ଈଶ୍ୱର ବିଶ୍ୱାସ ଓ ପ୍ଲାସେବୋ ପ୍ରଭାବ

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ଉଦ୍‌ଭାବନ ଶବ୍ଦଟି ବିଜ୍ଞାନ ସହିତ ଓତପ୍ରୋତ ଭାବେ ଜଡ଼ିତ। ତେବେ, କନ୍‌ଫ୍ୟୁସିୟସଙ୍କ ଭଳି ଜଣେ ଯୋଗଜନ୍ମା ଦାର୍ଶନିକ ଈଶ୍ୱରଙ୍କ ସହିତ ତାହାକୁ ସମ୍ପୃକ୍ତ କରି କହିଥିଲେ, ‘ଯଦି ଈଶ୍ୱର ନ ଥାନ୍ତି, ଚାଲ ଆମେ ତାଙ୍କୁ ଉଦ୍‌ଭାବନ କରିବା।’ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଈଶ୍ୱରଙ୍କ ସ୍ଥିତିକୁ ନେଇ ସେ ନିଶ୍ଚିତ ନ ଥିଲେ, କିନ୍ତୁ ମାନବ ସମାଜର ହିତ ପାଇଁ ତାଙ୍କ ପ୍ରତି ବିଶ୍ୱାସ ରଖିବା ଅପରିହାର୍ଯ୍ୟ ବୋଲି ମନେକରୁଥିଲେ। ସେଥିପାଇଁ ଜୀବନକୁ ସାବଲୀଳ କରିବା ସହିତ ଏହାର ମାନ ବୃଦ୍ଧି କରିଥିବା ବିବିଧ ଗୁରୁତ୍ୱପୂର୍ଣ୍ଣ ଉଦ୍‌ଭାବନ ଭଳି ତାଙ୍କୁ ମଧ୍ୟ ମାନସିକସ୍ତରରେ ଉଦ୍‌ଭାବନ କରିବା ଆମର ଅତ୍ୟାବଶ୍ୟକ, ଅର୍ଥାତ୍‌ ଆମେ ତାଙ୍କ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇବା ପରିବର୍ତ୍ତେ ତାହାକୁ ସ୍ବୀକାର କରିନେବା ହିଁ ମଙ୍ଗଳକର ବୋଲି ଥିଲା ତାଙ୍କର ମତ।
ଆମଠାରେ ଈଶ୍ୱର ବିଶ୍ୱାସ ସୃଷ୍ଟି ହୋଇଛି ଏକ ପ୍ରାକୃତିକ ପ୍ରକ୍ରିୟାରେ। ତାହା କେବେ ଓ କିପରି ହେଲା ତା’ର ବିଧିବଦ୍ଧ ଇତିହାସ ନାହିଁ। ତେବେ, ଆଦିମ କାଳରେ ମଣିଷ ତା’ ଚତୁଃପାର୍ଶ୍ୱରେ ଘଟିଯାଉଥିବା ଅନେକ ଘଟଣାବଳୀର କାରଣ ଖୋଜି ନ ପାଇବାରୁ ସମ୍ଭବତଃ ତାହା ସବୁ ମୂଳରେ କୌଣସି ଅଲୌକିକ ଶକ୍ତିର ହାତ ଥିବାର ସେ ମନେ କରିବାକୁ ଲାଗିଲା ଏବଂ ତାହା ହିଁ ତା’ ମନରେ ଈଶ୍ୱର ବିଶ୍ୱାସର ବୀଜ ବପନ କଲା। ବର୍ତ୍ତମାନ ମଧ୍ୟ ତାଙ୍କ ସ୍ଥିତିକୁ ସାମଗ୍ରିକ ଭାବେ ସ୍ବୀକାର କରନ୍ତି ବିଶ୍ୱର ପ୍ରାୟ ୮୬ ଶତାଂଶ ଲୋକ। ଅବଶିଷ୍ଟ ୧୪ ଶତାଂଶ ମଧ୍ୟରୁ ୧୩ ଶତାଂଶରୁ ଅଧିକଙ୍କର ଏଥି ସମ୍ପର୍କରେ କୌଣସି ମତାମତ ନାହିଁ ଏବଂ ୦.୫ରୁ ୦.୭ ଶତାଂଶ ଲୋକ ଏହାକୁ ଅସ୍ବୀକାର କରନ୍ତି।
ଈଶ୍ୱରବିଶ୍ୱାସର ଆମ ଦେହ ଓ ମନ ଉପରେ ଅମାପ ସକାରାତ୍ମକ ପ୍ରଭାବ ଥିବାର ମତ ଦେଲେଣି ବହୁ ମନସ୍ତତ୍ତ୍ୱବିତ୍‌। ସେମାନଙ୍କ ମଧ୍ୟରେ ଅଛନ୍ତି ଆମେରିକାର ସି.ଏସ୍‌. ଏଲିସନ୍‌ ଏବଂ ଜେ.ଏସ୍‌. ଲେଭିନ୍‌। ସେମାନେ ୧୯୯୮ରେ ”ହେଲ୍‌ଥ ଏଡୁକେଶନ ଏଣ୍ଡ ବିହେଭିୟର“ ପତ୍ରିକାରେ ପ୍ରକାଶ କରିଥିବା ତାଙ୍କର ଏକ ଅଧ୍ୟୟନର ଫଳାଫଳରେ ସୂଚିତ କରିଥିଲେ ଯେ, ଈଶ୍ୱରବିଶ୍ୱାସୀ ତଥା ଆଧ୍ୟାତ୍ମିକ ମନୋଭବ ସମ୍ପନ୍ନ ଲୋକେ ସାଧାରଣତଃ ଅଧିକ ସୁସ୍ଥ ଏବଂ ଦୀର୍ଘଜୀବୀ। ସେହିପରି ମନସ୍ତତ୍ତ୍ୱବିତ୍‌ କେ.ଏସ୍‌. ସେଇବୋଲ୍‌ ଏବଂ ପି.ସି. ହିଲ୍‌ ୨୦୦୧ଫେବୃୟାରୀ ସଂଖ୍ୟା ”କରେଣ୍ଟ ଡିରେକସନ୍‌ ଇନ୍‌ ସାଇକୋଲୋଜିକାଲ୍‌ ସାଇନ୍ସ“ରେ ଈଶ୍ୱରବିଶ୍ୱାସୀମାନଙ୍କ ଜୀବନଶୈଳୀ ଏଥିପାଇଁ ଦାୟୀ ବୋଲି ମତ ପ୍ରକାଶ କରିଛନ୍ତି। ତଦନୁଯାୟୀ, ସେମାନଙ୍କ ମଧ୍ୟରେ ମଦ୍ୟପାନ, ଧୂମପାନ ତଥା ଅନ୍ୟାନ୍ୟ ନକାରାତ୍ମକ ଜୀବନଶୈଳୀ ଅନୁସରଣ କମ୍‌ ହୋଇଥାଏ। ପୁନଶ୍ଚ ସେମାନଙ୍କ ମାନସିକଚାପ ମଧ୍ୟ କମ୍‌।
ଏହା ଉପରେ ଗଭୀରଭାବେ ଅନୁଧ୍ୟାନ କରିଥିବା ଅନ୍ୟତମ ମନସ୍ତତ୍ତ୍ୱବିତ୍‌ ହେଲେ ଆମେରିକାର କେନେଥ୍‌ ପାରଗାମେଣ୍ଟ। ସେ ୨୦୧୩ ଫେବୃୟାରୀ ସଂଖ୍ୟା ”ଓ୍ବାର୍ଲଡ୍‌ ସାଇକିଆଟ୍ର“ରେ ପ୍ରକାଶ କରିଛନ୍ତି ତାଙ୍କ ବିସ୍ତୃତ ଅଧ୍ୟୟନର ଫଳାଫଳ। ତଦନୁଯାୟୀ, ଈଶ୍ୱରବିଶ୍ୱାସୀମାନଙ୍କ କ୍ଷେତ୍ରରେ କେବଳ ମାନସିକ ଚାପ କମ୍‌ ରହେ ନାହିଁ, ସେଥିସହିତ ରକ୍ତଚାପ ନିୟନ୍ତ୍ରିତ ରହିବା ଫଳରେ ହୃଦ୍‌ରୋଗର ସମ୍ଭାବନା ମଧ୍ୟ ହ୍ରାସ ପାଏ। ସୂଚନାଯୋଗ୍ୟ ଯେ, ୧୯୯୯ରେ ଆମେରିକାରେ ହୋଇଥିବା ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ନିୟମିତ ଚର୍ଚ୍ଚ ଯାଉଥିବା ଲୋକେ ଅଧିକ ସୁସ୍ଥ ଏବଂ ସେମାନଙ୍କ ବଞ୍ଚି ରହିବାର ସମ୍ଭାବନା ୮୩ ବର୍ଷ ହେଲା ବେଳେ ସେଠାକୁ ନ ଯାଉଥିବା ଲୋକଙ୍କର ତାହା ୭୫ ବର୍ଷ।
ଇସ୍ରାଏଲରେ ଦୀର୍ଘ ୧୬ ବର୍ଷରୁ ଅଧିକ କାଳ ଧରି ଈଶ୍ୱର ବିଶ୍ୱାସୀ ଏବଂ ହେତୁବାଦୀଙ୍କ ଉପରେ ଅଧ୍ୟୟନ କରିଥିଲେ ଜେ.ଡି. କାର୍କ ଏବଂ ତାଙ୍କ ସହଯୋଗୀମାନେ। ଏଥିରେ ପ୍ରାୟ ୪୦୦୦ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ‘ଦ ଆମେରିକାନ ଜର୍ନାଲ ଅଫ୍‌ ପବ୍ଲିକ ହେଲ୍‌ଥ’ର ମାର୍ଚ୍ଚ ୧୯୯୬ ସଂଖ୍ୟାରେ ପ୍ରକାଶିତ ଏହାର ଫଳାଫଳରେ ସେମାନେ ଦର୍ଶାଇଥିଲେ ଯେ ଈଶ୍ୱର ବିଶ୍ୱାସୀ ଆଧ୍ୟାମତ୍ିକ ଲୋକମାନଙ୍କ ଜୀବନଶୈଳୀ ଅଧିକ ସକାରାମତ୍କ। ସେମାନଙ୍କ ଦୁଃଖ ସହ୍ୟ କରିବା ଶକ୍ତି ଅଧିକ ଏବଂ ସେମାନେ କମ୍‌ ମାନସିକ ଚାପଗ୍ରସ୍ତ। ଅପରପକ୍ଷରେ, ରୋଗୀମାନଙ୍କ ମଧ୍ୟରେ ଈଶ୍ୱର ବିଶ୍ୱାସୀ ହୋଇଥିଲେ ମଧ୍ୟ ଈଶ୍ୱର ତାଙ୍କୁ ଦଣ୍ଡ ସ୍ବରୂପ ରୋଗ ଦେଇଛନ୍ତି ବୋଲି ବିଶ୍ୱାସ କରୁଥିବା ଲୋକଙ୍କର ସେଥିଜନିତ ମୃତ୍ୟୁ ହୋଇ ୧୯ରୁ ୨୮ ଶତାଂଶ ଅଧିକ ବୋଲି ଅନ୍ୟ ଏକ ଅଧ୍ୟୟନରୁ ସୂଚନା ଦେଇଛନ୍ତି। ପାରଗାମେଣ୍ଟ ଓ ତାଙ୍କ ସହକର୍ମୀମାନେ (୨୦୦୧) ପୁନଶ୍ଚ ସେମାନଙ୍କ ମତରେ ପ୍ରାର୍ଥନା ସିଜୋଫ୍ରେନିଆ ସମେତ ବିବିଧ ମାନସିକ ବିକୃତର ଉପଶମ ଘଟାଇଥାଏ ସତ ହେଲେ ଅନ୍ୟକୁ ରୋଗମୁକ୍ତ କରିବା ଲାଗି ଏହା କରିବା ବିଶେଷ ଫଳପ୍ରଦ ନୁହେଁ।
ସୁସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ ଉପରେ ଈଶ୍ୱର ବିଶ୍ୱାସର ଏପ୍ରକାର ପ୍ରଭାବକୁ ‘ପ୍ଲାସେବୋପ୍ରଭାବ’ ସହିତ ତୁଳନା କରାଯାଇପାରେ ବୋଲି ମତ ଦେଇଛନ୍ତି ଚାଇନାର କେତେଜଣ ମନସ୍ତତ୍ତ୍ୱବିତ୍‌। ଏହା ଏକ ଲାଟିନ ଶବ୍ଦ, ଯାହାର ଅର୍ଥ ହେଲା ‘ଆଇ ସାଲ ପ୍ଲିଜ୍‌’ ଅର୍ଥାତ୍‌ ‘ମୁଁ ତୁମକୁ ଖୁସି କରିବି’। ଏହାକୁ ମନ ଭୁଲାଣିଆ ବା କୂଟ ଚିକିତ୍ସା ବୋଲି ମଧ୍ୟ କୁହାଯାଏ। କାରଣ, ସାଧାରଣତଃ ଏଥିରେ ବ୍ୟବହୃତ ଔଷଧ ହେଲା ଔଷଧୀୟ ଗୁଣ ନ ଥିବା ବଟିକା ବା ଇଞ୍ଜେକ୍ସନ। ବେଳେ ବେଳେ ମିଛି ମିଛିକା ଅସ୍ତ୍ର ଚିକିତ୍ସାକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କରାଯାଏ। ରୋଗ ଉପରେ ଏହାର ସିଧାସଳଖ ପ୍ରଭାବ କିଛି ନ ଥାଏ। ଏଣୁ ଏ ଚିକିତ୍ସାରେ ରୋଗୀଙ୍କୁ ଠକାଯାଏ ବୋଲି କହିଲେ ଚଳିବ। ତେବେ, ଏହାଦ୍ୱାରା ରୋଗ ଭଲ ହୋଇଯିବାର ବିଶ୍ୱାସ ତା’ ଠାରେ ଆସେ। ତେଣୁ ତା’ର ମନର ବଳ ବଢ଼ିଯାଏ। ଶାରୀରିକ କ୍ରିୟାପ୍ରକ୍ରିୟା ଉପରେ ଏଭଳି ମନୋଭାବର ସକାରାମତ୍କ ପ୍ରଭାବ ରହିଛି। ସେଇଥିପାଇଁ ଅଧିକାଂଶ ସମୟରେ ରୋଗୀ ସୁସ୍ଥ ଅନୁଭବ କରେ। ଉପରୋକ୍ତ ବୈଜ୍ଞାନିକମାନଙ୍କ ମତରେ ସମ୍ଭବତଃ ଈଶ୍ୱର ବିଶ୍ୱାସର ଆମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ ଉପରେ ଅନୁରୂପ ପ୍ରଭାବ ରହିଛି। ଏସବୁ କଥା ବିଚାରକୁ ନେଲେ ଗୋଟିଏ କଥା ସ୍ପଷ୍ଟ ହୋଇଥାଏ ଯେ ଈଶ୍ୱର ଆମ ସାଧାରଣ ମଣିଷ ପାଇଁ ଏକାନ୍ତ ଆବଶ୍ୟକ।
ଉଷାନିବାସ, ୧୨୪/୨୪୪୫
ଖଣ୍ଡଗିରିବିହାର, ଭୁବନେଶ୍ୱର, ମୋ:୯୯୩୭ ୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri