ଉଧେଇ ପାରୁନି ବେଦ ବିଦ୍ୟାଳୟ

କେନ୍ଦୁଝର, ୩ା୮ (ସ୍ବ.ପ୍ର.) -କେନ୍ଦୁଝର ପୁରୁଣା ବଜାର ନିକଟ ସିଦ୍ଧମଠଠାରେ ୨୦୦୪ରୁ ଗଢି ଉଠିଥିବା ବେଦ ବିଦ୍ୟାଳୟ ପ୍ରୋତ୍ସାହନ ଅଭାବରୁ ଆଗକୁ ବଢି ପାରୁନାହିଁ ା ମଧ୍ୟପ୍ରଦେଶ ଉଜ୍ଜୟନୀ ସ୍ଥିତ ମହର୍ଷି ଶାନ୍ତିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ ଅଧୀନରେ ଚାଲିଥିବା ଏହି ବିଦ୍ୟାଳୟରେ ଏବେ ୨୭ ଜଣ ଛାତ୍ର ଅଧ୍ୟୟନ କରୁଛନ୍ତି। ପଞ୍ଚମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାଯାଉଛି ା ଅନ୍ୟ ପାଠକ୍ରମ ସହିତ ଶୁକ୍ଳ ୟଦୁଃର୍ବେଦ କାଣ୍ବ ଶାଖା ଅଧ୍ୟୟନ କରାଯାଉଛି ା ସେହିପରି ଋକବେଦର କାଣ୍ବ ଶାଖା ମଧ୍ୟ ଏଠାରେ ପଢାଯାଉଛି ା ଋଷି କଣ୍ବଙ୍କ ନାମରେ ଏହି ଶାଖା ର ନାମ କରଣ ହୋଇଥିବା କୁହାଯାଏ ା
ଏହି ଶିକ୍ଷାନୁଷ୍ଠାର ଶିକ୍ଷାର୍ଥୀମାନେ ସ୍ବତନ୍ତ୍ର ଅନୁଶାସନ ମଧ୍ୟରେ ବେଦ ଅଧ୍ୟୟନ କରିଥାନ୍ତି। ପବିତ୍ର ବେଦଧ୍ୱନିରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇ ଉଠିଥାଏ। ଏଠାରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ହୋଇଥାଏ ା ପ୍ରତିବର୍ଷ ୭ ଜଣ ପିଲା ନାମ ଲେଖାଇଥାନ୍ତି ା ଅଧିକ ପିଲା ବେଦ ଅଧ୍ୟୟନ ଲାଗି ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ଭିତ୍ତିଭୂମି ଓ ଅର୍ଥାଭାବ କାରଣରୁ ସେମାନଙ୍କ ନାମ ଲେଖାଯାଇ ପାରୁନାହିଁ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ା ଉଜ୍ଜୟିନୀ ପକ୍ଷରୁ ପ୍ରତି ପିଲାଙ୍କୁ ୧ ହଜାର ଟଙ୍କା ଲେଖାଏ ସହାୟତା ମିଳୁଛି, ଯାହାକି ପର୍ଯ୍ୟାପ୍ତ ହେଉନାହିଁ ା ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାରେ ଏହି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଛି। ବେଦ ଶିକ୍ଷାଦାନ ଲାଗି ୩ ଜଣ, ସଂସ୍କୃତ ପାଠ ପାଇଁ ଜଣେ ଓ ଅନ୍ୟ ପାଠ୍ୟକ୍ରମ ପାଇଁ ଆଉ ଜଣେ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏଠାରୁ ଶିକ୍ଷା ଲାଭ କରିବା ପରେ ଛାତ୍ରମାନେ ପୁରୀ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନରେ ପାଠ ପଢିପାରୁଛନ୍ତି।
ଏହି ବିଦ୍ୟାଳୟକୁ ଲିଜ୍‌ ସୂତ୍ରରେ ମିଳିଛ ମାତ୍ର ୨୩ ଡିସିମିଲ ଜମି। ଲିଜ୍‌ ବାବଦକୁ ଅର୍ଥ ଜମା ହୋଇଥିଲେ ବି ପଟ୍ଟା ମିଳିନାହିଁ ା ପିଲାମାନଙ୍କ ଖେଳକୁଦ ପାଇଁ ଅଧିକ ଜମିର ଆବଶ୍ୟକତା ରହିଛି। ପ୍ରଶାସନ ପକ୍ଷରୁ ଜମି ଓ ଅନ୍ୟ ସୁବିଧା ମିଳିଲେ ଏହି ବିଦ୍ୟାଳୟ ବିକଶିତ ହୋଇ ପାରନ୍ତା ବୋଲି କମିଟିର ସମ୍ପାଦକ ନିମାଁଇ ଚରଣ ଦାସ କହଛନ୍ତି। ା ପାହାଡ ଓ ଜଙ୍ଗଲ ପରିବେଶ ମଧ୍ୟରେ ରହିଥିବା ଏହି ବିଦ୍ୟାଳୟର ସୁରକ୍ଷା ପାଚେରି ନ ଥିବାରୁ ସବୁବେଳେ ବନ୍ୟଜନ୍ତୁ ଓ ସରୀସୃପ ପଶି ଆସିବାର ଭୟ ରହୁଛି ା କେତେକ ବଦାନ୍ୟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ସହାୟତାରେ ଏହାର ଘର, ପାଲା ମଣ୍ଡପ ଆଦି ନିର୍ମାଣ କରାଯାଇଛି ା ଉଜ୍ଜୟିନୀରୁ ୨ ଜଣ ଶିକ୍ଷକ ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟମାନଙ୍କ ଦରମା କମିଟି ଯୋଗାଡ କରୁଛି। ବର୍ତ୍ତମାନ କୈଳାସ ଚନ୍ଦ୍ର ପଣ୍ଡା କମିଟିର ସଭାପତି ସଭାପତି ଥିବା ବେଳେ ଚର୍ତୁଭୁଜ ହୋତା କାର୍ଯ୍ୟକାରୀ ସଭାପତି ଓ ନିମାଈଁ ଚରଣ ଏହାର ସମ୍ପାଦକ ରହିଛନ୍ତି। ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଶୀକ୍ଷାର୍ଥୀମାନେ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି। ରଥ ଯାତ୍ରା ସମୟରେ ସ୍ବଛ ଭାରତ ଅଭିଯାନରେ ସଫେଇ କରିବା ସହ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ କରିଥାନ୍ତି। ଗୀତା ପାରାୟଣରେ ଯୋଗଦେଇ ଶିକ୍ଷାର୍ଥୀମାନେ ପାଉଥିବା ଦକ୍ଷିଣାରେ ପୋଷାକ କିଣିଥାନ୍ତି ା ବିଭିନ୍ନ ଉତ୍ସବରେ ଶକ୍ତି ମନ୍ତ୍ର, ବେଦ ମନ୍ତ୍ର ଓ ମନ୍ଦିରରେ ମନ୍ତ୍ର ଗାନ କରି ସେଥିରେ ପାଉଥିବା ଦାନଦକ୍ଷିଣାରେ ସେମାନେ ଅନ୍ୟ ଖର୍ଚ୍ଚ ତୁଲାଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ଅଘଟଣ; ପାଣିରେ ବୁଡି ୨ ବର୍ଷର ଶିଶୁ, ବିଷ ପିଇ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ

ହାଟଡିହି/ଛେନାପଦୀ/ଆନନ୍ଦପୁର,୨୫।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ସୋସୋ ଥାନା ଥାନା ଅଞ୍ଚଳରେ ଗତ ରବିବାର ଦୁଇଟି ଦୁଃଖଦ ଘଟଣା ଘଟିଛି । ପୋଡାସିଙ୍ଗିଡ଼ି…

ତାପମାତ୍ରା ୪୦ ଡିଗ୍ରୀ: ମିଳୁନି ପିଇବା ପାଣି, ଗରା, ବାଲଟି ଓ ଡେକଚି ଧରି…

ପାଟଣା, ୨୫।୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍‌କୁ ଛୁଇଁଥିବା ବେଳେ ପାଟଣା ବ୍ଲକ୍ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ବଣମହୁଳଡିହା ପାତୁଳୁ…

ନନ୍ଦିପଦା ଥାନାକୁ ନ ଥିଲା ରାସ୍ତା, ଆଜି ଶିଳାନ୍ୟାସ କଲେ ଥାନାଧିକାରୀ

ହାଟଡିହୀ/ଛେନାପଦୀ,୨୪ା୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନାକୁ ଯାତାୟାତ କରିବା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି ଶିଳାନ୍ୟାସ କରିଛନ୍ତି। ପ୍ରଥମେ ଥାନାଧିକାରୀ…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ନୂଆ ଶିଶୁ ମଙ୍ଗଳ ସମିତି ଗଠନ ସମ୍ପର୍କିତ ବିଜ୍ଞପ୍ତି ସ୍ଥଗିତ, ପୂର୍ବ କମିଟି ଜାରି ରଖିବ କାର୍ଯ୍ୟ

କେନ୍ଦୁଝର,୨୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶିଶୁ ମଙ୍ଗଳ ସମିତି ଗଠନକୁ ନେଇ ଚାଲୁଥିବା ଆଇନଗତ ପ୍ରକ୍ରିୟା ମଧ୍ୟରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri