Posted inଜାତୀୟ

ଉତ୍ତରାଖଣ୍ଡରେ ରାଜକୀୟ ବିବାହ: ୨ଶହ କୋଟି ରୟାଲ ଓ୍ବେଡିଂ ପାଇଁ ଲାଗିଲା ୫ଶହ କୋଟିର ଫୁଲ

ଡେରାଡୁନ,୧୯।୬: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଉତ୍ତରାଖଣ୍ଡର ଅଲୀ ଏବେ ନବବଧୂ ଭଳି ସଜେଇ ହୋଇଛି। କାରଣ ଉତ୍ତରାଖଣ୍ଡରେ ଜୁନ ୨୦ ଓ ୨୨ରେ ଏକ ହାଇ ପ୍ରୋଫାଇଲ ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରବାସୀ ଭାରତୀୟ ବ୍ୟବସାୟୀ ଅଜୟ ଗୁପ୍ତା ବନ୍ଧୁଙ୍କ ୨ପୁଅଙ୍କ ବିବାହ ଉତ୍ତରାଖଣ୍ଡର ପ୍ରସିଦ୍ଧ ସ୍କି ରିସୋର୍ଟରେ ଅନୁଷ୍ଠିତ ହେବ। ଏଠାରେ ବିବାହ ସମାରୋହ ୫ଦିନ ଧରି ଚାଲିବାକୁ ଥିବା ବେଳେ ୧୮ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ବିବାହରେ ପ୍ରାୟ ୨ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ରିସୋର୍ଟକୁ ବିଦେଶୀ ଫୁଲରେ ସଜେଇ ଦିଆଯାଇଛି। କେବଳ ବିବାହ ମଣ୍ଡପରେ ୫ କୋଟି ଟଙ୍କାର ଫୁଲ ବ୍ୟବହାର କରାଯାଇଛି। ଏଥିସହ ଫିଲ୍ମ ବାହୁବଲୀର ଏକ ସେଡ୍‌ ମଧ୍ୟ ଏଠାରେ ତିଆରି କରାଯାଇଛି। ଏହି ବିବାହରେ ଦେଶବିଦେଶର ଅନେକ ପ୍ରମୁଖ ବ୍ୟକ୍ତି ଅତିଥି ଭାବେ ଯୋଗଦେବେ। ଆଉ ଏହି ଅତିଥିଙ୍କ ପାଇଁ ୫ଷ୍ଟାରର ବ୍ୟବସ୍ଥା କରାଯାଇଛି। ଅତିଥିଙ୍କ ଲାଗି ହେଲିକପ୍ଟରର ବ୍ୟବସ୍ଥା କରାଯାଇଥିବା ବେଳେ ଏହା ଜୋଶୀମଠରେ ଅବତରଣ କରିଛି। ଏହାପରେ ସେଠାରୁ ଗାଡ଼ି ଓ ରୋପ ଓ୍ବେ ସାହାଯ୍ୟରେ ଅତିଥି ଅଲୀଠାରେ ପହଞ୍ଚିଛନ୍ତି। ସେହିପରି ଏହି ବିବାହ କାର୍ଯ୍ୟକ୍ରମରେ ଅନେକ ବଲିଉଡ୍‌ କଳାକାରଙ୍କ ସହ ଦେଶର ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ। ଅଭିନେତ୍ରୀ କ୍ୟାଟ୍ରିନା କୈଫ, ସିଦ୍ଧାର୍ଥ ମାଲହୋତ୍ରା, ଯୋଗଗୁରୁ ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ବୋଲି ଶୁଣାଯାଉଛି। ଏହି ବିବାହ ପାଇଁ ଅଲୀ ସହର ଉପରେ ଏବେ ସମସ୍ତଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?