ପୁରୀ ଅଫିସ୍,୬।୧୨: ଓଡ଼ିଶା ପୋଲିସର ଅବିଚ୍ଛେଦ୍ୟ ଅଙ୍ଗ ହେଉଛନ୍ତି ଗୃହରକ୍ଷୀ। ପୁରୀରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ରଥଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଗୃହରକ୍ଷୀଙ୍କ କାର୍ଯ୍ୟ ପ୍ରଂଶସନୀୟ। ଉତ୍ତମ ବ୍ୟବହାର ଏବଂ ସେବା ମନୋଭାବ ନେଇ କାର୍ଯ୍ୟକରି ଜନତାଙ୍କ ପ୍ରଶଂସାଭାଜନ ହେବାଲାଗି ଶୁକ୍ରବାର ପୋଲିସ ପଡ଼ିଆରେ ଆୟୋଜତି ୫୭ତମ ଗୃହରକ୍ଷୀ ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏସ୍ପି ଉମାଶଙ୍କର ଦାସ ଏହା କହିଛନ୍ତି। ସେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଗୃହରକ୍ଷୀଙ୍କୁ ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଏସ୍ପି (ହେଡକ୍ୱାର୍ଟର୍ସ ) ପି.କେ. ସ୍ବାଇଁ, ଏଏସ୍ପି (ଆଇନ ଶୃଙ୍ଖଳା) ଅରୁଣ କୁମାର ଜେନା, ସିଟି ଡିଏସ୍ପି କ୍ଷୀରସାଗର ମଲିକ, ସଦର ଡିଏସ୍ପି କିଶୋର ଚନ୍ଦ୍ର ମୁଣ୍ଡ୍ଙ୍କ ସମେତ ବହୁ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…
ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…
ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ
ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…
ନାଳ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସିଗଲେ ଚାଷୀ, ସ୍ତ୍ରୀଙ୍କ ସାହସିକତା-ପ୍ରଶାସନର ତତ୍ପରତାରୁ ବଞ୍ଚିଲା ଜୀବନ
ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ…
ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍
ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…
ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…
ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…
ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା
ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…
ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା
ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…
କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା
କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

