Posted inଖେଳ

ଏଆଇଏଫ୍‌ଏଫ୍‌ର ଅନ୍‌ଲାଇନ୍‌ ସେମିନାର

ନୂଆଦିଲ୍ଲୀ,୧୪।୪ (ପି.ଟି.): କୋଭିଡ୍‌-୧୯ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏକ ନୂଆ ପଦକ୍ଷେପ ନେଇଛି। ଏଆଇଏଫ୍‌ଏଫ୍‌ ୩ଟି ଅନ୍‌ଲାଇନ୍‌ ସେମିନାର ଆୟୋଜିତ କରିଛି। କୋଚିଂର କୌଶଳର ଉନ୍ନତି ନେଇ ଏହି ସେମିନାର ଆୟୋଜିତ ହୋଇଥିଲା। କୋଚ୍‌ମାନଙ୍କ କାର୍ଯ୍ୟଦକ୍ଷତା ଉନ୍ନତି ନେଇ ଏହି ସେମିନାରରେ ଦୃଷ୍ଟି ଦିଆଯାଇଥିଲା। ଏଆଇଏଫ୍‌ଏଫ୍‌ କୋଚ୍‌ ଏଜୁକେଶନର ମୁଖ୍ୟ ସାଭିଓ ମାଡେଇରା ଏପ୍ରିଲ ୧, ୩ ଓ ୮ ତାରିଖରେ ଏହି ସେମିନାରର ଆୟୋଜନ କରିଥିଲେ। ସାରା ଦେଶର ୧୪ ପ୍ରଶିକ୍ଷକ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ ସେମିନାର ଏପ୍ରିଲ ୧୬ ତାରିଖରେ ଆୟୋଜନ ହେବ। କୋଚ୍‌ମାନେ ଫୁଟବଲ ସହିତ ଜଡିତ ରହିବା ପାଇଁ ଓ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଏପରି ପ୍ରୟାସ କରାଯାଇଥିଲା ବୋଲି ଭାରତୀୟ ଦଳର ସହକାରୀ କୋଚ୍‌ ମାରିଆନୋ ଡିଆସ୍‌ କହିଛନ୍ତି। କୋଚିଂ କୋର୍ସ ନେଇ ମଧ୍ୟ ଏହି ସେମିନାରଗୁଡିକରେ ସବିଶେଷ ଆଲୋଚନା ହୋଇଥିଲା।

ଜି ଲାଇସେନ୍ସ ସାର୍ଟିଫିକେଟ, ଏଆଇଏଫ୍‌ଏଫ୍‌ ଡି ଲାଇସେନ୍ସ, ଏଆଇଏଫ୍‌ଏଫ୍‌ ସି ଲାଇସେନ୍ସ ସାର୍ଟିଫିକେଟ୍‌ କୋର୍ସର ଉନ୍ନତି ପାଇଁ ଏକ କମିଟି ଗଠିତ ହୋଇଛି। ଏଥିରେ ଡିଆସ୍‌ ସାମିଲ ରହିଛନ୍ତି। ଡିଆସ୍‌ଙ୍କ ତତ୍ତ୍ୱାବଧାନରେ ଚର୍ଚ୍ଚିଲ ବ୍ରଦର୍ସ କ୍ଲବ ୨୦୧୨-୧୩ ସେସନରେ ଆଇ-ଲିଗ୍‌ ଟାଇଟଲ ହାସଲ କରିଥିଲା। ଅନ୍‌ଲାଇନ ସେସନ ଆମ ପାଇଁ ବେଶ୍‌ ଉପଯୋଗୀ ହୋଇଛି ବୋଲି ଡିଆସ କହିଛନ୍ତି। ଏହି କମିଟିରେ ସାମିଲ ହୋଇଥିବା ଅନ୍ୟ ବ୍ୟକ୍ତିବିଶେଷମାନେ ହେଲେ ଶକ୍ତି ଚୌହାନ, ଜେଡି ଅଲମେଇଦା, ଶେଖର କେରକର, ଗୌତମ ଘୋଷ, ଜନ୍‌ କେନ୍ନେଥ ରାଜ, କାଲେଟାନୋ ପିନୋ, ବିଜିସ ବେନ, ଉତ୍ତମ ନେଗୀ, ଥୋମାସ ଜୋସେଫ, ପାର୍ଥସାରଥି ତୁଲସୀ, ଦୀନେଶ ନାୟାର ଓ ଗୁମ୍ପେ ରିମେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri