭାରତରେ

ଝାଡ଼ଖଣ୍ଡ ରାଞ୍ଚି ଅନ୍ତର୍ଗତ କୋଟଓ୍ବାଲି ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ଜଣେ ବାଳକଙ୍କ ଅନ୍ତିମ ସଂସ୍କାର ଶେଷ କରିବା ପରେ ସେ ଜୀବିତ ଥିବା ଜଣାପଡିଛି। କୋଟଓ୍ବାଲି ଥାନା ଅଞ୍ଚଳରେ ଚୌରନ୍ଦିର ୪ ଜଣ ପିଲା କିଛିଦିନ ହେବ ନିଖୋଜ ଥିଲେ। ସେମାନେ ହେଲେ କରଣ, ସୁବିଲ, ପତରସ ଓ ସୁରଜଦୀପ୍‌। ୧୦ ନଭେମ୍ବର ସକାଳେ ଟ୍ରକ୍‌ ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ଓ ସେମାନଙ୍କ ମଧ୍ୟରୁ କରଣଙ୍କୁ ଚିହ୍ନଟ କରାଯିବା ପରେ ଅନ୍ୟ ଜଣଙ୍କୁ ଚିହ୍ନଟ କରାଯାଇପାରି ନ ଥିଲା। କିନ୍ତୁ କରଣ ସହ ପତରସ ସବୁବେଳେ ସାଙ୍ଗ ହୋଇ ରହୁଥିତ୍ବାରୁ ମୃତ ପିଲାଟିକୁ ପତରସ ଭାବି ତା’ ମାତାପିତା ୧୨ ନଭେମ୍ବର ରାତିରେ ତା’ର ଅନ୍ତିମ ସଂସ୍କାର ଶେଷ କରିଥିତ୍ଲେ। ଅନ୍ତିମ ସଂସ୍କାର କରିବାର ଦିନକ ପରେ ଜାଣି ପାରିଥିଲେ ଯେଉଁ ପିଲାର ସେମାନେ ଅନ୍ତିମ ସଂସ୍କାର କରିଛନ୍ତି ସେ ତାଙ୍କ ପୁଅ ନୁହେଁ। ସେ ସୁବିଲ କୁଜୁର। ପତରସ ଓ ସୁବିଲର ବଡ଼ଭାଇ ସୁରଜଦୀପ କୋତବାଲିର ଅପର ବଜାରରେ ଶୋଇଥିତ୍ବା ଅବସ୍ଥାରେ ପାଇ କୋତବାଲି ଥାନା ନଭେମ୍ବର ୯ରେ ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲା। ଏହାପରେ ଚାଇଲ୍ଡ ଲାଇନ ଏହି ଦୁଇଜଣଙ୍କୁ ବାଳାଶ୍ରମରେ ରଖିଥିଲା। ଦୁଇ ପିଲାଙ୍କ ଫଟୋ ଖବରକାଗଜରେ ପ୍ରକାଶ ପାଇବା ପରେ ଏମାନଙ୍କ ଅଭିଭାବକ ଥାନାରେ ପହଞ୍ଚି ଚିହ୍ନିଥିଲେ। ଚାଇଲ୍ଡ ଲାଇନ୍‌ ଯଦି ପୂର୍ବରୁ ଏହି ଖବର ଏମାନଙ୍କ ଅଭିଭାବକଙ୍କୁ ଦେଇଥାନ୍ତା ତେବେ, ବଞ୍ଚିଥିତ୍ବା ପିଲାର ଅନ୍ତିମ ସଂସ୍କାର କରାଯାଇ ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri