ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୧୮ା୧: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଆଦୌ ଭୃକ୍ଷେପ କରୁନାହାନ୍ତି। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଉଚ୍ଚଶିକ୍ଷା ବିଭାଗର ଅନୁରୋଧ ଦୀର୍ଘ ୧ ବର୍ଷ ହେଲା କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ହୋଇପାରେ ବୋଲି ଉଚ୍ଚଶିକ୍ଷା ବିଭାଗର ଅଧସ୍ଥନ ସଚିବ ଆଶଙ୍କା ପ୍ରକାଶ କରିଛନ୍ତି। ପୁଣି ଥରେ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଯାଜପୁର ଜିଲା ଚିତାଳୋ ଡିଗ୍ରୀ କଲେଜରେ ପିଜି କୋର୍ସ ପାଇଁ ନୀରିକ୍ଷଣ କରି ଆସନ୍ତା ୧୫ା୨ା୨୦୨୦ ସୁଦ୍ଧା ନିଶ୍ଚିତ ଭାବେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି।
ଯାଜପୁର ଜିଲା ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷା ପାଇବାରୁ ଛାତ୍ରୀଛାତ୍ର ବଞ୍ଚିତ ହେଉଛନ୍ତି। ଶିକ୍ଷା ବିଭାଗର ଅଦୂରଦର୍ଶିତା ଓ ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। ଜିଲାର କେତେକ କଲେଜରେ ବିଭିନ୍ନ ବିଷୟରେ ସ୍ନାତୋକତ୍ତର(ପିଜି) ଶିକ୍ଷା ବ୍ୟବସ୍ଥା ନ ଥିବାରୁ ସ୍ଥାନୀୟ ଛାତ୍ରୀଛାତ୍ର କଟକ, ଭୁବନେଶ୍ୱର କିମ୍ବା ଅନ୍ୟତ୍ର ଶିକ୍ଷାନୁଷ୍ଠାନକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଯାଜପୁର ଜିଲାର କେତେକ କଲେଜ ଏଥିପାଇଁ ଆବେଦନ କରିଥିଲେ ହେଁ ସେଥିପ୍ରତି ଦୃଷ୍ଟି ନ ଦେବା ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ଅଧିକାରୀଙ୍କ କାର୍ଯ୍ୟ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହିକ୍ରମରେ ବର୍ଷାଧିକ କାଳ ହେଲା ଯାଜପୁର ଜିଲାର ଚିତାଳୋ ଡିଗ୍ରୀ କଲେଜ, ଚଣ୍ଡିଖୋଲ ବାବା ଭୈରାବାନନ୍ଦ(ବିବି) ସ୍ବୟଂଶାସିତ କଲେଜ ଓ ଛତିଆ ମହାପୁରୁଷ ହାଡିଦାସ ଡିଗ୍ରୀ କଲେଜରେ ବିଭିନ୍ନ ବିଷୟରେ ପିଜି ଶିକ୍ଷା, ସିଟ ବୃଦ୍ଧି, ବିଜ୍ଞାନ ଆଦି ଖୋଲିବା ପାଇଁ ଆବେଦନ କରିଥିଲେ ହେଁ ତାହା ଝୁଲି ରହିଛି। ଏହି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି। ଏହାପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ରସଂଖ୍ୟା ୧୫୨/ଏଚଇ ୩ା୧ା୨୦୨୯ରେ ଚିତାଳେ ଡିଗ୍ରୀ କଲେଜକୁ ନୀରିକ୍ଷଣରେ ଯାଇ ପିଜି କୋର୍ସ ଖୋଲିବାକୁ ଉପଯୁକ୍ତ କି ନୁହେଁ ସେ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଥିଲା। ୨୦୧୯ ଜାନୁୟାରୀ ଶେଷ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ପତ୍ରରେ ଦର୍ଶାଯାଇଥିଲା। କିନ୍ତୁ ଆଞ୍ଚଳିକ ନିର୍ଦ୍ଦେଶାଳୟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଏହି ସମୟରେ ଚିତାଳୋ କଲେଜ ସମ୍ପାଦକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଡବ୍ଲ୍ୟୁପି(ସି) ନଂ-୨୦୫୬୨/୨୦୧୯ରେ ଏକ ମାମଲା ରୁଜୁ ହୋଇଛି। ଏହାପରେ ହାଇକୋର୍ଟ ପକ୍ଷରୁ ୧୬ା୧୧ା୨୦୧୯ରେ ଶୁଣାଣି କରି ଆଇନ ଅନୁସାରେ ୩ମାସ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଛି। ଇତିମଧ୍ୟରେ ଏହି ନିର୍ଦ୍ଦେଶର ୨ମାସ ଅତିକ୍ରାନ୍ତ ହୋଇସାରିଛି। ହେଲେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ। ସୂଚନାଯୋଗ୍ୟ ଯେ, ଚିତାଳୋ ଡିଗ୍ରୀ କଲେଜରେ ଏଜୁକେଶନ, ରାଜନୀତି ବିଜ୍ଞାନ, ସୋସିଓଲୋଜି, ସଂସ୍କୃତ ଓ ଇତିହାସ ବିଷୟରେ ପିଜି(ଏମଏ) ଖୋଳିବାକୁ ପ୍ରସ୍ତାବ ରହିଛି। ବିଜ୍ଞାନରେ ବୋଟାନି, କେମେଷ୍ଟ୍ରି, କମ୍ପ୍ୟୁଟର ସାଇନ୍ସ, ଗଣିତ ଓ ଜୁଓଲୋଜି ବିଷୟରେ ପିଜ(ଏମଏସସି) ଖୋଲିବାର ପ୍ରସ୍ତାବ ଦିଆଯାଇଛି। ଏହାସହ ବାଣିଜ୍ୟରେ ପିଜି(ଏମକମ) ଖୋଲିବା ସହିତ ଯୁକ୍ତତିନି କଳା ଓ ବିଜ୍ଞାନରେ ସିଟ ସଂଖ୍ୟା ବୃଦ୍ଧି ପାଇଁ ଆବେଦନ କରାଯାଇଛି। ସେହିପରି ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ବୟଂଶାସିତ କଲେଜ ଏବଂ ଛତିଆ ମହାପୁରୁଷ ହାଡିଦାସ ଡିଗ୍ରୀ କଲେଜରେ ଅନର୍ସ ବିଷୟ ସହିତ ଯୁକ୍ତତିନି ବିଜ୍ଞାନ ବିଷୟ ଖୋଲିବାକୁ ଆବେଦନ କରାଯାଇଛି। ପୂର୍ବରୁ ଏନେଇ ଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୧୧୧୧/୭ା୨ା୨୦୧୯, ୩୪୪୪/୧୪ା୫ା୨୦୧୯ ଏବଂ ସରକାରୀ ପତ୍ରସଂଖ୍ୟା ୧୭୨୫୦/ଏଚଇ/୨୬ା୮ା୨୦୧୯ରେ ଉକତ୍ଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୁଗ୍ମ ତଦନ୍ତ କରିବାକୁ ନିର୍ଦ୍ଦେଶ ହୋଇଛି। ଏହିକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅଧସ୍ଥନ ସଚିବ ରଞ୍ଜନ କୁମାର ନାୟକ ତାଙ୍କ ପତ୍ରସଂଖ୍ୟା ୧୬ା୧ା୨୦୨୦ରେ ପୁଣି ଥରେ ଭୁବନେଶ୍ୱର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଉକତ୍ଳ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକଙ୍କ ସହ ଏକ ଯୁଗ୍ମ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri