ଉଧେଇ ପାରୁନି ବେଦ ବିଦ୍ୟାଳୟ

କେନ୍ଦୁଝର, ୩ା୮ (ସ୍ବ.ପ୍ର.) -କେନ୍ଦୁଝର ପୁରୁଣା ବଜାର ନିକଟ ସିଦ୍ଧମଠଠାରେ ୨୦୦୪ରୁ ଗଢି ଉଠିଥିବା ବେଦ ବିଦ୍ୟାଳୟ ପ୍ରୋତ୍ସାହନ ଅଭାବରୁ ଆଗକୁ ବଢି ପାରୁନାହିଁ ା ମଧ୍ୟପ୍ରଦେଶ ଉଜ୍ଜୟନୀ ସ୍ଥିତ ମହର୍ଷି ଶାନ୍ତିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନ ଅଧୀନରେ ଚାଲିଥିବା ଏହି ବିଦ୍ୟାଳୟରେ ଏବେ ୨୭ ଜଣ ଛାତ୍ର ଅଧ୍ୟୟନ କରୁଛନ୍ତି। ପଞ୍ଚମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢାଯାଉଛି ା ଅନ୍ୟ ପାଠକ୍ରମ ସହିତ ଶୁକ୍ଳ ୟଦୁଃର୍ବେଦ କାଣ୍ବ ଶାଖା ଅଧ୍ୟୟନ କରାଯାଉଛି ା ସେହିପରି ଋକବେଦର କାଣ୍ବ ଶାଖା ମଧ୍ୟ ଏଠାରେ ପଢାଯାଉଛି ା ଋଷି କଣ୍ବଙ୍କ ନାମରେ ଏହି ଶାଖା ର ନାମ କରଣ ହୋଇଥିବା କୁହାଯାଏ ା
ଏହି ଶିକ୍ଷାନୁଷ୍ଠାର ଶିକ୍ଷାର୍ଥୀମାନେ ସ୍ବତନ୍ତ୍ର ଅନୁଶାସନ ମଧ୍ୟରେ ବେଦ ଅଧ୍ୟୟନ କରିଥାନ୍ତି। ପବିତ୍ର ବେଦଧ୍ୱନିରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇ ଉଠିଥାଏ। ଏଠାରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ହୋଇଥାଏ ା ପ୍ରତିବର୍ଷ ୭ ଜଣ ପିଲା ନାମ ଲେଖାଇଥାନ୍ତି ା ଅଧିକ ପିଲା ବେଦ ଅଧ୍ୟୟନ ଲାଗି ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ଭିତ୍ତିଭୂମି ଓ ଅର୍ଥାଭାବ କାରଣରୁ ସେମାନଙ୍କ ନାମ ଲେଖାଯାଇ ପାରୁନାହିଁ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି ା ଉଜ୍ଜୟିନୀ ପକ୍ଷରୁ ପ୍ରତି ପିଲାଙ୍କୁ ୧ ହଜାର ଟଙ୍କା ଲେଖାଏ ସହାୟତା ମିଳୁଛି, ଯାହାକି ପର୍ଯ୍ୟାପ୍ତ ହେଉନାହିଁ ା ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାରେ ଏହି ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଛି। ବେଦ ଶିକ୍ଷାଦାନ ଲାଗି ୩ ଜଣ, ସଂସ୍କୃତ ପାଠ ପାଇଁ ଜଣେ ଓ ଅନ୍ୟ ପାଠ୍ୟକ୍ରମ ପାଇଁ ଆଉ ଜଣେ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏଠାରୁ ଶିକ୍ଷା ଲାଭ କରିବା ପରେ ଛାତ୍ରମାନେ ପୁରୀ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନରେ ପାଠ ପଢିପାରୁଛନ୍ତି।
ଏହି ବିଦ୍ୟାଳୟକୁ ଲିଜ୍‌ ସୂତ୍ରରେ ମିଳିଛ ମାତ୍ର ୨୩ ଡିସିମିଲ ଜମି। ଲିଜ୍‌ ବାବଦକୁ ଅର୍ଥ ଜମା ହୋଇଥିଲେ ବି ପଟ୍ଟା ମିଳିନାହିଁ ା ପିଲାମାନଙ୍କ ଖେଳକୁଦ ପାଇଁ ଅଧିକ ଜମିର ଆବଶ୍ୟକତା ରହିଛି। ପ୍ରଶାସନ ପକ୍ଷରୁ ଜମି ଓ ଅନ୍ୟ ସୁବିଧା ମିଳିଲେ ଏହି ବିଦ୍ୟାଳୟ ବିକଶିତ ହୋଇ ପାରନ୍ତା ବୋଲି କମିଟିର ସମ୍ପାଦକ ନିମାଁଇ ଚରଣ ଦାସ କହଛନ୍ତି। ା ପାହାଡ ଓ ଜଙ୍ଗଲ ପରିବେଶ ମଧ୍ୟରେ ରହିଥିବା ଏହି ବିଦ୍ୟାଳୟର ସୁରକ୍ଷା ପାଚେରି ନ ଥିବାରୁ ସବୁବେଳେ ବନ୍ୟଜନ୍ତୁ ଓ ସରୀସୃପ ପଶି ଆସିବାର ଭୟ ରହୁଛି ା କେତେକ ବଦାନ୍ୟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ସହାୟତାରେ ଏହାର ଘର, ପାଲା ମଣ୍ଡପ ଆଦି ନିର୍ମାଣ କରାଯାଇଛି ା ଉଜ୍ଜୟିନୀରୁ ୨ ଜଣ ଶିକ୍ଷକ ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟମାନଙ୍କ ଦରମା କମିଟି ଯୋଗାଡ କରୁଛି। ବର୍ତ୍ତମାନ କୈଳାସ ଚନ୍ଦ୍ର ପଣ୍ଡା କମିଟିର ସଭାପତି ସଭାପତି ଥିବା ବେଳେ ଚର୍ତୁଭୁଜ ହୋତା କାର୍ଯ୍ୟକାରୀ ସଭାପତି ଓ ନିମାଈଁ ଚରଣ ଏହାର ସମ୍ପାଦକ ରହିଛନ୍ତି। ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଶୀକ୍ଷାର୍ଥୀମାନେ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି। ରଥ ଯାତ୍ରା ସମୟରେ ସ୍ବଛ ଭାରତ ଅଭିଯାନରେ ସଫେଇ କରିବା ସହ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣ କରିଥାନ୍ତି। ଗୀତା ପାରାୟଣରେ ଯୋଗଦେଇ ଶିକ୍ଷାର୍ଥୀମାନେ ପାଉଥିବା ଦକ୍ଷିଣାରେ ପୋଷାକ କିଣିଥାନ୍ତି ା ବିଭିନ୍ନ ଉତ୍ସବରେ ଶକ୍ତି ମନ୍ତ୍ର, ବେଦ ମନ୍ତ୍ର ଓ ମନ୍ଦିରରେ ମନ୍ତ୍ର ଗାନ କରି ସେଥିରେ ପାଉଥିବା ଦାନଦକ୍ଷିଣାରେ ସେମାନେ ଅନ୍ୟ ଖର୍ଚ୍ଚ ତୁଲାଇଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

ପ୍ରଚାର କଲେଣି ଭାଜପା, କଂଗ୍ରେସ:ବିଜେଡି ନୀରବ

ହାଟଡିହୀ,୧୭l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତିି। ଭାଜପାରୁ ଆଲୋକ ସେଠୀ ଓ କଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri