ଉଚ୍ଛେଦ ଆଶଙ୍କାରେ ଥରହର ଏକାମ୍ର:ଉଠାଦୋକାନୀଙ୍କ ମନ୍ଦିର ସମ୍ମୁଖରେ ପ୍ରତିବାଦ

ପୁରୁଣା ଭୁବନେଶ୍ୱର,୮ା୧୨ (ଡି.ଏନ.ଏ.)ସୌନ୍ଦର୍ଯ୍ୟକରଣ ଓ ବିକାଶ ପାଇଁ ଏକାମ୍ର କ୍ଷେତ୍ରର ବିଭିନ୍ନ ଜବରଦଖଲ ଉଚ୍ଛେଦ ଜାରି ରହିଛି। ଉଠାଦୋକାନୀଗୁଡିକୁ ହଟାଯାଇ ଶ୍ରୀଲିଙ୍ଗରାଜ ମନ୍ଦିର କ୍ଷେତ୍ରକୁ ବିଶ୍ୱ ଐତିହ୍ୟ ପାଇଁ ପ୍ରଶାସନ ନୀଳନକ୍ସା ପ୍ରସ୍ତୁତ ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ତତ୍‌ତ୍ପରତା ପ୍ରକାଶ ପାଇଛି। ଯାହାକୁ ନେଇ ଉଚ୍ଛେଦ ଆଶଙ୍କାରେ ଥରହର ଏକାମ୍ରକ୍ଷେତ୍ର। ମନ୍ଦିର ସନ୍ନିକଟ ପୁରୁଣା ମାର୍କେଟ ବିଲ୍ଡିଂ ଭଙ୍ଗାଯିବା ପରେ ଶୁକ୍ରବାର ଅନନ୍ତ ବାସୁଦେବ ମନ୍ଦିର ନିକଟରେ ଥିବା ଅର୍ଦ୍ଧନିର୍ମିତ ରୋଷଘର ଭଙ୍ଗା ଯାଇଥିଲା। ପରେ ଅନେକ ଜବରଦଖଲ ଉଚ୍ଛେଦ କରାଯିବାକୁ ପ୍ରକ୍ରିୟା ଚୂଡାନ୍ତ ହୋଇଛି। ଏହି ପରିପ୍ରେକ୍ଷୀରେ ମନ୍ଦିରର ଉତ୍ତରଦ୍ୱାର ଓ ମୁଖ୍ୟ ତଥା ପୂର୍ବପଟ ଦ୍ୱାର ନିକଟରେ ଗଢି ଉଠିଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବା ନେଇ ନୋଟିସ୍‌ ଜାରି ହୋଇଛି। ଏହାପରେ ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡିଛି। କୌଣସି ଦୂରଦୃଷ୍ଟି ନ ଥାଇ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦରେ ମନ୍ଦିରଠାରୁ ଅନତି ଦୂରରେ ନୂତନ ମାର୍କେଟ କମ୍ପ୍ଲେକ୍ସ ଏବଂ ଯାତ୍ରୀ ନିବାସ କରିଛି। ଏଥିରେ ବ୍ୟବସାୟୀମାନଙ୍କୁ ଆଶାନୁରୂପକ ଭାବେ ଥଇଥାନ କରାଯାଇ ପାରିନାହିଁ। ଯାହାକୁ ବିରୋଧ କରି ଶନିବାର ମନ୍ଦିର ସମ୍ମୁଖରେ ଟାୟାର ଜଳି କ୍ଷୁଦ୍ର ବ୍ୟବସାୟୀମାନେ ପ୍ରଥମେ ସେମାନଙ୍କୁ ଥଇଥାନ କରିବାକୁ ପ୍ରତିବାଦ ଜଣାଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ଏକାମ୍ର କ୍ଷେତ୍ରକୁ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଁ ସରକାରଙ୍କ ପଦକ୍ଷେପକୁ ଆମେ ସ୍ବାଗତ କରୁଛୁ। ହେଲେ ପୁରୁଷ ପୁରୁଷ ଧରି ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ଆମ ଭଳି ବ୍ୟବସାୟୀମାନଙ୍କୁ ସେହି ମାର୍କେଟ ପରିସରରେ ବଳକା ଜମିରେ ନୂତନ ଗୃହ ନିର୍ମାଣ କରି ଥଇଥାନ କରାଯାଉ। ଦୀର୍ଘ ୪ ଘଣ୍ଟା ଧରି ଏଭଳି ପ୍ରତିବାଦ ହୋଇଥିଲେ ହେଁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ନ ଥିଲା। ଏଣୁ ପୁରୀ ଭଳି ଆମକୁ ଥଇଥାନ କରିବା ପରେ ପ୍ରଶାସନ ଉଚ୍ଛେଦ କରୁ ବୋଲି ବ୍ୟବସାୟୀମାନେ କହିଥିଲେ।
୨ ଡିସିମିଲ ଜମିରୁ ଉଚ୍ଛେଦ ହେବେ ୬ ଦଳିତ ପରିବାର
ମିଳିତ ଉଚ୍ଛେଦ ଟିମ୍‌ ଘୋଷଣାରେ ୬ ଦଳିତ ସଫେଇ କର୍ମଚାରୀଙ୍କ ପରିବାର ଆଶଙ୍କାରେ। ପୁରୁଣା ଭୁବନେଶ୍ୱର ରକ୍ତଭଣ୍ଡାରକୁ ଲାଗି ରହିଛି ୨ ଡିସିମିଲ ସରକାରୀ ଜମି। ଏଠାରେ ବେଆଇନ ଭାବେ ଦଖଲ କରି ରହୁଥିବା ଭୂମିହୀନ ଦଳିତଙ୍କୁ ମିଳିତ ଉଚ୍ଛେଦ ଟିମ୍‌ ପକ୍ଷରୁ ଆସନ୍ତା ସୋମବାର ଏଠାରୁ ବିତାଡିତ କରାଯିବା ନେଇ ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଇଛି। ମାତ୍ର ୨ ଡିସିମିଲ ଜମି ଉପରେ ୬ ଗୋଟି ପରିବାର ୧୫ରୁ ଊର୍ଦ୍ଧ୍ୱ ସଦସ୍ୟ ରହୁଛନ୍ତି। ଏମାନଙ୍କୁ ବିଜୁଳି, ପାଣି, ଆଦିର ମୌଳିକ ସୁବିଧା ନ ଯୋଗାଇ ହଠାତ୍‌ ଉଚ୍ଛେଦ କରାଯିବା ନେଇ ପ୍ରଚାର ହେବା ପରେ ସେମାନେ ଭାଙ୍ଗି ପଡିଛନ୍ତି। ଏଠାରେ ରହୁଥିବା ବିଳାସ ନାୟକ(୭୦) କୁହନ୍ତି, ପର ଘରେ ସଫେଇ କାମ କରି ଯାହା ରୋଜଗାର ହୁଏ ସେଥିରେ ଚଳିଯାଏ। ମୁଁ ମୋର ଦୁଇ ବେକାର ପିଲାଙ୍କୁ ଧରି କେଉଁଆଡେ ଯିବି। ଏହିସବୁ ସମସ୍ୟାରେ ଜୁଝି ହେଉଥିବା ସଫେଇ କର୍ମଚାରୀ ପଙ୍କଜିନୀ ନାୟକ, ଟୁକୁନା ନାୟକ, ବିଜୟ ନାୟକ ପ୍ରମୁଖଙ୍କ ପରିବାର ପ୍ରଶାସନର ରାତି ଅଧିଆ ଘର ଭଙ୍ଗା ନିଷ୍ପତ୍ତିରେ ନିଦ ହଜାଇ ଦେଇଛି। ଏମାନଙ୍କ ମତରେ ଆମେ ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ସ୍ବାଗତ କରୁଛୁ। ମାତ୍ର ପ୍ରତିପତିଶାଳୀ ଜବରଦଖଲକାରୀଙ୍କ ବେଆଇନ ନିର୍ମାଣ ମଠ, ମନ୍ଦିର, ହସ୍ପିଟାଲ ଆଦି ପ୍ରଥମେ ଉଚ୍ଛେଦ କରାଯାଇ ଠାକୁରଙ୍କ ତହବିଲକୁ ଅଣାଯାଉ। ପରେ ଆମମାନଙ୍କୁ ଉଚ୍ଛେଦ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

PM ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ: ନୀତିନ ନବୀନ କହିଲେ- ଅକ୍ଟୋବର ୨ରେ…

ନୂଆଦିଲ୍ଲୀ,୯।୯: ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାସରେ ‘ସେବା ସଂକଳ୍ପ ଅଭିଯାନ’…

BJP ଅଫିସ୍‌ରେ ଆତଙ୍କ! AC ତଳୁ ବାହାରିଲା ୫ ଫୁଟ୍‌ର କିଙ୍ଗ କୋବ୍ରା, ତା’ପରେ…

ସୀତାପୁର,୯।୯: ଉତ୍ତରପ୍ରଦେଶର ସୀତାପୁରରେ ବୁଧବାର ସକାଳେ BJP କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଆତଙ୍କଜନକ ଦୃଶ୍ୟ। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ପ୍ରାୟ ୫ ଫୁଟ ଲମ୍ବର ଏକ କିଙ୍ଗ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri