Posted inଖେଳ

ଏଆଇଏଫ୍‌ଏଫ୍‌ର ଅନ୍‌ଲାଇନ୍‌ ସେମିନାର

ନୂଆଦିଲ୍ଲୀ,୧୪।୪ (ପି.ଟି.): କୋଭିଡ୍‌-୧୯ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏକ ନୂଆ ପଦକ୍ଷେପ ନେଇଛି। ଏଆଇଏଫ୍‌ଏଫ୍‌ ୩ଟି ଅନ୍‌ଲାଇନ୍‌ ସେମିନାର ଆୟୋଜିତ କରିଛି। କୋଚିଂର କୌଶଳର ଉନ୍ନତି ନେଇ ଏହି ସେମିନାର ଆୟୋଜିତ ହୋଇଥିଲା। କୋଚ୍‌ମାନଙ୍କ କାର୍ଯ୍ୟଦକ୍ଷତା ଉନ୍ନତି ନେଇ ଏହି ସେମିନାରରେ ଦୃଷ୍ଟି ଦିଆଯାଇଥିଲା। ଏଆଇଏଫ୍‌ଏଫ୍‌ କୋଚ୍‌ ଏଜୁକେଶନର ମୁଖ୍ୟ ସାଭିଓ ମାଡେଇରା ଏପ୍ରିଲ ୧, ୩ ଓ ୮ ତାରିଖରେ ଏହି ସେମିନାରର ଆୟୋଜନ କରିଥିଲେ। ସାରା ଦେଶର ୧୪ ପ୍ରଶିକ୍ଷକ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ସେମିନାର ଏପ୍ରିଲ ୧୬ ତାରିଖରେ ଆୟୋଜନ ହେବ। କୋଚ୍‌ମାନେ ଫୁଟବଲ ସହିତ ଜଡିତ ରହିବା ପାଇଁ ଓ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଏପରି ପ୍ରୟାସ କରାଯାଇଥିଲା ବୋଲି ଭାରତୀୟ ଦଳର ସହକାରୀ କୋଚ୍‌ ମାରିଆନୋ ଡିଆସ୍‌ କହିଛନ୍ତି। କୋଚିଂ କୋର୍ସ ନେଇ ମଧ୍ୟ ଏହି ସେମିନାରଗୁଡିକରେ ସବିଶେଷ ଆଲୋଚନା ହୋଇଥିଲା।

ଜି ଲାଇସେନ୍ସ ସାର୍ଟିଫିକେଟ, ଏଆଇଏଫ୍‌ଏଫ୍‌ ଡି ଲାଇସେନ୍ସ, ଏଆଇଏଫ୍‌ଏଫ୍‌ ସି ଲାଇସେନ୍ସ ସାର୍ଟିଫିକେଟ୍‌ କୋର୍ସର ଉନ୍ନତି ପାଇଁ ଏକ କମିଟି ଗଠିତ ହୋଇଛି। ଏଥିରେ ଡିଆସ୍‌ ସାମିଲ ରହିଛନ୍ତି। ଡିଆସ୍‌ଙ୍କ ତତ୍ତ୍ୱାବଧାନରେ ଚର୍ଚ୍ଚିଲ ବ୍ରଦର୍ସ କ୍ଲବ ୨୦୧୨-୧୩ ସେସନରେ ଆଇ-ଲିଗ୍‌ ଟାଇଟଲ ହାସଲ କରିଥିଲା। ଅନ୍‌ଲାଇନ ସେସନ ଆମ ପାଇଁ ବେଶ୍‌ ଉପଯୋଗୀ ହୋଇଛି ବୋଲି ଡିଆସ କହିଛନ୍ତି। ଏହି କମିଟିରେ ସାମିଲ ହୋଇଥିବା ଅନ୍ୟ ବ୍ୟକ୍ତିବିଶେଷମାନେ ହେଲେ ଶକ୍ତି ଚୌହାନ, ଜେଡି ଅଲମେଇଦା, ଶେଖର କେରକର, ଗୌତମ ଘୋଷ, ଜନ୍‌ କେନ୍ନେଥ ରାଜ, କାଲେଟାନୋ ପିନୋ, ବିଜିସ ବେନ, ଉତ୍ତମ ନେଗୀ, ଥୋମାସ ଜୋସେଫ, ପାର୍ଥସାରଥି ତୁଲସୀ, ଦୀନେଶ ନାୟାର ଓ ଗୁମ୍ପେ ରିମେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପାକିସ୍ତାନରେ ଆଇପିଏଲ ବ୍ୟାନ୍‌, ହେଲେ ସୀମା ଆରପାରିରେ ଜୋର୍‌ ଚାଲିଛି ବୈଭବଙ୍କ ଚର୍ଚ୍ଚା; ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧।୬: IPL ୨୦୨୬ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ବୈଭବ ସୂର୍ଯ୍ୟବଂଶୀ ଏହି ସିଜିନରେ ସର୍ବାଧିକ ରନ କରିଥିଲେ। ସେ ୧୬ ମ୍ୟାଚରେ ୧୬ ଇନିଂସରେ ୭୭୬…

ବିକ୍ରି ହୋଇଥିଲେ ୧.୧୦ କୋଟିରେ, ଏବେ ବ୍ୟାଙ୍କ ଆକାଉଣ୍ଟକୁ ଆସିବ କୋଟି କୋଟି ଟଙ୍କା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧।୬: IPL ୨୦୨୬ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ଏକ ଉଲ୍ଲେଖନୀୟ ସିଜନ ଥିଲା। ସେ ଅନେକ ପୁରସ୍କାର ଜିତିଥିଲେ, ଯେଉଁଥିରେ ଅରେଞ୍ଜ କ୍ୟାପ ମଧ୍ୟ ଥିଲା, ଯାହା…

ପାଦ ଛୁଇଁ ନୁହେଁ, କୋହଲିଙ୍କୁ ଦେଖି ଏମିତି କାମ କଲେ ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧।୬:ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL 2026 ଫାଇନାଲ ଜିତିବା ପରେ ବୈଭବ ସୂର୍ଯ୍ୟବଂଶୀ ବିରାଟ କୋହଲିଙ୍କୁ ଭେଟିଥିଲେ। ଗୁଜରାଟ ଟାଇଟାନ୍ସ ବିପକ୍ଷରେ RCBର ଫାଇନାଲ ମ୍ୟାଚ ଦେଖିବା…

ଟ୍ରଫିରେ ଏମିତି କ’ଣ ଲେଖାଥିଲା ଯାହାକୁ ଦେଖି ହସି ପକାଇଲେ ବିରୁଷ୍କା? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତି ଲଗାତାର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଗୁଜରାଟ ଟାଇଟନ୍ସ…

GT ବସରେ କେମିତି ଲାଗିଲା ନିଆଁ, ସାମ୍ନାକୁ ଆସିଲା ଭିଡ଼ିଓ, ଘଣ୍ଟାଏ ରାସ୍ତା କଡ଼ରେ ବସି ରହିଲେ ଖେଳାଳି

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ ଦଳ ହୋଟେଲକୁ ଫେରୁଥିବା ବେଳେ ଗୁଜୁରାଟ ଟାଇଟାନ୍ସ ଦଳର ବସରେ ନିଆଁ ଲାଗିଯାଇଥିଲା; ଘଟଣାର ଏକ ଭିଡ଼ିଓ ଏବେ ସାମ୍ନାକୁ…

ମଟନ, ଚିକେନ ସହ ହଳଦିଆ ମିଠା…, ଏହା ହେଉଛି ବୈଭବଙ୍କ ଶକ୍ତି ପଛର ରହସ୍ୟ, ୧୫ ବର୍ଷ ବୟସରେ ନେଉଛନ୍ତି…

ନୂଆଦିଲ୍ଲୀ,୧।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ବ୍ୟାଟିଂରେ ଏକ ଆକର୍ଷଣ ସୃଷ୍ଟି କରିଛନ୍ତି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ସୁନୀଲ ଗାଭାସ୍କର ପର୍ଯ୍ୟନ୍ତ, ସମସ୍ତେ…

RCBକୁ ମିଳିଲା ୨୦ କୋଟି, ହେଲେ ବୈଭବଙ୍କୁ ମିଳିଲା କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟ୍ରଫି ଜିତିଛି। ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri